ମାଗଣା ଆଖି ପରୀକ୍ଷା ଶିବିର ଅନୁଷ୍ଠିତ l ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ

ଯାଜପୁର - ଯାଜପୁର ଜିଲ୍ଲାର ଦାନଗଦି ବ୍ଲକ ର ଧୂଳି ଗଡ଼ ଗ୍ରାମପଞ୍ଚାୟତର ମାନଗୋବିନ୍ଦ ପୁର (ନୀଳପଦା ସାହି କମୁନିଟି ସେଣ୍ଟର) ଠାରେ ଅନୁଷ୍ଠିତ ହୋଇଯାଇଛି ଏକ ମାଗଣା ଚକ୍ଷୁ ପରୀକ୍ଷା ଓ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଶିବିର l ଏହି ଶିବିର ଚଣ୍ଡିଖୋଲ ସ୍ଥିତ ସାଇ ନେତ୍ର ମନ୍ଦିର ଚକ୍ଷୁ ହସ୍ପିଟାଲ ଓ Rita vision News ପକ୍ଷରୁ ଆୟୋଜନ କରାଯାଇଥିଲା l ଯାଜପୁର ଜିଲ୍ଲା ହିନ୍ଦୁ ସୁରକ୍ଷା ସେନା ର ସଭାପତି ଶ୍ରୀଯୁକ୍ତ ବସନ୍ତ କୁମାର ପାତ୍ର ଓ ନଗର ସଭାପତି ଅଶିତ ଦାସ୍ ସହଯୋଗ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ମାନଗୋବିନ୍ଦ ପୁର, ଧୂଳିଗଡ଼, ତ୍ରିଜଙ୍ଗା, ଧପଙ୍କି, ଦାନଗଦି ରୁ ଶତାଧିକ ଲୋକେ ନିଜର ଆଖିର ସମସ୍ୟାକୁ କୁ ନେଇ ଡାକ୍ତର ଙ୍କୁ ପରାମର୍ଶ ନେଇଥିଲେ l ଏମାନଙ୍କ ମଧ୍ୟରୁ ୧୫ ଜଣ ମହିଳା ଓ ପୁରୁଷ ଲୋକଙ୍କ ଆଖି ର ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ଚଣ୍ଡିଖୋଲ ସ୍ଥିତ ସାଇ ନେତ୍ର ମନ୍ଦିର କୁ ନିଆଯାଇଛି l ଏହି ଆଖି ରୋଗୀ ମାନଙ୍କ ଅସ୍ତ୍ରୋପଚାର ଓ ରହିବା, ଖାଇବା ଓ ଯିବାଆସିବା, ଔଷଧ ପ୍ରସ୍ତୁତ ମାଗଣାରେ ଯୋଗାଇ ଦିଆଯିବା ର ବ୍ୟବସ୍ଥା କରାଯାଇଛି l ଡାକ୍ତରଖାନା ତରଫରୁ ଡଃ. ଶ୍ରୀମନ୍ତ କୁମାର ସାହୁ, ଟେକ୍ନିସିଆନ୍ ଜସ୍ମିନ ସାହୁ, ଉପାସନା ଜେନା, ମୁନା ରାଉତ ପ୍ରମୂଖ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ଜନସାଧାରଣଙ୍କ ହିତ ସାଧନ କରିବା ସହିତ ସାମାଜିକ ବିକାଶ ଦିଗରେ RITA vision News (ରୀତା ଭିଜନ୍ ନ୍ୟୁଜ୍) ସର୍ବଦା କାର୍ଯ୍ୟ ଜାରି ରଖିବ ବୋଲି ଆଶା ପ୍ରକାଶ କରିଛି l ସାମାଜିକ କର୍ମୀ, ସମାଜସେବୀ,ଓ ଅନ୍ୟାନ୍ୟ ସଂଗଠନ ସହଯୋଗ ର ହାତ ବଢ଼ାଇ ଜନହିତକର କାର୍ଯ୍ଯ କରିବା ପାଇଁ RITA vision News ପକ୍ଷରୁ ସ୍ଵାଗତ କରାଯାଉଛି l ଯେଉଁ ସହହୃଦୟ ବ୍ୟକ୍ତି କିମ୍ବା ସଂଗଠନ ସମାଜିକ କର୍ତ୍ତବ୍ୟ ସମ୍ପାଦନ କରିବା ପାଇଁ ଚାହୁଁଛନ୍ତି ଆମ ସହିତ ହାତ ମିଶାନ୍ତୁ ଓ ଆମକୁ ଫୋନ୍ No. 9438437646 /8249302572 ରେ ଯୋଗଯୋଗ କରନ୍ତୁ l ଆସନ୍ତୁ ସମସ୍ତେ ମିଶି ସହଯୋଗ ର ହାତ ବଢାଇ ସୁସ୍ଥ ସାମାଜ ପାଇଁ ପ୍ରୟାସ ଜାରି ରଖିବା l

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !