Posts

Showing posts from September 8, 2022

ବିଆଇପିଏଫ ପକ୍ଷରୁ ଜାତୀୟ ପୋଷଣ ସପ୍ତାହ ପାଳିତ l

Image
   ଯାଜପୁର(କାଳିଆପାଣି ):- ଇମ୍ଫାର ସାମାଜିକ ଦାୟିତ୍ୱବୋଧ ସଂସ୍ଥା ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନ (ବିଆଇପିଏଫ)ପକ୍ଷରୁ ସୁକିନ୍ଦା ବ୍ଲକର କଅଁସ ଗ୍ରାମ ଗୋଷ୍ଠୀ କେନ୍ଦ୍ର ଠାରେ ଜାତୀୟ ପୋଷଣ ସପ୍ତାହ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଏହାକୁ ସ୍ଥାନୀୟ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶିକା ଶକୁନ୍ତଳା ସଏ ଉଦଘାଟନ କରିଥିଲେ l ପନିପରିବା ଓ ବିଭିନ୍ନ ଫଳଆଦି ପ୍ରଦର୍ଶନ କରାଯାଇଥିଲା l ପ୍ରାୟ 80ଜଣରୁ ଉର୍ଦ୍ଧ୍ଵ ମହିଳା ଏଥିରେ ଯୋଗଦେଇ ପୃଷ୍ଟିକର ଖାଦ୍ୟ ପ୍ରସ୍ତୁତ କରିଥିଲେ l ମା ଓ ଶିଶୁର ଖାଦ୍ୟ ନିମନ୍ତେ ପୁଷ୍ଟିକର ଖାଦ୍ୟର ଆବଶ୍ୟକତା ସମ୍ପର୍କରେ ଏକ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସୁଷମ ଖାଦ୍ୟ ସମ୍ପର୍କରେ ଜଣା ଅଜଣା ପ୍ରତିଯୋଗିତା କରାଯାଇ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା l ଗତ 3ତାରିଖରେ ଏହି ସପ୍ତାହ ପାଳନର ଉଦଘାଟନ ଉତ୍ସବ ଗୁରୁଜଙ୍ଗ ଗୋଷ୍ଠୀ କେନ୍ଦ୍ରଠାରେ ସୁକିନ୍ଦା ଶିଶୁ ବିକାଶ ଅଧିକାରୀ ବିଜୟଲକ୍ଷ୍ମୀ ମାରାଣ୍ଡିଙ୍କ ଦ୍ୱାରା ଉଦଘାଟିତ ହୋଇ ଥିଲା l ବିଆଇପିଏଫର କାର୍ଯ୍ୟକ୍ରମ ଅଧିକାରୀ ପ୍ରିୟବ୍ରତ ପରିଡା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଇମ୍ଫାର ବରିଷ୍ଠ ଲୋକ ସମ୍ପର୍କ ଅଧିକାରୀ ମିଲନ ରଞ୍ଜନ କର, ବିଆଇପିଏଫର ଶମ୍ଭୁନାଥ ନାୟକ, ସାଗର ଦାସ, ଗୀତାଞ୍ଜଳି ଦାସ, ଉମା ପ୍ରଧାନ ପ୍...