ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ‘ଗ୍ରାସରୁଟ୍ସ ଫୁଟବଲ ଟୁର୍ନାମଂଟ’ ସହିତ ଜାତୀୟ କ୍ରୀଡ଼ା ଦିବସପାଳିତ ହୋଇଯାଇଛି l
(ମାନ୍ୟବର ଗ୍ରାମୀଣ ବିକାଶ, ଦକ୍ଷତା ଓ ବୈଷୟିକ ବିକାଶ ମନ୍ତ୍ରୀ ଇଂ.ପ୍ରୀତିରଞ୍ଜନ ଘଡାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ) ଯାଜପୁର (କଳିଙ୍ଗନଗର) : - ମେଜର ଧ୍ୟାନଚାନ୍ଦଙ୍କ ୧୧୮ତମ ଜନ୍ମବାର୍ଷିକୀ ଅବସରରେ ପିଲାମାନଙ୍କ ମଧ୍ୟରେ କ୍ରୀତାକୁ ଜୀବନ ଶୈଳୀ ଭାବରେ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ମଙ୍ଗଳବାର ଦିନ ଓଡ଼ିଶାର ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅନ୍ତର୍ଗତ ଶାଳିଜଙ୍ଗା ପଂଚାୟତର ବାଘୁଆପାଳ ଖେଳ ପଡ଼ିଆରେ ଏକ ଦିନିଆ " ଗ୍ରାସରୁଟ୍ସ ଫୁଟବଲ ଟୁର୍ନାମେଟ୍' ଅୟୋଜନ କରି 'ଜାତୀୟ କ୍ରୀଡ଼ା ଦିବସକୁ ପାଳନ କରିଛି । ଗ୍ରାମୀଣ ବିକାଶ, ଦକ୍ଷତା ଓ ବୈଷୟିକ ବିକାଶ ମନ୍ତ୍ରୀ ଇଂ ପ୍ରାତିରଞ୍ଜନ ଘଡାଇ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେଇ ସ୍ଥାନୀୟ ଯୁବବର୍ଗଙ୍କୁ ସାମଗ୍ରିକ ବିକାଶ ପାଇଁ କ୍ରୀଡ଼ାରେ ସକ୍ରିୟ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦାନଗଦି ବ୍ଳକର ଜିଲ୍ଲା ପରିଷଦ ଶ୍ରୀମତୀ ଟିନା ହଇବୁରୁ ଏବଂ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଟୁର୍ନାମେଟ୍କୁ ତିନୋଟି ବର୍ଗରେ ଅନ୍ତର୍ଭୁକ୍ତ କରଯାଇଥିଲା ଯଥା ୧୨ ବର୍ଷରୁ କମ୍ ବାଳକ ବର୍ଗ, ୧୪ ବର୍ଷରୁ କମ୍ ବାଳକ ବର୍ଗ ଏବଂ ୧୪ ବର୍ଷରୁ କମ୍ ବାଳିକା ବର୍ଗ | ୧୭ଟି ଦଳ ମଧ୍ୟରେ ମୋଟ ୧୮ ଟି ମ୍ୟାଚ୍ ଖେଳାଯାଇଥିଲା ଯେଉଁଥିରେ, ବ...