ରାଧେଶ୍ୟାମ ମେମୋରିଆଲର ପ୍ରଥମ ବାର୍ଷିକ ଫାଇନାଲ ଫୁଟବଲ ମ୍ୟାଚ ଅନୁଷ୍ଠିତ l

ଯାଜପୁର :- କଳିଙ୍ଗନଗର ଅନ୍ତର୍ଗତ ଗୋବରଘାଟି ପଞ୍ଚାୟତର ଏଡି କ୍ଲବ ଗାଡପୁର ଆନୁକୂଲ୍ୟରେ ଆଜି ପ୍ରଥମ ବାର୍ଷିକ ରାଧେଶ୍ୟାମ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ ହୋଇଯାଇଛି l ଏହି ମ୍ୟାଚରେ ମୂଖ୍ୟ ଅତିଥିଭାବେ କଳିଙ୍ଗନଗର ବିସ୍ଥାପିତ ଉନ୍ନୟନ ପରିଷଦ ସଦସ୍ୟ ମଟାଇ ଜାମୁଣ୍ଡା ଓ ମୂଖ୍ୟ ବକ୍ତାଭାବେ ସମାଜସେବୀ ବାବୁଲି ହାଇବ୍ରୁ ଯୋଗଦେଇ ମ୍ୟାଚର ଶୁଭାରମ୍ଭ କରିଥିଲେ ଏବଂ ଏହି ଟୁର୍ଣ୍ଣାମେଣ୍ଟ ଅଗାମୀଦିନରେ କିଭଳି ଆହୁରି ଉନତିମୂଳକ ହୋଇପାରିବ ତାହା ବକ୍ତବ୍ୟରେ କହିଥିଲେ l ସ୍ବର୍ଗତ ରାଧେଶ୍ୟାମଙ୍କ ସ୍ମୃତିରେ ତାଙ୍କ ବଡ଼ ଭାଇ ସିଵନାଥ ବଦ୍ରାଙ୍କ ସହ ଅନେକ ମାନ୍ୟଗଣ ବ୍ୟକ୍ତିମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ଆଜିର ଏହି ଫାଇନାଲ ମ୍ୟାଚ ଗୋବରଘାଟି ଫେଜ ୱାନ ଓ ବଜ୍ରପାଲି ଦଳ ମଧ୍ୟରେ ହୋଇଥିବାବେଳେ ଏଥିରେ ଗୋବରଘାଟି ଫେଜ ୱାନ ଚାରି ଶୂନ ଗୋଲରେ ବଜ୍ରପାଲି ଦଳକୁ ହରାଇ ଚମ୍ପିୟାନ ହୋଇ କପ ସହ ତିରିଶ ହଜାର ଏକ ଟଙ୍କା ପୁରସ୍କୃତ ହୋଇଥିବାବେଳେ ଦ୍ୱିତୀୟ ସ୍ଥାନ ବଜ୍ରପାଲିକୁ କପ ସହ କୋଡିଏ ହଜାର ଏକ ଟଙ୍କା ପୁରସ୍କୃତ ହୋଇଥିଲା l ଅନ୍ୟମାନଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ତ୍ରିଜଙ୍ଗା ଟିମକୁ ପନ୍ଦର ହଜାର ଏକୋଇଶ ଟଙ୍କା ଓ ଚତୁର୍ଥ ସ୍ଥାନରେ ଠାକୁରମୁଣ୍ଡା ଦଳକୁ ଦଶହଜାର ଏକ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା l ଏହି ଟୁର୍ନାମେଣ୍ଟରେ ମୂଖ୍ୟ ଉପଦେ...