Posts

Showing posts from January 25, 2020

ପୁଣି ଏକ ଜୀବନ ନେଲା ନରହନ୍ତା ଦନ୍ତl, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ... l

Image
ଯାଜପୁର - ଦନ୍ତl ହାତୀ ଦାନଗଦି ବ୍ଳକ ର କଣ୍ଟିପୁର୍ ଜଙ୍ଗଲ ରେ କାଲି ରାତିରେ ରହି ରାତିରେ ଜିନ୍ଦାଲ ଷ୍ଟିଲ ର ଲେବର କଲୋନୀର ପାଚେରୀ ଭାଙ୍ଗି ପକାଇଛି l ଫରେଷ୍ଟ ଡିପାର୍ଟମେଣ୍ଟ ରାତି ସାରା ଉଜାଗର ରହି ହାତୀ ଘଉଡାଇ ବା ପାଇଁ ପ୍ରୟାସ ଜାରି ରଖିଛି l ଲୋକ ଆତଙ୍କିତ ହୋଇ ଛାତ ଉପରେ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି l ଆଜି ସନ୍ଧ୍ୟାରେ ଫରେଷ୍ଟର ଟିମ ଦାନଗଦି ବ୍ଲକ ମାନଗୋବିନ୍ଦ ପୁର, ଧପଙ୍କି, ଧୂଳିଗଡ଼ ଜଙ୍ଗଲରେ ପାଖରେ ପହଁଚି ଗ୍ରାମବାସୀଙ୍କ ସହଯୋଗ ନେଇ ହାତୀ ଘଉଡାଇବା  ପାଇଁ ପ୍ରୟାସ ଜାରି ରଖିଥିବା ବେଳେ ହାତୀ ଧପଙ୍କି ଗ୍ରାମର ଟୁନା ଜେନା ର ପୁଅ ସତ୍ୟବ୍ରତ ଜେନା ଙ୍କ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ବେଳେ ମାନଗୋବିନ୍ଦ ପୁର ମଠ ସାହି ର ଦୁଇ ବୃଦ୍ଧ, ବୃଦ୍ଧା ଆହାତ ହୋଇଥିବା ଜଣାପଡିଛି l ଆହତ ଓ ମୃତକ କୁ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇ ଦିଆଯାଇଛି l