Posts

Showing posts from February 25, 2023

ବେଆଇନ୍ କାର୍ଯ୍ୟ ଏବଂ ମାଡ ମାରିବା ଘଟଣା କୁ ନେଇ ଅଧ୍ୟକ୍ଷ ଙ୍କ ବଦଳି ଦାବିରେ ଛାତ୍ର ଙ୍କ ବିକ୍ଷୋଭ l

Image
RITA VISION NEWS By Umakanta Mohapatra ଯାଜପୁର(ବ୍ୟୁରୋ ରିପୋର୍ଟ ) :- ଜିଲ୍ଲା ର ଦାନଗଦୀ ବ୍ଲକ ଉଲ୍ଲଳ ପଞ୍ଚାୟତ ରାମ୍ପିଲ ରେ ଥିବା ସରକାରୀ ଏକଲବ୍ୟ ଆବାସିକ ବିଦ୍ୟାଳୟ ରେ ଚଳିତ ମାସ ୧୦ ତାରିଖ ଶୁକ୍ରବାର ଦିନ ଏକ ଅଭାବନୀୟ ଘଟଣା ଘଟି ଥିବାର ଦେଖି ବାକୁ ମିଳିଥିଲା l ସୂଚନା ମୁତାବକ ଓଡିଶା ସରକାର ପିଲା ମାନଙ୍କ ନିମନ୍ତେ ଶିକ୍ଷା ଦାନ ପାଇଁ ଅନେକ ପଦକ୍ଷେପ ନେଉଛନ୍ତି l ସରକାର ଏଥି ପାଇଁ ପ୍ରତ୍ୟେକ ବିଦ୍ୟାଳୟ କୁ ଦଣ୍ଡ ମୁକ୍ତ ଘୋଷଣା କରି ଥିବା ସତ୍ୱେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କ ମାଡ ରେ ଜଣେ ଯୁକ୍ତ ଦୁଇ ର ପ୍ରଥମ ବର୍ଷ ଛାତ୍ର ବୃନ୍ଦାବନ ତିରିଆ ଲହୁ ଲୁହାଣ ହୋଇ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହୋଇ ଥିବାର ଖବର ମିଳିଥିଲା l ଏହାର ପ୍ରତିବାଦ ରେ ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ଏକତ୍ରିତ ହୋଇ ବିଦ୍ୟାଳୟ ଫାଟକ ବନ୍ଦ କରି ଆନ୍ଦୋଳନ କରିଥିଲେ l ଏହି ମାମଲା ରେ ପ୍ରଧାନ ଶିକ୍ଷକ ଙ୍କ ବିରୋଧ ରେ ଛାତ୍ର ଛାତ୍ରୀ ମାନେ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ଏହି ମାମଲା କୁ ଚାପି ଦବାକୁ ପ୍ରୟାସ କରି ଥିଲେ କିନ୍ତୁ ଏହି ଘଟଣା ପ୍ରଘଟ ହେବା ପରେ ଦାନଗଦୀ , ସୁକିନ୍ଦା ଓ କୋରେଇ ବ୍ଲକ ର ଶିଶୁ ସୁରକ୍ଷା ଅଧିକାରୀ ପହଂଚି ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇ ଘଟଣା କୁ ଆଗକୁ ନ ବଢ଼ାଇ ବା ପାଇଁ ଆପୋଷ ବୁଝା ମଣା କରିଥିଲେ l ଶିକ୍ଷା ଅନୁଷ୍ଠାନ ରେ କୋମଳମ