Posts

Showing posts from January 31, 2024

ରୋଗୀମାନ ଙ୍କୁ ଫଳ ବଣ୍ଟନ ଓ ରକ୍ତ ଦାନ କଲେ ସାମ୍ବାଦିକ ।

Image
ପାଟଣାଗଡ଼ (ବ୍ୟୁରୋ ରିପୋର୍ଟ) :- ପାଟଣାଗଡ଼ ଉପଖଣ୍ଡ ଯୁବ ପତ୍ରକାର ସଂଘ ତରଫରୁ ରବିବାର ଉପଖଣ୍ଡ ଚିକିତ୍ସାଲୟ ରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିବା ସହ ତିନି ଜଣ ଚିକିତ୍ସିତ ହେଉଥିବା ରୋଗୀ ରକ୍ତଦାନ କଲେ ସାମ୍ବାଦିକ |ସଂଘ ର ସଭାପତି କରୁଣା କର ବୁଡ଼େକ ଙ୍କ ନେତୃତ୍ୱ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ପ୍ରଥମେ ଡାକ୍ତରଖାନର ଦାୟୀତ୍ବ ରେ ଥିବା ଚିକିତ୍ସାଧିକାରୀ ସୁବ୍ରତ ମେହେର ଙ୍କ ସହ ନର୍ସ , କର୍ମଚାରୀ ମାନଙ୍କୁ ନେଇ ସଂଘ ର ଏକ ଲୋଗୋ ଶୁଭ ଉନ୍ମୋଚନ କରାଯାଇ ଥିଲା | ପରେ ସଦସ୍ୟ ମାନେ ଡାକ୍ତରଖାନା ରେ ଚିକିତ୍ସିତ ହେଉଥିବା ସମସ୍ତ ୱ।ର୍ଡ ର ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯାଇଥିବା ବେଳେ କୁଶାବାହାଲି ,ଦଳଦଳୀ ,ଡାଙ୍ଗବାହାଲ ଗାଁର ଚିକିତ୍ସିତ ହେଉଥିବା ତିନିଜଣ ରୋଗୀ ଙ୍କୁ ରକ୍ତ ଆବଶ୍ୟକ ହେତୁ ସଂଘ ତିନି ଜଣ ସଦସ୍ୟ ତଥା ସାମ୍ବାଦିକ ଚନ୍ଦ୍ରଶେଖର ବରିହା ,ଶେଷଦେବ ସିଂ ନାଏକ ,ରଘୁ ରଣା ରକ୍ତଦାନ କରିଥିଲେ । ସାମ୍ବାଦିକ ମାନଙ୍କ ଏପରି ମହତ କାମ କୁ ଡାକ୍ତର ଶ୍ରୀ ମେହେର ପ୍ରଶଂସା କରିଥିଲେ । ଏଥିରେ ସଂଘ ର ଉପସଭାପତି ଗୋରେଖ ନାଥ ବରିହା , ସଂପାଦକ ବିମଳ କୁମାର ବାଗ , ଉପଦେଷ୍ଟା ଜଗଦୀଶ ଭୋଇ ,ସହ ସଂପାଦକ ଗୁଣନିଧି ପୁଟେଲ , ପ୍ରଦୀପ କୁମାର ପୁରୋହିତ ,ଲଲିତ ମଲ୍ଲିକ , ଚନ୍ଦ୍ରଶେଖର ବରିହା ,ଶେଷଦେବ ସିଂ ନାଏକ , ପିତରାଜ ଧରୁଆ ,ଅଭିମନ୍ୟୁ ବାଗ , ରଘୁନାଥ ରଣା ,ଘନ ବରିହା ,ଦୁର୍ଯ୍ୟୋ

ପୁରୁଣା ବିଜେଡି ସକ୍ରିୟ କର୍ମୀ ଓ ନେତାଙ୍କୁ ବିଧାୟକ ଙ୍କ ଅଣଦେଖା ନେଇ ସାମ୍ବାଦିକ ସମ୍ମିଳନୀ l

Image
ପାଟଣାଗଡ(ବ୍ୟୁରୋ ରିପୋର୍ଟ) :- ବଲାଙ୍ଗୀର ଜିଲ୍ଲା ପାଟଣଗଡ ନିର୍ବାଚନ ମଣ୍ଡଳୀର ପୁରୁଣା ବିଜେଡି ସକ୍ରିୟ କର୍ମୀ ଓ ନେତାଙ୍କୁ ପାଟଣାଗଡ ବିଧାୟକ ସରୋଜ ମେହେର ଅଣଦେଖା କରୁଥିବାନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେମାନେ ଅଭିଯୋଗ କରିଛନ୍ତି । ସାରା ରାଜ୍ୟରେ ପାଟଣାଗଡ ନିର୍ବାଚନ ମଣ୍ଡଳୀ ଏକ ଚର୍ଚ୍ଚିତ ଚେହେରା ଭାବରେ ପରିଗଣିତ ହୋଇଥାଏ ‌। ତେବେ ଏହି ନିର୍ବାଚନ ମଣ୍ଡଳୀରେ ଥିବା ବିଜେଡି ଦଳର ସକ୍ରିୟ କର୍ମୀ ଓ ନେତାମାନେ ବିଧାୟକ ଙ୍କ କାର୍ଯ୍ୟକଲାପକୁନେଇ ଏବେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଦଳର ପ୍ରଦୀପ ପୁରୋହିତ,ଗୁଲାପ ମେହେର,ତନ୍ନୟ ପାଣିଗ୍ରାହୀ,ଆଲୋକ ପାଣିଗ୍ରାହୀ ଓ ଅନ୍ୟାନ୍ୟ କର୍ମୀ ଙ୍କ କହିବା ମୁତାବକ ଗତ ୨୦୧୯ ମସିହା ସାଧାରଣ ନିର୍ବାଚନ ପୁର୍ବରୁ ସରୋଜ ଉପଖଣ୍ଡରେ ଜଣେ ଚାଷୀ ସହ ସଫଲ ବ୍ୟବସାୟୀ ଭାବରେ ଜଣାଶୁଣା ଥିଲେ । ତେବେ ୩ ଗୋଟି ବ୍ଲକରେ ବିଜେଡି ଦଲର ବିଭିନ୍ନ ପଦପଦବିରେ ଥିବା ପୁରୁଣା ସକ୍ରିୟ କର୍ମୀ ଓ ନେତାମାନେ ସରୋଜ କୁ ରାଜନୀତି କୁ ଆଣିବା ସ଼ହ ଦଲୀୟ ନିର୍ଦ୍ଦେଶ ମୁତାବକ ପରିଚାଲିତ ହୋଇ ତାଙ୍କ ନେତୃତ୍ବରେ ୨୫ ବର୍ଷର ବିଜେପି ଗଡକୁ ଭାଙ୍ଗିବାରେ ସଫଲ ହୋଇଥିଲେ । ସରୋଜ ପାଟଣାଗଡ ନିର୍ବାଚନ ମଣ୍ଡଳୀର ବିଧାୟକ ହେବାର କିଛିମାସ ସବୁତକ ଠିକଠାକ ଥିଲା । ପରେ କିନ୍ତୁ ସେ ପୁରୁଣା ସକ୍ରିୟ କର୍ମୀ ଓ ନେତାଙ୍କୁ ଅଣଦେଖାକରି କିଛି ଅନଭିଜ୍ଞ ଦଲୀୟ କର୍ମୀ ଓ ନେତାଙ୍କ ଦ୍ଵାରା ପରିଚାଳ