ବିଆଇପିଏଫ ପକ୍ଷରୁ ଜାତୀୟ ପୋଷଣ ସପ୍ତାହ ପାଳିତ l

 
 ଯାଜପୁର(କାଳିଆପାଣି ):- ଇମ୍ଫାର ସାମାଜିକ ଦାୟିତ୍ୱବୋଧ ସଂସ୍ଥା ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନ (ବିଆଇପିଏଫ)ପକ୍ଷରୁ ସୁକିନ୍ଦା ବ୍ଲକର କଅଁସ ଗ୍ରାମ ଗୋଷ୍ଠୀ କେନ୍ଦ୍ର ଠାରେ ଜାତୀୟ ପୋଷଣ ସପ୍ତାହ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଏହାକୁ ସ୍ଥାନୀୟ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶିକା ଶକୁନ୍ତଳା ସଏ ଉଦଘାଟନ କରିଥିଲେ l ପନିପରିବା ଓ ବିଭିନ୍ନ ଫଳଆଦି ପ୍ରଦର୍ଶନ କରାଯାଇଥିଲା l ପ୍ରାୟ 80ଜଣରୁ ଉର୍ଦ୍ଧ୍ଵ ମହିଳା ଏଥିରେ ଯୋଗଦେଇ ପୃଷ୍ଟିକର ଖାଦ୍ୟ ପ୍ରସ୍ତୁତ କରିଥିଲେ l ମା ଓ ଶିଶୁର ଖାଦ୍ୟ ନିମନ୍ତେ ପୁଷ୍ଟିକର ଖାଦ୍ୟର ଆବଶ୍ୟକତା ସମ୍ପର୍କରେ ଏକ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସୁଷମ ଖାଦ୍ୟ ସମ୍ପର୍କରେ ଜଣା ଅଜଣା ପ୍ରତିଯୋଗିତା କରାଯାଇ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା l ଗତ 3ତାରିଖରେ ଏହି ସପ୍ତାହ ପାଳନର ଉଦଘାଟନ ଉତ୍ସବ ଗୁରୁଜଙ୍ଗ ଗୋଷ୍ଠୀ କେନ୍ଦ୍ରଠାରେ ସୁକିନ୍ଦା ଶିଶୁ ବିକାଶ ଅଧିକାରୀ ବିଜୟଲକ୍ଷ୍ମୀ ମାରାଣ୍ଡିଙ୍କ ଦ୍ୱାରା ଉଦଘାଟିତ ହୋଇ ଥିଲା l ବିଆଇପିଏଫର କାର୍ଯ୍ୟକ୍ରମ ଅଧିକାରୀ ପ୍ରିୟବ୍ରତ ପରିଡା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଇମ୍ଫାର ବରିଷ୍ଠ ଲୋକ ସମ୍ପର୍କ ଅଧିକାରୀ ମିଲନ ରଞ୍ଜନ କର, ବିଆଇପିଏଫର ଶମ୍ଭୁନାଥ ନାୟକ, ସାଗର ଦାସ, ଗୀତାଞ୍ଜଳି ଦାସ, ଉମା ପ୍ରଧାନ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ l(କାଳିଆପାଣିରୁ ଜୟ ନାରାୟଣ ମହାପାତ୍ରଙ୍କ ରିପୋର୍ଟ )

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !