ଜଳୁ ନାହିଁ ଷ୍ଟ୍ରିଟ ଲାଇଟ, ବଢୁଛି ଅପରାଧ l

ବାରିପଦା(ବ୍ୟୁରୋ ରିପୋର୍ଟ) :-ମୟୂରଭଞ୍ଜ ଜିଲ୍ଲାର ପୌର ଓ ବିଜ୍ଞାପିତ ପରିଷଦ ଅଞ୍ଚଳରେ ଆଲୋକୀକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ୫ ହଜାର ଷ୍ଟ୍ରିଟ୍ ଲାଇଟ ଜଳୁ ନାହିଁ। ଏହାର ସୁଯୋଗରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି। ସହରବାସୀ ଦେଉଥିବା ହୋଲ୍ଡିଂ ଟ୍ୟାକ୍ସ କାମରେ ଲାଗୁ ନ ଥିବାରୁ ଅସନ୍ତୋଷ ଦେଖାଦେଇଛି । ଜିଲ୍ଲାର ବାରିପଦା ମ୍ୟୁନିସିପାଲଟି ଅଧୀନ ୨୮ ୱାର୍ଡରେ ୨ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ବାସ କରୁଛନ୍ତି। କେନ୍ଦ୍ର ସରକାରଙ୍କ ଯୋଜନା ଏନର୍ଜି ଏଫିସିଏନ୍ସି ସର୍ଭିସ ଲିମିଟେଡ (ଇଇଏସ୍ଏଲ୍) ଜରିଆରେ ଆସ୍ଥା ସଂସ୍ଥା ପକ୍ଷରୁ ୨୦୧୪-୧୫ରେ ଆଲୋକୀକରଣ ପାଇଁ ୮୫୦୦ ଏଲ୍ଇଡ ଷ୍ଟ୍ରିଟ୍ ଲାଇଟ ବ୍ୟବସ୍ଥା କରାଯାଇଥିଲା। ସମସ୍ତ ୱାର୍ଡର ମୁଖ୍ୟ ରାସ୍ତାରେ ୩୫ ୱାଟ୍ରୁ ଆରମ୍ଭ କରି ୧୧୦ୱାଟ୍ ପର୍ଯ୍ୟନ୍ତ ଏଲ୍ଇଡି ଲାଇଟ ଲଗାଯାଇଛି । ଏହାର ମରାମତି ପାଇଁ ପରିଚାଳନା ଦାୟିତ୍ୱରେ ଥିବା ସଂସ୍ଥା ପକ୍ଷରୁ ଜିଲ୍ଲାରେ ଜଣେ ମାତ୍ର ଟେକ୍ନସିଆନ ରହିଛନ୍ତି। ଲାଇଟ୍ଗୁଡ଼ିକ କଣ୍ଟ୍ରୋଲ କରିବା ପାଇଁ ବାରିପଦା ମ୍ୟୁନିସିପାଲଟିରେ ୨୧୬ ସିସିଏମ୍ଏସ୍ ବକ୍ସ ରହିଛି। ପ୍ରତି ବାକ୍ସରେ ୫୦ରୁ ୧୦୦ ଲାଇଟକୁ କଣ୍ଟ୍ରୋଲ କରିବାର କ୍ଷମତା ରହିଥିବା ବେଳେ ସମୟ ଅନୁଯାୟୀ ସନ୍ଧ୍ୟାରୁ ସକାଳ ପର୍ଯ୍ୟନ୍ତ ଜଳିଥାଏ । ବର୍ତ୍ତମାନ ୩୩ଟି ସିସିଏମ୍ଏସ୍ ବକ୍ସ ସମ୍ପୂ...