ମାଗଣା ଆଖି ପରୀକ୍ଷା ଶିବିର ଅନୁଷ୍ଠିତ l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ

ଯାଜପୁର - ଯାଜପୁର ଜିଲ୍ଲାର ଦାନଗଦି ବ୍ଲକ ର ଧୂଳି ଗଡ଼ ଗ୍ରାମପଞ୍ଚାୟତର ମାନଗୋବିନ୍ଦ ପୁର (ନୀଳପଦା ସାହି କମୁନିଟି ସେଣ୍ଟର) ଠାରେ ଅନୁଷ୍ଠିତ ହୋଇଯାଇଛି ଏକ ମାଗଣା ଚକ୍ଷୁ ପରୀକ୍ଷା ଓ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଶିବିର l ଏହି ଶିବିର ଚଣ୍ଡିଖୋଲ ସ୍ଥିତ ସାଇ ନେତ୍ର ମନ୍ଦିର ଚକ୍ଷୁ ହସ୍ପିଟାଲ ଓ Rita vision News ପକ୍ଷରୁ ଆୟୋଜନ କରାଯାଇଥିଲା l ଯାଜପୁର ଜିଲ୍ଲା ହିନ୍ଦୁ ସୁରକ୍ଷା ସେନା ର ସଭାପତି ଶ୍ରୀଯୁକ୍ତ ବସନ୍ତ କୁମାର ପାତ୍ର ଓ ନଗର ସଭାପତି ଅଶିତ ଦାସ୍ ସହଯୋଗ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ମାନଗୋବିନ୍ଦ ପୁର, ଧୂଳିଗଡ଼, ତ୍ରିଜଙ୍ଗା, ଧପଙ୍କି, ଦାନଗଦି ରୁ ଶତାଧିକ ଲୋକେ ନିଜର ଆଖିର ସମସ୍ୟାକୁ କୁ ନେଇ ଡାକ୍ତର ଙ୍କୁ ପରାମର୍ଶ ନେଇଥିଲେ l ଏମାନଙ୍କ ମଧ୍ୟରୁ ୧୫ ଜଣ ମହିଳା ଓ ପୁରୁଷ ଲୋକଙ୍କ ଆଖି ର ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ଚଣ୍ଡିଖୋଲ ସ୍ଥିତ ସାଇ ନେତ୍ର ମନ୍ଦିର କୁ ନିଆଯାଇଛି l ଏହି ଆଖି ରୋଗୀ ମାନଙ୍କ ଅସ୍ତ୍ରୋପଚାର ଓ ରହିବା, ଖାଇବା ଓ ଯିବାଆସିବା, ଔଷଧ ପ୍ରସ୍ତୁତ ମାଗଣାରେ ଯୋଗାଇ ଦିଆଯିବା ର ବ୍ୟବସ୍ଥା କରାଯାଇଛି l ଡାକ୍ତରଖାନା ତରଫରୁ ଡଃ. ଶ୍ରୀମନ୍ତ କୁମାର ସାହୁ, ଟେକ୍ନିସିଆନ୍ ଜସ୍ମିନ ସାହୁ, ଉପାସନା ଜେନା, ମୁନା ରାଉତ ପ୍ରମୂଖ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ଜନସାଧାରଣଙ୍କ ହିତ...