ଟାଟା ଷ୍ଟିଲ କଳିଙ୍ଗନଗର ପାଳନ କଲା ୭୭ତମ ସ୍ବାଧୀନତା ଦିବସ l

ଯାଜପୁର (କଳିଙ୍ଗନଗର ) :- ଜିଲ୍ଲା ରେ ଥିବା ଟାଟାଷ୍ଟିଲ୍‌ କଳିଙ୍ଗନଗର ପକ୍ଷରୁ ମଙ୍ଗଳବାର ଦିନ ଉତ୍ସାହ ଓ ଉଦ୍ଦୀପନା ସହିତ ୭୭ତମ ସ୍ୱାଧୀନତା ଦିବସ ଯାଜପୁର ଜିଲ୍ଲା କଳିଙ୍ଗନଗର ସ୍ଥିତ କାରଖାନା ପରିସରରେ ପାଳିତ ହେଇଯାଇଛି ।
ଟାଟାଷ୍ଟିଲ୍‌ କଳିଙ୍ଗନଗରର ଆମ୍ଭେମେରେନ୍ସ ବିଭାଗର ମୁଖ୍ୟ ୱାଇ ଜି ଏସ୍ ପ୍ରସାଦ ଜାତୀୟ ପତାକା ଉତୋଳନ କରିଥିବାବେଳେ, କଳିଙ୍ଗନଗର ସ୍ଥିତ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ(ସିଆଇଏସ୍ଏଫ୍)ର ଡେପୁଟି କମାଣ୍ଡାଟ ମହେଶ କୁମାର, ଟାଟାଷ୍ଟିଲ୍‌ କଳିଙ୍ଗନଗରର ବରିଷ୍ଠ ଅଧିକାରୀ, କମ୍ୟୁନିଟି
ଏବଂ ଶ୍ରମିକ ସଂଘର ସଦସ୍ୟମାନେ ଉପସ୍ଥିତ ଥିଲେ । ଏହି ଅବସରରେ ୱାଈ ଜି ଏସ୍ ପ୍ରସାଦ କହିଥିଲେ ଯେ, “ଆସନ୍ତୁ ଆମେ ସମସ୍ତେ ଦେଶକୁ ଏହାର ୭୭ତମ ସ୍ବାଧୀନତା ଦିବସରେ ସଲାମ ଜଣାଇବା
। ସ୍ବାଧୀନତା ପାଇଁ ସହୀବ ହୋଇଥିବା ଓ ନିଜ କଠିନ ପରିଶ୍ରମ ମାଧ୍ୟମରେ ଗତ ୭୬ ବର୍ଷ ମଧ୍ୟରେ ଦେଶକୁ ରୂପ ଦେବାରେ ମୁଖ୍ୟ ଭୂମିକା ଗ୍ରହଣ
କରିଥିବା ନେତୃବର୍ଗଙ୍କୁ ଆସନ୍ତୁ ସଲାମ ଜଣାଇବା । ଟାଟା ଷ୍ଟିଲ୍‌ ଏକ ଅଗ୍ରଣୀ ବ୍ରାଣ୍ଡ ରୂପେ ଆଧୁନିକ ଭାରତର ଭିତିଭୂମି ନିର୍ମାଣରେ ଏକ ପ୍ରମୁଖ ଭୂମିକା
ନିର୍ବାହ କରିଆସୁଛି । ଆମେ ବାସ କରୁଥିବା ଭାରତ ଗଠନରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ପ୍ରକୃତ ରାଷ୍ଟ୍ର ନିର୍ମାଣକାରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ
କରିବା ପାଇଁ ଏହା ଆମ ସମସ୍ତଙ୍କ ନିମନ୍ତେ ଏକ ଉତମ ସୁଯୋଗ | ସ୍ବାଧୀନତା ପରିବର୍ତ୍ତନ ଅଣିବାର ଶକ୍ତି ପ୍ରଦାନ କରିବା ସହିତ ସକରାତ୍ମକ ଫଳାଫଳ
ଦେଇଥାଏ ବୋଲି ଟାଟାଷ୍ଟିଲ୍‌ରେ ଆମେ ବିଶ୍ୱାସ କରୁ ଏବଂ ଆମେ ଦେଶର ବିକାଶ ଓ ସମୃଦ୍ଧି ପାଇଁ ନିଜ ଉଦ୍ୟମ ପ୍ରତି ପ୍ରତିଶ୍ରୁତିବଦ୍ଧ ରହିଛୁ l 
ଏହି ଅବସରରେ ସିଆଇଏସ୍ଏଫ୍ ଦଳର ପ୍ୟାରେଡ଼ ଓ ଡ୍ରିଲ୍ ଉପସ୍ଥିତ ଅତିଥିମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା । ନିରାପତା ଓ ଅଗ୍ନିଶମ ଅଧିକାରୀଙ୍କୁ ସେମାନଙ୍କର ଅନୁକରଣୀୟ ପ୍ରଦର୍ଶନ ପାଇଁ ସମ୍ମାନିତ କରିବା ସହିତ ଏହି ସମାରୋହର ସମାପନ ହୋଇଥିଲା ।
ଏହି ଅବସରରେ, ଟିଏସ୍କେର ଇଞ୍ଜିନିୟରିଂ ଏବଂ ପ୍ରୋଜେକ୍ସସ୍ ଟିମ୍ ପ୍ଲଟ୍ ୨ ହାଉସିଂରେ କର୍ମଚାରୀଙ୍କ ପାଇଁ ଏକ ଭଲିବଲ୍ ଟୁର୍ନାମେଟ୍ ଆୟୋଜନ
କରିଥିଲା ଏବଂ ବିଜେତା ଦଳକୁ ଅତିଥିଙ୍କ ଦ୍ଵାରା ସମ୍ମାନିତ କରା ଯାଇଥିଲା l 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !