ବେଆଇନ୍ କାର୍ଯ୍ୟ ଏବଂ ମାଡ ମାରିବା ଘଟଣା କୁ ନେଇ ଅଧ୍ୟକ୍ଷ ଙ୍କ ବଦଳି ଦାବିରେ ଛାତ୍ର ଙ୍କ ବିକ୍ଷୋଭ l

RITA VISION NEWS By Umakanta Mohapatra

ଯାଜପୁର(ବ୍ୟୁରୋ ରିପୋର୍ଟ ) :- ଜିଲ୍ଲା ର ଦାନଗଦୀ ବ୍ଲକ ଉଲ୍ଲଳ ପଞ୍ଚାୟତ ରାମ୍ପିଲ ରେ ଥିବା ସରକାରୀ ଏକଲବ୍ୟ ଆବାସିକ ବିଦ୍ୟାଳୟ ରେ ଚଳିତ ମାସ ୧୦ ତାରିଖ ଶୁକ୍ରବାର ଦିନ ଏକ ଅଭାବନୀୟ ଘଟଣା ଘଟି ଥିବାର ଦେଖି ବାକୁ ମିଳିଥିଲା l ସୂଚନା ମୁତାବକ ଓଡିଶା ସରକାର ପିଲା ମାନଙ୍କ ନିମନ୍ତେ ଶିକ୍ଷା ଦାନ ପାଇଁ ଅନେକ ପଦକ୍ଷେପ ନେଉଛନ୍ତି l ସରକାର ଏଥି ପାଇଁ ପ୍ରତ୍ୟେକ ବିଦ୍ୟାଳୟ କୁ ଦଣ୍ଡ ମୁକ୍ତ ଘୋଷଣା କରି ଥିବା ସତ୍ୱେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଙ୍କ ମାଡ ରେ ଜଣେ ଯୁକ୍ତ ଦୁଇ ର ପ୍ରଥମ ବର୍ଷ ଛାତ୍ର ବୃନ୍ଦାବନ ତିରିଆ ଲହୁ ଲୁହାଣ ହୋଇ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହୋଇ ଥିବାର ଖବର ମିଳିଥିଲା l ଏହାର ପ୍ରତିବାଦ ରେ ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ଏକତ୍ରିତ ହୋଇ ବିଦ୍ୟାଳୟ ଫାଟକ ବନ୍ଦ କରି ଆନ୍ଦୋଳନ କରିଥିଲେ l ଏହି ମାମଲା ରେ ପ୍ରଧାନ ଶିକ୍ଷକ ଙ୍କ ବିରୋଧ ରେ ଛାତ୍ର ଛାତ୍ରୀ ମାନେ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ଏହି ମାମଲା କୁ ଚାପି ଦବାକୁ ପ୍ରୟାସ କରି ଥିଲେ କିନ୍ତୁ ଏହି ଘଟଣା ପ୍ରଘଟ ହେବା ପରେ ଦାନଗଦୀ , ସୁକିନ୍ଦା ଓ କୋରେଇ ବ୍ଲକ ର ଶିଶୁ ସୁରକ୍ଷା ଅଧିକାରୀ ପହଂଚି ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇ ଘଟଣା କୁ ଆଗକୁ ନ ବଢ଼ାଇ ବା ପାଇଁ ଆପୋଷ ବୁଝା ମଣା କରିଥିଲେ l ଶିକ୍ଷା ଅନୁଷ୍ଠାନ ରେ କୋମଳମତି ଦଳିତ ଛାତ୍ର ଛାତ୍ରୀ ମାନଙ୍କୁ ସୁରକ୍ଷା ଦେବା ବଦଳରେ ପ୍ରଧାନ ଶିକ୍ଷକ କ୍ରୋଧିତ ହୋଇ ମାଡ ମାରିବା ଏକ ନିନ୍ଦନୀୟ ଘଟଣା l ଯାହାକି ସବୁ ମହଲ ରୁ ନିନ୍ଦା କରାଯାଇ ଥିଲା l ବର୍ତ୍ତମାନ ଚର୍ଚ୍ଚା ର ବିଷୟ ଅଧକ୍ଷ ଙ୍କ ମନ ମୁଖି କାର୍ଯ୍ୟ ଓ ଛାତ୍ରଛାତ୍ରୀମାନଙ୍କୁ ଦିଆଯାଉ ଥିବା ଖାଦ୍ୟ ନିମ୍ନ ମାନର ବୋଲି ଅଭିଯୋଗ ହେଉଛି l

ଏଠାରେ ପ୍ରଶ୍ନ ଉଠେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଅଧ୍ୟକ୍ଷ (ପ୍ରଧାନ ଶିକ୍ଷକ) କାହା ଛତ୍ର ଛାୟାରେ ଏହିପରି କାର୍ଯ୍ୟମାନ କରୁଛନ୍ତି? ଏହିଭଳି ବ୍ୟକ୍ତି ବିଶେଷଙ୍କୁ କିଏ ଏହିସବୁ କାର୍ଯ୍ୟ କରିବାକୁ ଅନୁମତି ଦେଉଛି, ଏହାର ତଦନ୍ତ ନିହାତି ଜରୁରୀ l କାରଣ ଶିକ୍ଷାନୁଷ୍ଠାନ ରେ ଏହିପରି ବିଭ୍ରାନ୍ତ ସୃଷ୍ଟି ହେଲେ ଛାତ୍ରଛାତ୍ରୀଙ୍କ ମାନସିକ ଆଘାତ ଘଟିବ, ତେଣୁ ଶିକ୍ଷା ପ୍ରଦାନ କରିବା କ୍ଷେତ୍ରରେ ଏହା ବାଧକ ସାଜିବ l ଅଧ୍ୟକ୍ଷ ଙ୍କ ଏହି ଅମାନବୀୟ ଘଟଣା ଓ ବାଟ ମାରଣା ଭଳି ଅଭିଯୋଗ ଆଣି ଛାତ୍ର ଛାତ୍ରୀ ମାନେ ଫାଟକ ସମୁଖରେ ଗତକାଲି ୨୪ ତାରିଖ ରେ ଧାରଣା ଦେଇ ଥିବା ର ଦେଖିବାକୁ ମିଳିଥିଲା l ପିଲାମାନଙ୍କପକ୍ଷରୁ ଜିଲ୍ଲାପାଳଙ୍କୁ ଅନୁରୋଧ ତୁରନ୍ତ ଏହାର ନିରପେକ୍ଷ ତଦନ୍ତ କରି ସମ୍ପୃକ୍ତ ଅଧ୍ୟକ୍ଷ ଙ୍କ ବିରୁଦ୍ଧରେ ଶୃଙ୍ଖଳା ଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ l ଯେପରି ଆଗାମୀ ଦିନରେ ଅଧ୍ୟକ୍ଷ ଙ୍କ ମନ ମାନି ଶିକ୍ଷା କ୍ଷେତ୍ରରେ ଏହାର କୁପ୍ରଭାବ ନ ପଡ଼ୁ l 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !