Posts

Showing posts from August 16, 2023

ଟାଟା ଷ୍ଟିଲ କଳିଙ୍ଗନଗର ପାଳନ କଲା ୭୭ତମ ସ୍ବାଧୀନତା ଦିବସ l

Image
ଯାଜପୁର (କଳିଙ୍ଗନଗର ) :- ଜିଲ୍ଲା ରେ ଥିବା ଟାଟାଷ୍ଟିଲ୍‌ କଳିଙ୍ଗନଗର ପକ୍ଷରୁ ମଙ୍ଗଳବାର ଦିନ ଉତ୍ସାହ ଓ ଉଦ୍ଦୀପନା ସହିତ ୭୭ତମ ସ୍ୱାଧୀନତା ଦିବସ ଯାଜପୁର ଜିଲ୍ଲା କଳିଙ୍ଗନଗର ସ୍ଥିତ କାରଖାନା ପରିସରରେ ପାଳିତ ହେଇଯାଇଛି । ଟାଟାଷ୍ଟିଲ୍‌ କଳିଙ୍ଗନଗରର ଆମ୍ଭେମେରେନ୍ସ ବିଭାଗର ମୁଖ୍ୟ ୱାଇ ଜି ଏସ୍ ପ୍ରସାଦ ଜାତୀୟ ପତାକା ଉତୋଳନ କରିଥିବାବେଳେ, କଳିଙ୍ଗନଗର ସ୍ଥିତ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ(ସିଆଇଏସ୍ଏଫ୍)ର ଡେପୁଟି କମାଣ୍ଡାଟ ମହେଶ କୁମାର, ଟାଟାଷ୍ଟିଲ୍‌ କଳିଙ୍ଗନଗରର ବରିଷ୍ଠ ଅଧିକାରୀ, କମ୍ୟୁନିଟି ଏବଂ ଶ୍ରମିକ ସଂଘର ସଦସ୍ୟମାନେ ଉପସ୍ଥିତ ଥିଲେ । ଏହି ଅବସରରେ ୱାଈ ଜି ଏସ୍ ପ୍ରସାଦ କହିଥିଲେ ଯେ, “ଆସନ୍ତୁ ଆମେ ସମସ୍ତେ ଦେଶକୁ ଏହାର ୭୭ତମ ସ୍ବାଧୀନତା ଦିବସରେ ସଲାମ ଜଣାଇବା । ସ୍ବାଧୀନତା ପାଇଁ ସହୀବ ହୋଇଥିବା ଓ ନିଜ କଠିନ ପରିଶ୍ରମ ମାଧ୍ୟମରେ ଗତ ୭୬ ବର୍ଷ ମଧ୍ୟରେ ଦେଶକୁ ରୂପ ଦେବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ନେତୃବର୍ଗଙ୍କୁ ଆସନ୍ତୁ ସଲାମ ଜଣାଇବା । ଟାଟା ଷ୍ଟିଲ୍‌ ଏକ ଅଗ୍ରଣୀ ବ୍ରାଣ୍ଡ ରୂପେ ଆଧୁନିକ ଭାରତର ଭିତିଭୂମି ନିର୍ମାଣରେ ଏକ ପ୍ରମୁଖ ଭୂମିକା ନିର୍ବାହ କରିଆସୁଛି । ଆମେ ବାସ କରୁଥିବା ଭାରତ ଗଠନରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ପ୍ରକୃତ ରାଷ୍ଟ୍ର ନିର୍ମାଣକାରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ଏହା ଆମ ସମସ୍ତଙ୍କ ନିମନ୍ତେ ଏକ ଉତମ ସୁଯୋଗ |