Posts

Showing posts from August 8, 2021

ରାଜ୍ୟର ୯୨.୫ ଲକ୍ଷ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଯୋଗାଇ ଦିଆଯିବ l

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) : - BSKYରେ ସାମିଲ ହେବେ ୨୧ଲକ୍ଷ ନୂଆ ହିତାଧିକାରୀ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧିକାରୀଙ୍କୁ ମିଳିବ ସ୍ମାର୍ଟ କାର୍ଡ । ରାଜ୍ୟର ୯୨.୫ ଲକ୍ଷ ହିତାଧିକାରୀଙ୍କୁ ଏହି କାର୍ଡ ଯୋଗାଇ ଦିଆଯିବ । ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ମାର୍ଟକାଡ ବଣ୍ଟନ କାର୍ଯ୍ୟକ୍ରମ ଶୁଭାରମ୍ଭ କରିବେ । ଏହି ଦିନ ମାଲକାନଗିରି, ମୟୂରଭଞ୍ଜ, ସୁନ୍ଦରଗଡ, ବଲାଙ୍ଗୀର ଓ ଗଜପତି ଜିଲ୍ଲାରେ ହିତାଧିକାରୀଙ୍କୁ କାର୍ଡ ବଣ୍ଟାଯିବ । ପର୍ଯ୍ୟାୟକ୍ରମେ ସବୁ ଜିଲ୍ଲାରେ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯିବ । ଜାନୁଆରୀ ୧୫, ୨୦୧୮ରେ BSKY ଶୁଭାରମ୍ଭ କରାଯାଇଥିବା ବେଳେ ଏଥିରେ ମୁଖ୍ୟତଃ ଦୁଇ ପ୍ରକାର ସେବା ମିଳୁଛି । ଏହି ଯୋଜନାର ସବୁ ସରକାରୀ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ସମସ୍ତଙ୍କୁ ମାଗଣାରେ ଚିକିତ୍ସା ସୁବିଧା ମିଳୁଛି । ରାଜ୍ୟ ସରକାରଙ୍କ ସହ ଅନୁବନ୍ଧିତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ମାଗଣାରେ ଚିକିତ୍ସା ସେବା ମିଳୁଛି । ଏହି ଯୋଜନାରେ ଅଧିକ ଘରୋଇ ଡାକ୍ତରଖାନାକୁ ସାମିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । The Biju Health Welfare Card will be issued to 92.5 lakh beneficiaries in the state.  Bhubaneswar(Beuro Report) :- 21 lakh new beneficiaries will join BSKY. Biju Health Welfare Scheme beneficiaries wil