Posts

Showing posts from June 1, 2021

ଜିଲ୍ଲାରେ ଦିବ୍ୟାଙ୍ଗ ଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଆଶା ଅଭିଳାଷ ସଂଗଠନ ପକ୍ଷରୁ ପ୍ରଶାସନ କୁ ଦାବିପତ୍ର I

Image
ଯାଜପୁର (ବ୍ୟୁରୋ ରିପୋର୍ଟ) :- ଦିବ୍ୟାଙ୍ଗ ମାନଙ୍କୁ ସ୍ଵତନ୍ତ୍ର ବ୍ୟବସ୍ଥା ଅନୁଯାୟୀ ଟିକା କରଣ କରିବା ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କଲା ଯାଜପୁର ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଆଶା ଅଭିଳାଷା l  କରୋନା ମହାମାରୀ ବିଶ୍ୱ ରେ ଆତଙ୍କ ଖେଳାଇ ଥିବା ବେଳେ ଏଥି ପାଇଁ ସରକାରଙ୍କ ପକ୍ଷରୁ ଟିକା କରଣ କରାଯାଉଛି, କିନ୍ତୁ ଏହାର ସୁଫଳ ଡିବ୍ୟାଙ୍ଗ ମାନେ ପାଇପରୁନଥିବା ପରିଲାଖିତ ହୋଇଛି l ତେଣୁ ଏହି ମର୍ମ ରେ ଆଶା ଅଭିଳାଷା ପକ୍ଷରୁ କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ ମିଶ୍ରଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି l  ଯାଜପୁର ଜିଲ୍ଲା ରେ ଥିବା ଦିବ୍ୟାଂଗ ମାନଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ପାଇଁ ଜିଲ୍ଲା ରେ ଥିବା ସମସ୍ତ ଟିକା କରଣ କେନ୍ଦ୍ର ରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇ ଟିକା କରଣ କରାଯାଉ ବୋଲି ଦାବି କରିଛି ସଂଗଠନ, ତେବେ ଏହାର ପ୍ରତିକ୍ରିୟା ରେ ପ୍ରତିଶ୍ରୁତି ଦେଇ ଶ୍ରୀ ମିଶ୍ର କହିଛନ୍ତି ଏହା ଜିଲ୍ଲାପାଳ ଙ୍କୁ ଅବଗତ କରି ବିହିତ ପଦକ୍ଷେପ ନେବେ ବୋଲି ମତ ପ୍ରକାଶ କରିଛନ୍ତି କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ l  ଅନୁଷ୍ଠାନ ର ସଭାପତି ଭଗବାନ ପଣ୍ଡା ଙ୍କ ସମେତ ସଂଘ ର ସମସ୍ତ କର୍ତ୍ତା ଏହା କାର୍ଯ୍ୟ କାରି ହେବା ନେଇ ଆଶା ପ୍ରକାଶ କରିଛନ୍ତି l A letter of demand from the Asha Abhilasha organization to the administration to make special a

କରୋନା ମହାମରୀ ରେ ମୃତ୍ୟୁବରଣ କରିଥିବା ବିଧବା ପରିବାର ଙ୍କୁ ମଧୁବାବୁ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ l

Image
ଭୁବନେଶ୍ୱର(ବ୍ୟୁରୋ ରିପୋର୍ଟ) : - କରୋନା ସଂକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ନିର୍ଦ୍ଦେଶ । କୋଭିଡରେ ସ୍ୱାମୀଙ୍କୁ ହରାଇଥିବା ବିଧବା ଓ ପିଲାଙ୍କୁ ୧୫ ଦିନ ମଧ୍ୟରେ ଚିହ୍ନଟ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଧୁବାବୁ ପେନସନ ଯୋଜନାରେ ସହାୟତା, ସାମାଜିକ ସୁରକ୍ଷା ହିତାଧିକାରୀଙ୍କୁ ୩ ମାସର ଆଗୁଆ ଭତ୍ତା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ତୃତୀୟ ଲହର ପୂର୍ବରୁ ଶିଶୁଙ୍କ ସୁରକ୍ଷାକୁ ପ୍ରାଥମିକତା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ବ୍ଲାକ ଫଙ୍ଗସ୍ ପାଇଁ ଆଗୁଆ ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦେଇଛି ମୁଖ୍ୟମନ୍ତ୍ରୀ । କୋଭିଡ ସ୍ଥିତିର ସମୀକ୍ଷା ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତୃତୀୟ ଲହରରେ ଶିଶୁଙ୍କୁ ଫୋକସ୍ କରିବାକୁ ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ । ଆସନ୍ତା ସପ୍ତାହ ସୁଦ୍ଧା କୋଭିଡ ସ୍ଥିତିରେ ଉନ୍ନତି ଆସିବ ବୋଲି ଆଶା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗୁରୁତ୍ବପୂର୍ଣ୍ଣ କଥା ହେଲା ମେଡିକାଲରେ ଅକ୍ସିଜେନ ବ୍ୟବହାର ମଧ୍ୟ ହ୍ରାସ ପାଉଛି । Widows' families killed in Karona epidemic to be included in Madhuban pension scheme.  Bhubaneswar(Beuro Report) : - Chief Minister Naveen Patnaik's big order in the Karona crisis. Chief Minister Naveen