Posts

Showing posts from August 21, 2023

୫ ଦଫା ସମ୍ବଳିତ ଦାବିପତ୍ର ନେଇ "ହିନ୍ଦୁ ସାଙ୍ଗଠନିକ ହୁଙ୍କାର ସମାବେଶ" l

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ଚଳିତ ମାସ ୨୦ ତାରିଖ ରବିବାର ଦିନ ରାଜ୍ୟ ରାଜଧାନୀ ଭୁବନେଶ୍ବରସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ରାଜ୍ୟର କ୍ରମବର୍ଦ୍ଧିଷ୍ଣୁ ଅବୈଧ ରୋହିଜ୍ଞାଙ୍କ ଅସାମ୍ବିଧାନିକ ସରକାରୀ ଥଇଥାନ ଓ ବେସରକାରୀ ଜବରଦଖଲ, ସରକାରୀ ତନ୍ତ୍ର ଦ୍ୱାରା ଅସହ୍ୟ ହିନ୍ଦୁ ଉତ୍ପୀଡ଼ନ, ହିନ୍ଦୁତ୍ୱ ଅପମାନ ଓ ଅତ୍ୟାଚାର, ଗୌବଂଶ ବିନାଶକୁ ସରକାରୀ ତନ୍ତ୍ରର ପ୍ରତ୍ୟକ୍ଷ ସହାୟତା, ସନାତନୀ ସାଂସ୍କୃତିକ ଧରୋହରଗୁଡିକର ଧ୍ୱଂସମୁଖୀ ଅବସ୍ଥା, ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି, ନାରୀ ନିର୍ଯ୍ୟାତନା, ରାଜ୍ୟ ପ୍ରଶାସନ ଦ୍ୱାରା ବନବାସୀ ଓ ହରିଜନ ଶୋଷଣ, ତଥା ଏସବୁ ସମସ୍ୟାର ସମାଧାନରେ ରାଜ୍ୟ ପ୍ରଶାସନ ଓ ପୋଲିସର ସମ୍ପୂର୍ଣ୍ଣ ନିଷ୍କ୍ରିୟତା ଓ ବିଫଳତାବିରୁଦ୍ଧରେ ଏକ "ହିନ୍ଦୁ ସାଙ୍ଗଠନିକ ହୁଙ୍କାର ସମାବେଶ" ଅନୁଷ୍ଠିତ ହୋଇଯାଇଛି l  ଏହି ସମାବେଶରେ ରାଜ୍ୟର ବହୁ ପ୍ରଭାବଶାଳୀ ହିନ୍ଦୁ ସଂଗଠନମାନେ ଯୋଗଦେବା ସହିତ ଏହି ସମସ୍ୟାଗୁଡିକୁ ନେଇ ନିମ୍ନ ୫-ଦଫା ଦାବି ସମ୍ବଳିତ ଦାବିପତ୍ର ମହାମହିମ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ମାଧ୍ୟମରେ ମହାମହିମ ରାଷ୍ଟ୍ରପତି, ମାନ୍ୟବର ପ୍ରଧାନମନ୍ତ୍ରୀ ଓ ମାନ୍ୟବର କେନ୍ଦ୍ରୀୟ ଗୃହମନ୍ତ୍ରୀଙ୍କୁ ସମର୍ପଣ କରିବା ସହିତ ଏହି ସମ୍ବନ୍ଧରେ ବିଧାନସଭାରେ ଆଲୋଚନା କରିବାକୁ ରାଜ୍ୟ ବିରୋଧୀ ଦଳ ମୁଖ୍ୟାଳୟରେ ମଧ୍ୟ ପ୍ରଦାନ କରାଯାଇଛି।