ବ୍ୟାସନଗର ପ୍ରେସ ଫୋରମର ଅଷ୍ଟାଦଶ ପ୍ରତିଷ୍ଠା ଦିବସ ଓ ବାର୍ଷିକ ଉତ୍ସବ l

ଯାଜପୁର :- ବ୍ୟାସନଗର ପ୍ରେସ ଫୋରମର ଅଷ୍ଟାଦଶ ପ୍ରତିଷ୍ଠା ଦିବସ ଓ ବାର୍ଷିକ ଉତ୍ସବ ଫୋରମର ସଭାପତି ଡ଼ଃ ଅଭୟ କୁମାର ପତିଙ୍କ ଅଧକ୍ଷତାରେ ହୋଟେଲ ରୟାଲ କଳିଙ୍ଗ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି।କୋରେଇ ବ୍ଲକର bdo ଅବନୀ କାନ୍ତ ସାହୁ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ବଳନ କରି ମଞ୍ଚ ଉଦଘାଟନ କରିଥିବା ବେଳେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସାହିତ୍ୟିକ ଡ଼ଃ ସୂର୍ଯ୍ୟମଣି ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କହିଥିଲେ ସାମ୍ବାଦିକମାନେ ନିଜର କଲମ ମୁନକୁ ଯେତେ ଶକ୍ତ କରିବେ ସମାଜର ସେତେ ଉନ୍ନତି ହବ। ବାସ୍ତବରେ ସାମ୍ବାଦିକମାନେ ହି ସମାଜର ଦିଗଦର୍ଶକ ଓ ପଥ ପଦର୍ଶକ। ଅନୁରୂପ ଭାବେ ଅର୍ଗସ ନିଉଜର କାର୍ଯ୍ୟ ନିର୍ବାହୀ ସମ୍ପାଦକ ବରିଷ୍ଠ ସାମ୍ବାଦିକ ଦୁର୍ଗାଶିଷ କହିଥିଲେ ସାମ୍ବାଦିକମାନେ ସର୍ବଦା ସମାଜର ହିତ ପାଇଁ କାର୍ଯ୍ୟ କରି ଆସୁଛନ୍ତି ସେ ନଗଡା ର ନଗ୍ନଚିତ୍ର ହୋଉ ବା ପରିହତ୍ୟା କାଣ୍ଡ ଅଥବା କରୋନାର କରାଳ ଛାୟା ହୋଉ। ସବୁବେଳେ ସେମାନ ନିଜକୁ ସୈନିକ ସମାନ ସୀମା ସୁରକ୍ଷାରେ ତୈନାତ ଭଳି କର୍ତବ୍ୟ ରତ ଥାନ୍ତି। ଜିଲ୍ଲା ଏଥେଣ୍ଟିକ ଆସୋସିଏସନର କାର୍ଯ୍ୟକାରି ସଭାପତି ସମାଜ ସେବକ ରସାନନ୍ଦ ମହାନ୍ତି ଯୋଗଦାନ କରି ସମାଜରେ ସାମ୍ବାଦିକ ମାନଙ୍କର ଭୂମିକାକୁ ଭୂୟାଁସୀ ପ୍ରଶଂସା କରିଥିଲେ। ଏହି ଅବସରରେ ଅନୁଷ୍ଠାନର ମୁଖପତ୍ର ବ୍ୟାସଜ୍ୟୋତିକୁ ଅତିଥିମାନେ ଲୋକାର୍ପଣ କରିଥିଲେ। ଅନୁଷ୍ଠାନର ଉପସଭାପତି ଦୟାନିଧି ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ମଳୟ କୁମାର ମଲିକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଏହି ଅବସରରେ ବରିଷ୍ଠ ଚିକିତ୍ସ କ ଡ଼ଃ ଜୟଦେବ ନନ୍ଦ, ଶିକ୍ଷା ବିତ ଶିବ ଚରଣ ମାଝୀ, କ୍ରୀଡା ବିତ ଜ୍ଞାନଚରଣ ଦାସ, ପରିବେଶ ବିତ ସତ୍ୟନାରାୟଣ ଖଣ୍ଡାଇ, ଚିକିତ୍ସକ ଦେବପ୍ରିୟ ଷଡ଼ଙ୍ଗୀ, ସାମ୍ବାଦିକ ଆଦିତ୍ୟ ମେକପ, କୃତିବାସ ପ୍ରଧାନ, ଦୁର୍ଗାଶିଷ, ଶିଶୁ କଳାକାର ତେଜସ୍ୱିନୀ ରାଉତ, ଶିଳ୍ପ ଅନୁଷ୍ଠାନ ଭିଶା ଷ୍ଟିଲ, ସାମାଜିକ ଅନୁଷ୍ଠାନ ବ୍ୟାସନଗର ନାଗରିକ କମିଟି, ନିସ୍ବ ଯାଜପୁର ରୋଡଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ଅନୁଷ୍ଠାନର ବରିଷ୍ଠ ସଭ୍ୟ ଆଶୁତୋଷ ମିଶ୍ର,ଅଜୟ ସାହୁ, ଆସିତାନନ୍ଦ ବିଶ୍ୱାଳ, ନାରାୟଣ ରାଉତରାୟ, ଚିତ୍ତ ରଞ୍ଜନ ବୋଇତେଇ, ଜିତେନ୍ଦ୍ର କୁମାର ରାଉତ,ଜ୍ଞାନରଞ୍ଜନ ଓଝା,ଦୀପକ ଦାସ, ମାନସ ଆଇଚ, ବାଇଧର ମାଝୀ, ପ୍ରମୋଦ ପାତ୍ର, କୁଞ୍ଜ ବିହାରୀ ସାହୁ, ସୁଶାନ୍ତ ଭୂଇଁଆ, ପ୍ରକାଶ ସାହୁ, ପ୍ରହଲ୍ଲାଦ ଦେଓ, ଆଶୁତୋଷ ମହାନ୍ତି, ପ୍ରଶାନ୍ତ ଗେଡି, ସଞ୍ଜୟ ସରକାର,ଆଶିଷ ରାଉତ ପ୍ରମୁଖ ସଦସ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ କାର୍ଯ୍ୟ ନିର୍ବାହୀ ସମ୍ପାଦକ ନିତ୍ୟାନନ୍ଦ ମହାଳିକ ଧନ୍ୟବାଦ ଅର୍ପଣ କରିଥିଲେ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !

ସ୍ବାମୀ ସ୍ତ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର।