ପୁଣି ଏକ ଜୀବନ ନେଲା ନରହନ୍ତା ଦନ୍ତl, ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ରେ... l

ଯାଜପୁର - ଦନ୍ତl ହାତୀ ଦାନଗଦି ବ୍ଳକ ର କଣ୍ଟିପୁର୍ ଜଙ୍ଗଲ ରେ କାଲି ରାତିରେ ରହି ରାତିରେ ଜିନ୍ଦାଲ ଷ୍ଟିଲ ର ଲେବର କଲୋନୀର ପାଚେରୀ ଭାଙ୍ଗି ପକାଇଛି l ଫରେଷ୍ଟ ଡିପାର୍ଟମେଣ୍ଟ ରାତି ସାରା ଉଜାଗର ରହି ହାତୀ ଘଉଡାଇ ବା ପାଇଁ ପ୍ରୟାସ ଜାରି ରଖିଛି l ଲୋକ ଆତଙ୍କିତ ହୋଇ ଛାତ ଉପରେ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି l ଆଜି ସନ୍ଧ୍ୟାରେ ଫରେଷ୍ଟର ଟିମ ଦାନଗଦି ବ୍ଲକ ମାନଗୋବିନ୍ଦ ପୁର, ଧପଙ୍କି, ଧୂଳିଗଡ଼ ଜଙ୍ଗଲରେ ପାଖରେ ପହଁଚି ଗ୍ରାମବାସୀଙ୍କ ସହଯୋଗ ନେଇ ହାତୀ ଘଉଡାଇବା 
ପାଇଁ ପ୍ରୟାସ ଜାରି ରଖିଥିବା ବେଳେ ହାତୀ ଧପଙ୍କି ଗ୍ରାମର ଟୁନା ଜେନା ର ପୁଅ ସତ୍ୟବ୍ରତ ଜେନା ଙ୍କ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ବେଳେ ମାନଗୋବିନ୍ଦ ପୁର ମଠ ସାହି ର ଦୁଇ ବୃଦ୍ଧ, ବୃଦ୍ଧା ଆହାତ ହୋଇଥିବା ଜଣାପଡିଛି l ଆହତ ଓ ମୃତକ କୁ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇ ଦିଆଯାଇଛି l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !