ଜାମସେଟଜୀ ନୁସରୱାନଜୀ ଟାଟାଙ୍କ ୧୮୬ତମ ଜୟନ୍ତୀ ପାଳିତ l
ଯାଜପୁର /କଳିଙ୍ଗନଗର, ତା ୦୩/୦୩ : - ଟାଟା ଷ୍ଟିଲ କଳିଙ୍ଗନଗର (ଟିଏସକେ) ଓ ନୀଳାଚଳ ଇସ୍ପାତ ନିଗମ (ଏନ୍ଆଇଏନଏଲ୍) ମିଳିତ ଭାବେ ଟାଟା ଗ୍ରୁପର ପ୍ରତିଷ୍ଠାତା ଜାମସେତଜୀ ନୁସରୱାନଜୀ ଟାଟାଙ୍କ ୧୮୬ତମ ଜୟନ୍ତୀ ସୋମବାର ଦିନ ପାଳନ କରିଛନ୍ତି। ଟାଟା ଷ୍ଟିଲ କଳିଙ୍ଗନଗର ଠାରେ ପ୍ରକଳ୍ପ କାର୍ଯ୍ୟାଳୟରୁ ଟିଏସକେ ସେଣ୍ଟରର କର୍ମଚାରୀମାନେ ଆନୁଷ୍ଠାନିକ ପରେଡ କରିଥିଲେ। ବରିଷ୍ଠ ନେତୃବୃନ୍ଦ, କର୍ମଚାରୀ ସଂଘ ପ୍ରତିନିଧି ଏବଂ କର୍ମଚାରୀମାନେ ଜେଏନ୍ ଟାଟାଙ୍କ ଚିରସ୍ଥାୟୀ ପରମ୍ପରାକୁ ସମ୍ମାନ ଜଣାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ପୁନର୍ବାସ ଓ ଥଇଥାନ କଲୋନୀ ଏବଂ କମ୍ପାନିର ହାଉସିଂ କଲୋନିରେ ସପ୍ତାହବ୍ୟାପୀ ଆୟୋଜିତ ଉତ୍ସବରେ ଟାଟା ପରିବାର ସଦସ୍ୟ ଏବଂ କର୍ମଚାରୀଙ୍କ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ଟୁର୍ଣ୍ଣାମେଣ୍ଟ ସମେତ ଅନେକ କ୍ରୀଡ଼ା ପ୍ରତିଯୋଗୀତା ଏବଂ ସ୍ଥାନୀୟ ଲୋକଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଗୋବରଘାଟି, ତ୍ରିଜଙ୍ଗା ଓ ସନସାଇଲୋର ୧୦୦୦ରୁ ଊର୍ଦ୍ଧ୍ୱ ଟାଟା ପରିବାର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଟାଟା ଷ୍ଟିଲ ଫାଉଣ୍ଡେସନ, ଟାଟା ଷ୍ଟିଲ କଳିଙ୍ଗନଗର ଏବଂ ଫେରୋ ଆଲଏଜ୍ ପ୍ଲାଣ୍ଟ ବ୍ରାହ୍ମଣୀପାଳର ମିଳିତ ସହଯୋଗରେ ରେମାଳ ଡ୍ୟାମରେ ଏକ ସ୍ୱେଚ୍ଛାସେବୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ୭...