Posts

Showing posts from November 25, 2024

ନୀଳାଚଳ ଇସ୍ପାତ ସମ୍ପ୍ରସାରଣ, ଜଳ ସଂରକ୍ଷଣ ପାଇଁ ବ୍ୟବହାର ହେବ ୱାଟର-ସ୍ମାର୍ଟ ଟେକ୍ନୋଲୋଜି l

Image
ଯାଜପୁର (କଳିଙ୍ଗନଗର) :- ଜଳର ପୁନଃବ୍ୟବହାର ପାଇଁ ବର୍ଷା ଜଳ ସଂରକ୍ଷଣ ଏବଂ ଉନ୍ନତ ସ୍ୱେରେଜ୍ ବିଶୋଧନକୁ ଅନ୍ତର୍ଭୁକ୍ତ କରି ଜିରୋ ଲିକ୍ୱିଡ୍ ଡିସ୍ଚାର୍ଜ (ଜେଡ୍‌ଏଲ୍‌ଡି) ବ୍ୟବସ୍ଥା କାର୍ଯ୍ୟକାରୀ ହେବ - ବର୍ତ୍ତମାନର ଭିତ୍ତିଭୂମିକୁ ବ୍ୟବହାର କରି ପରିବେଶ ପ୍ରଭାବକୁ ହ୍ରାସ ଏବଂ ଭୂତଳ ଜଳ ନିଷ୍କାସନକୁ ଏଡ଼ାଇବା ସହିତ ବର୍ଷା ଜଳର ବ୍ୟାପକ ଉପଯୋଗକୁ ଗୁରୁତ୍ୱ - ଜଳ ବ୍ୟବହାରକୁ ହ୍ରାସ କରିବା ଲାଗି ପ୍ରସ୍ତାବିତ ବ୍ଲାଷ୍ଟ ଫର୍ଣ୍ଣେସ୍ ଓ ଷ୍ଟିଲ୍ ମେକିଂ ୟୁନିଟ୍‌ରେ ଉନ୍ନତ ଜଳ ସଂରକ୍ଷଣ ପ୍ରଯୁକ୍ତି ଓ ଡ୍ରାଏ ଗ୍ୟାସ୍ ସଫେଇ ବ୍ୟବସ୍ଥା କଳିଙ୍ଗନଗର, ନଭେମ୍ବର ୨୪, ୨୦୨୪: ଯାଜପୁରର ଶିଳ୍ପ କ୍ଷେତ୍ରରେ ଉନ୍ନତି ଆଣିବା ଏବଂ ଜାତୀୟ ଲଙ୍ଗ ପ୍ରୋଡକ୍ଟ ଇସ୍ପାତ ଉତ୍ପାଦ ବଜାରରେ ଜିଲ୍ଲକୁ ଏକ ପ୍ରମୁଖ ସ୍ଥାନ ଭାବରେ ଗଢିତୋଳିବା ପାଇଁ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ (ଏନ୍‌ଆଇଏନ୍‌ଏଲ୍‌) ଏହାର କ୍ଷମତାକୁ ବାର୍ଷିକ ୧ ନିୟୁତ ଟନରୁ ବାର୍ଷିକ ୯.୫ ନିୟୁତ ଟନକୁ ବୃଦ୍ଧି କରିବାକୁ ଯୋଜନା କରିଛି। ଉତ୍ପାଦନ ପ୍ରକ୍ରିୟାକୁ ଅଧିକ ଦୀର୍ଘସ୍ଥାୟୀ ଏବଂ ପରିବେଶ ଅନୁକୂଳ କରିବା ପାଇଁ ଅନେକ ଅତ୍ୟାଧୁନିକ ଜ୍ଞାନକୌଶଳ ଏହି ସମ୍ପ୍ରସାରଣ ଯୋଜନାରେ ସାମିଲ କରାଯାଇଛି। ଯାଜପୁର ଜିଲ୍ଲାର ଡୁବୁରିଠାରେ ଥିବା ଏହି ଇସ୍ପାତ କାରଖାନାର ସମ୍ପ୍ରସାରଣ ଯୋଜନା ଇସ୍ପାତ ଶିଳ୍ପ କ୍ଷେତ୍ରରେ ଜଳ ବ୍ୟବହାର ପାଇଁ ଏକ ନୂତନ ବେଞ୍ଚମ...