ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଙ୍କ ବିୟୋଗ ରେ ଶୋକସଭା l

ଯାଜପୁର (କଳିଙ୍ଗନଗର) - ଯଖପୁରା ଉଚ୍ଚ ବିଦ୍ୟାଳୟ ର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସାରଙ୍ଗଧର ନାୟକ ଙ୍କ ବିୟୋଗରେ ଆଜି ବିଦ୍ୟାଳୟ ପରିସରରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି l ପୁରାତନ ଛାତ୍ର ସଂଘ ପକ୍ଷରୁ ଅନୁଷ୍ଠିତ ଏହି ଏହି ଶୋକ ସଭାରେ ସ୍ଵର୍ଗତ ନାୟକ ଙ୍କ ପୂର୍ବତନ ଛାତ୍ର ତଥା ସହକର୍ମୀ ଚନ୍ଦ୍ରକାନ୍ତ ଘଡାଇ ସଭାପତିତ୍ଵ କରିଥିଲେ l ଦିବଂଗତ ଆତ୍ମାର ସଦ୍ ଗତି ନିମନ୍ତେ ପ୍ରଥମେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା l ସ୍ଵର୍ଗତ ନାୟକଙ୍କ ଛାତ୍ର ବତ୍ସଳ ନୀତି, ଆଦର୍ଶ, ଏବଂ ପ୍ରତିଭା ଗଢିବାର କଳା ଉପରେ ଅନେକ ଛାତ୍ର ଆଲୋକପାତ କରିଥିଲେ l ପୂର୍ବତନ ଛାତ୍ର ମାନଙ୍କ ମଧ୍ୟରେ ତ୍ରିଲୋଚନ ଧଳ, କୁଳମଣି ଧଳ, ଅକ୍ଷୟ କୁମାର ଧଳ, ଅଶୋକ କୁମାର ନାୟକ, ସୁଦାମ ଚରଣ ସାହୁ, ପ୍ରଶାନ୍ତ କୁମାର ନାୟକ, ଆଇନୀଜୀବୀ ରାମଚନ୍ଦ୍ର ପହି, ଅନ୍ତର୍ଯ୍ୟାମୀ ନାୟକ, ସୁକାନ୍ତ କୁମାର ସାମଲ, ଜୟପ୍ରକାଶ ସାହୁ, ଶ୍ରୀକାନ୍ତ ମହାନ୍ତି ଏବଂ ରବିନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇ ସ୍ଵର୍ଗତ ନାୟକ ଙ୍କ ସ୍ମୃତି ଚାରଣ କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଥିଲେ l