Posts

Showing posts from September 29, 2020

ଏବେ ବି ଲୋକଙ୍କ ଠାରେ ରହିଛି ଆଧ୍ୟାତ୍ମିକ ଭାବନା, କରୋନା ମହାମରୀ ପାଇଁ ପୂଜାର୍ଚ୍ଚନା I

Image
             ଅଧିଷ୍ଠାତୀ ଦେବୀ ମା ଖଣ୍ଡୁରୀ  ଯାଜପୁର (କଳିଙ୍ଗନଗର) - ମହାମାରୀ କରୋନା ଦାଉରୁ ରକ୍ଷା ପାଇବାକୁ ତଥା ଗ୍ରାମ ରେ ଶାନ୍ତିର ବାତାବରଣ ସୃଷ୍ଟି କାରିବାକୁ ପ୍ରୟାସ ଜାରି ରଖିଛନ୍ତି ଗ୍ରାମବାସୀ I ଆଧ୍ୟାତ୍ମିକ ଚେତନାର ବିକାଶ ତଥା ପୁରାଣ ଅନୁସାରେ ଗ୍ରାମର ରକ୍ଷା ଦାତ୍ରୀ କୁ ଲୋକମାନେ ଏବେବି ବିଶ୍ବାସ କରିଛନ୍ତି l  ପୂଜାର୍ଚ୍ଚନା କରିବା ଦ୍ୱାରା ଗ୍ରାମ ବାସିନ୍ଦା ଙ୍କ ମଙ୍ଗଳ ହୋଇଥାଏ ବୋଲି ଏବେବି ବିଶ୍ବାସ କରନ୍ତି ଲୋକମାନେ l ଏହିଭଳି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାର ଦାନଗଦି ବ୍ଲକ ର ମାନଗୋବିନ୍ଦ ପୁର ଗ୍ରାମରେ I ଗ୍ରାମର କିଛି ପୁରୁଖା ଲୋକ ଏବଂ ଯୁବକମାନଙ୍କ ଦ୍ୱାରା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ଖଣ୍ଡୁରୀ ଙ୍କ ପୂଜାର୍ଚ୍ଚନା କରିଛନ୍ତି l କରୋନା ନିୟମ ଅନୁସାରେ ଏଠାରେ କରାଯାଇଛି ପୂଜାଅର୍ଚ୍ଚନା l ଗ୍ରାମର ପୂର୍ବତନ ସରପଞ୍ଚ ବସନ୍ତ କୁମାର ରଣା ଙ୍କ ସହ ଅରୁଣ କୁମାର ପୃଷ୍ଟି ଙ୍କ ଦ୍ଵାରା ଏହା ଆୟୋଜନ କରାଯାଇଥିଲା l (Rita vision News)