ବ୍ୟାସନଗର ପ୍ରେସ ଫୋରମର ଅଷ୍ଟାଦଶ ପ୍ରତିଷ୍ଠା ଦିବସ ଓ ବାର୍ଷିକ ଉତ୍ସବ l
ଯାଜପୁର :- ବ୍ୟାସନଗର ପ୍ରେସ ଫୋରମର ଅଷ୍ଟାଦଶ ପ୍ରତିଷ୍ଠା ଦିବସ ଓ ବାର୍ଷିକ ଉତ୍ସବ ଫୋରମର ସଭାପତି ଡ଼ଃ ଅଭୟ କୁମାର ପତିଙ୍କ ଅଧକ୍ଷତାରେ ହୋଟେଲ ରୟାଲ କଳିଙ୍ଗ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି।କୋରେଇ ବ୍ଲକର bdo ଅବନୀ କାନ୍ତ ସାହୁ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ବଳନ କରି ମଞ୍ଚ ଉଦଘାଟନ କରିଥିବା ବେଳେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟିକ ଡ଼ଃ ସୂର୍ଯ୍ୟମଣି ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କହିଥିଲେ ସାମ୍ବାଦିକମାନେ ନିଜର କଲମ ମୁନକୁ ଯେତେ ଶକ୍ତ କରିବେ ସମାଜର ସେତେ ଉନ୍ନତି ହବ। ବାସ୍ତବରେ ସାମ୍ବାଦିକମାନେ ହି ସମାଜର ଦିଗଦର୍ଶକ ଓ ପଥ ପଦର୍ଶକ। ଅନୁରୂପ ଭାବେ ଅର୍ଗସ ନିଉଜର କାର୍ଯ୍ୟ ନିର୍ବାହୀ ସମ୍ପାଦକ ବରିଷ୍ଠ ସାମ୍ବାଦିକ ଦୁର୍ଗାଶିଷ କହିଥିଲେ ସାମ୍ବାଦିକମାନେ ସର୍ବଦା ସମାଜର ହିତ ପାଇଁ କାର୍ଯ୍ୟ କରି ଆସୁଛନ୍ତି ସେ ନଗଡା ର ନଗ୍ନଚିତ୍ର ହୋଉ ବା ପରିହତ୍ୟା କାଣ୍ଡ ଅଥବା କରୋନାର କରାଳ ଛାୟା ହୋଉ। ସବୁବେଳେ ସେମାନ ନିଜକୁ ସୈନିକ ସମାନ ସୀମା ସୁରକ୍ଷାରେ ତୈନାତ ଭଳି କର୍ତବ୍ୟ ରତ ଥାନ୍ତି। ଜିଲ୍ଲା ଏଥେଣ୍ଟିକ ଆସୋସିଏସନର କାର୍ଯ୍ୟକାରି ସଭାପତି ସମାଜ ସେବକ ରସାନନ୍ଦ ମହାନ୍ତି ଯୋଗଦାନ କରି ସମାଜରେ ସାମ୍ବାଦିକ ମାନଙ୍କର ଭୂମିକାକୁ ଭୂୟାଁସୀ ପ୍ରଶଂସା କରିଥିଲେ। ଏହି ଅବସରରେ ଅନୁଷ୍ଠାନର ମୁଖପତ୍ର ବ୍ୟାସଜ୍ୟୋତିକୁ ଅତିଥିମାନେ ଲୋକାର୍ପଣ କରିଥିଲେ। ଅନୁଷ୍...