୪୮ ଘଣ୍ଟା ପାଇଁ ରାଜ୍ୟରେ ତିନି ପ୍ରମୁଖ ସହର ସଟ ଡାଉନ୍

ଭୁବନେଶ୍ୱର (ବ୍ୟୁରୋ) ୪୮ ଘଣ୍ଟା ପାଇଁ ରାଜଧାନୀ ଭୁବନେଶ୍ୱର ସହିତ ଭଦ୍ରକ ସହରକୁ ପୂରା ଶଟ୍ ଡାଉନ୍ କରାଯାଇଛି। ଆଜି ରାତି ୮ଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ। ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏ ସଂପର୍କରେ ସୂଚନା ଦେବା ପରେ ଡିଜିପି ଅଭୟ ଏହା ଏକ ପ୍ରକାର କର୍ଫ୍ୟୁ ବୋଲି କହିଛନ୍ତି ଏବଂ ଏହା ଭିତରେ ହେବାକୁ ଥିବା କଟକଣା ସଂପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି ସମୟରେ ଗ୍ରୋସରୀ, ଫଳ ଓ ପନିପରିବା ଦୋକାନ ବନ୍ଦ ରହିବ। ତା’ସହିତ ମାଛ, ମାଂସ, ଅଣ୍ଡା ଓ କ୍ଷୀର ଦୋକାନ ମଧ୍ୟ ବନ୍ଦ ରହିବ। କେବଳ ଔଷଧ ଦୋକାନ ଖୋଲିବ। କିନ୍ତୁ ସେଗୁଡ଼ିକର ସଂଖ୍ୟା କମାଇ ଦିଆଯିବ। କେଉଁ ଔଷଧ ଦୋକାନ ଖୋଲିବ ସ୍ଥାନୀୟ ଅଧିକାରୀ ନିଷ୍ପତ୍ତି ନେବେ। ସେହିଭଳି ଅତି ଜରୁରୀ ନଥିଲେ ହସ୍ପିଟାଲ ନଯିବାକୁ କହିଛନ୍ତି ଡିଜିପି। ସେ କହିଛନ୍ତି, ଜରୁରୀ ପରିସ୍ଥିତିରେ ହସ୍ପିଟାଲ ଯିବାକୁ ଆମ୍ବୁଲାନ୍ସ ସଂଖ୍ୟା ବଢ଼ାଯିବ।ତେବେ ଜାତୀୟ ରାଜପଥରେ ମାଲ ପରିବହନ ସେବା ଚାଲୁ ରହିବ।