Posts

Showing posts from September 21, 2021

ଶିକ୍ଷା ପ୍ରଦାନ କରିବା ନାମରେ ମହା ଠକେଇ, ନକଲି ବି.ଇ.ଡି. ଶିକ୍ଷା ସଂସ୍ଥା ଠାବ I

Image
ଯାଜପୁର (ବ୍ୟୁରୋ ରିପୋର୍ଟ) - ଉଚ୍ଚ ଶିକ୍ଷା ନାମରେ ବି ଠକେଇ l ଏହି ପରି ଏକ ରାକେଟ ସକ୍ରିୟ ହୋଇଥିବା ବେଳେ ଏହାର ଶିକାର ହୋଇଛନ୍ତି ଓଡ଼ିଶାର ୪୦ ରୁ ଅଧିକ ଛାତ୍ରଛାତ୍ରୀ l ରାଜ୍ୟ ର ଯାଜପୁର, ଭଦ୍ରକ, ଖୋର୍ଦ୍ଧା ଜିଲ୍ଲା ମାନଙ୍କରୁ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ପ୍ରଲୋଭନ ଦେଖାଇ ପ୍ରାୟ ୧ ୧କୋଟି ୬୦ ଲକ୍ଷ ଟଙ୍କା ଆତ୍ମସାତ୍ କରିଥିବା ଅଭିଯୋଗରେ ଯାଜପୁର ରୋଡ଼ ଆଦର୍ଶ ଥାନା ର ଅଧିକାରୀ ଉପେନ୍ଦ୍ର ପ୍ରଧାନ ଙ୍କ ପରାମର୍ଶ କ୍ରମେ ଦାନଗଦି ଫାଣ୍ଡି ଅଧିକାରୀ ଅଜୟ କୁମାର ସାହୁ ଏହି ରକେଟ କୁ ଧରିବାରେ ସକ୍ଷମ ହୋଇଛନ୍ତି l  ସୂଚନା ରୁ ପ୍ରକାଶ ଯେ( KIEMS) କିଇମ୍ସ ନାମକ ଏକ ଘରୋଇ ସଂସ୍ଥା ରାଜ୍ୟର ଭଦ୍ରକ ଜିଲ୍ଲା ଓ ଯାଜପୁର ଜିଲ୍ଲା ରେ କାର୍ଯ୍ୟାଳୟ (Office) ଖୋଲି ତିନି ଜିଲ୍ଲାର ୪୦ ଜଣ ଛାତ୍ରଛାତ୍ରୀ ଙ୍କୁ BEd . ପ୍ରଶିକ୍ଷକ ନିମନ୍ତେ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି l ଏହି ସଂସ୍ଥା ଛାତ୍ରଛାତ୍ରୀ ଙ୍କୁ ନକଲି ପରୀକ୍ଷା ଆଡମିଟ କାର୍ଡ ଦେଇ ଆନ୍ଧ୍ରପ୍ରଦେଶ ନେଇ ଯାଇଥିଲେ                     ଠକ ସଂସ୍ଥା ର ଦଲାଲ୍   l ସେଠାରେ ପରୀକ୍ଷା କେନ୍ଦ୍ର ଉକ୍ତ ସଂସ୍ଥା ର ଆଡମିଟ କାର୍ଡ କୁ ନକଲି ବୋଲି ଦର୍ଶାଇ ଛାତ୍ରଛାତ୍ରୀ ମାନଙ୍କୁ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି l ନିର୍ଯାତନା ର ଶିକାର ପରେ ଛାତ୍ରଛାତ୍ରୀମାନେ ଓଡ଼ିଶା ଫେରିବା ବାଟରେ