ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ‘ଗ୍ରାସରୁଟ୍ସ ଫୁଟବଲ ଟୁର୍ନାମଂଟ’ ସହିତ ଜାତୀୟ କ୍ରୀଡ଼ା ଦିବସପାଳିତ ହୋଇଯାଇଛି l


(ମାନ୍ୟବର ଗ୍ରାମୀଣ ବିକାଶ, ଦକ୍ଷତା ଓ ବୈଷୟିକ ବିକାଶ ମନ୍ତ୍ରୀ ଇଂ.ପ୍ରୀତିରଞ୍ଜନ ଘଡାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ) 
ଯାଜପୁର (କଳିଙ୍ଗନଗର) : - ମେଜର ଧ୍ୟାନଚାନ୍ଦଙ୍କ ୧୧୮ତମ ଜନ୍ମବାର୍ଷିକୀ ଅବସରରେ ପିଲାମାନଙ୍କ ମଧ୍ୟରେ କ୍ରୀତାକୁ ଜୀବନ ଶୈଳୀ ଭାବରେ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଟାଟା ଷ୍ଟିଲ୍‌ ଫାଉଣ୍ଡେସନ୍ ମଙ୍ଗଳବାର ଦିନ ଓଡ଼ିଶାର ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅନ୍ତର୍ଗତ ଶାଳିଜଙ୍ଗା 
ପଂଚାୟତର ବାଘୁଆପାଳ ଖେଳ ପଡ଼ିଆରେ ଏକ ଦିନିଆ " ଗ୍ରାସରୁଟ୍ସ ଫୁଟବଲ ଟୁର୍ନାମେଟ୍' ଅୟୋଜନ କରି 'ଜାତୀୟ କ୍ରୀଡ଼ା ଦିବସକୁ ପାଳନ କରିଛି ।
ଗ୍ରାମୀଣ ବିକାଶ, ଦକ୍ଷତା ଓ ବୈଷୟିକ ବିକାଶ ମନ୍ତ୍ରୀ ଇଂ ପ୍ରାତିରଞ୍ଜନ ଘଡାଇ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗଦେଇ ସ୍ଥାନୀୟ ଯୁବବର୍ଗଙ୍କୁ ସାମଗ୍ରିକ
ବିକାଶ ପାଇଁ କ୍ରୀଡ଼ାରେ ସକ୍ରିୟ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦାନଗଦି ବ୍ଳକର ଜିଲ୍ଲା ପରିଷଦ ଶ୍ରୀମତୀ ଟିନା ହଇବୁରୁ ଏବଂ ଟାଟା ଷ୍ଟିଲ୍‌ ଫାଉଣ୍ଡେସନ୍‌ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଏହି ଟୁର୍ନାମେଟ୍‌କୁ ତିନୋଟି ବର୍ଗରେ ଅନ୍ତର୍ଭୁକ୍ତ କରଯାଇଥିଲା ଯଥା ୧୨ ବର୍ଷରୁ କମ୍‌ ବାଳକ ବର୍ଗ, ୧୪ ବର୍ଷରୁ କମ୍‌ ବାଳକ ବର୍ଗ ଏବଂ ୧୪ ବର୍ଷରୁ
କମ୍‌ ବାଳିକା ବର୍ଗ | ୧୭ଟି ଦଳ ମଧ୍ୟରେ ମୋଟ ୧୮ ଟି ମ୍ୟାଚ୍ ଖେଳାଯାଇଥିଲା ଯେଉଁଥିରେ, ବ୍ରାହ୍ମଣୀପାଳ, ସୁକିନ୍ଦା ଏବଂ କଳିଙ୍ଗନଗରର ୨୭ ଖେଳାଳି ଅଂଶଗ୍ରହଣ କରି ଫୁଟ୍‌ବଲ୍‌ ପଡ଼ିଆରେ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ । ଏହି ଟୁର୍ନାମେଣ୍ଟ କେବଳ ଫୁଟବଲ୍ ଉତ୍ସାହିଙ୍କ ଦକ୍ଷତା
ପ୍ରଦର୍ଶନ କରିବା ପାଇଁ ଏକ ମଂଚ ପ୍ରଦାନ କରିନଥିଲା ବରଂ ଗୋଷ୍ଠୀ ମଧ୍ୟରେ ସ୍ବାସ୍ଥ୍ୟ ସଚେତନତା ଏବଂ ସାମଜିକ ଦାୟିତ୍ବକୁ ସେ ସ୍ଥାପିତ କରିବା ପାଇଁ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିଥିଲା । ଏହି ଟୁର୍ନାମେଟରେ ୧୨ ବର୍ଷରୁ କମ୍‌ ବାଳକ ବର୍ଗରେ ସୁକିନ୍ଦା ଦଳ, ୧୪ ବର୍ଷରୁ କମ୍‌ ବାଳକ ବର୍ଗରେ ବ୍ରାହ୍ମଣୀପାଳ ଦଳ ଏବଂ ୧୪ ବର୍ଷରୁ କମ୍‌ ବାଳିକା ବର୍ଗରେ କଳିଙ୍ଗନଗର ଦଳ ଟାଇଟଲ ଜିତିଥିଲା ।
ପୁଷ୍ଟିକର ଖାଦ୍ୟର ମହତ୍ବକୁ ଗୁରୁତ୍ବ ଦେବା ପାଇଁ ସମସ୍ତ ଅଂଶଗ୍ରହଣକାରୀ ଦଳ ଏବଂ ଅୟୋଜକ କମିଟିର ସଦ୍ୟସ ପୁଷ୍ଟିକର ମଧ୍ୟାହ୍ନ ଭୋଜନ କରିବା
ସହିତ କ୍ରୀଡ଼ା ଏବଂ ଦୈନଦିନ ଜୀବନରେ ଏକ ସନ୍ତୁଳିତ ଖାଦ୍ୟର ମହତ୍ବକୁ ଆଲୋକିତ କରିଥିଲେ |
ଏହା ବ୍ୟତୀତ ଟାଟା ଷ୍ଟିଲ୍‌ କଳିଙ୍ଗନଗରର ପ୍ରଶାସନ ବିଭାଗ ପ୍ଳଟ୍ ୨ ହାଉସିଂ କଲେନାରେ ରହୁଥିବା କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ
ପାଇଁ 'ମକାଳିଆ କ୍ରୀଡା’ର ଆୟୋଜନ କରିଥିଲେ ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !