୫ ଦଫା ସମ୍ବଳିତ ଦାବିପତ୍ର ନେଇ "ହିନ୍ଦୁ ସାଙ୍ଗଠନିକ ହୁଙ୍କାର ସମାବେଶ" l

ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ଚଳିତ ମାସ ୨୦ ତାରିଖ ରବିବାର ଦିନ ରାଜ୍ୟ ରାଜଧାନୀ ଭୁବନେଶ୍ବରସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ରାଜ୍ୟର କ୍ରମବର୍ଦ୍ଧିଷ୍ଣୁ ଅବୈଧ ରୋହିଜ୍ଞାଙ୍କ ଅସାମ୍ବିଧାନିକ ସରକାରୀ ଥଇଥାନ ଓ ବେସରକାରୀ ଜବରଦଖଲ, ସରକାରୀ ତନ୍ତ୍ର ଦ୍ୱାରା ଅସହ୍ୟ ହିନ୍ଦୁ ଉତ୍ପୀଡ଼ନ, ହିନ୍ଦୁତ୍ୱ ଅପମାନ ଓ ଅତ୍ୟାଚାର, ଗୌବଂଶ ବିନାଶକୁ ସରକାରୀ ତନ୍ତ୍ରର ପ୍ରତ୍ୟକ୍ଷ ସହାୟତା, ସନାତନୀ ସାଂସ୍କୃତିକ ଧରୋହରଗୁଡିକର ଧ୍ୱଂସମୁଖୀ ଅବସ୍ଥା, ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି, ନାରୀ ନିର୍ଯ୍ୟାତନା, ରାଜ୍ୟ ପ୍ରଶାସନ ଦ୍ୱାରା ବନବାସୀ ଓ ହରିଜନ ଶୋଷଣ, ତଥା ଏସବୁ ସମସ୍ୟାର ସମାଧାନରେ ରାଜ୍ୟ ପ୍ରଶାସନ ଓ ପୋଲିସର ସମ୍ପୂର୍ଣ୍ଣ ନିଷ୍କ୍ରିୟତା ଓ ବିଫଳତାବିରୁଦ୍ଧରେ ଏକ "ହିନ୍ଦୁ ସାଙ୍ଗଠନିକ ହୁଙ୍କାର ସମାବେଶ" ଅନୁଷ୍ଠିତ ହୋଇଯାଇଛି l ଏହି ସମାବେଶରେ ରାଜ୍ୟର ବହୁ ପ୍ରଭାବଶାଳୀ ହିନ୍ଦୁ ସଂଗଠନମାନେ ଯୋଗଦେବା ସହିତ ଏହି ସମସ୍ୟାଗୁଡିକୁ ନେଇ ନିମ୍ନ ୫-ଦଫା ଦାବି ସମ୍ବଳିତ ଦାବିପତ୍ର ମହାମହିମ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ମାଧ୍ୟମରେ ମହାମହିମ ରାଷ୍ଟ୍ରପତି, ମାନ୍ୟବର ପ୍ରଧାନମନ୍ତ୍ରୀ ଓ ମାନ୍ୟବର କେନ୍ଦ୍ରୀୟ ଗୃହମନ୍ତ୍ରୀଙ୍କୁ ସମର୍ପଣ କରିବା ସହିତ ଏହି ସମ୍ବନ୍ଧରେ ବିଧାନସଭାରେ ଆଲୋଚନା କରିବାକୁ ରାଜ୍ୟ ବିରୋଧୀ ଦଳ ମୁଖ୍ୟାଳୟରେ ମଧ୍ୟ ପ୍ରଦାନ କରାଯାଇଛି। 
୧.ରାଜ୍ୟରେ ଥିବା ପ୍ରାୟ ୪୦ଲକ୍ଷ ରୋହିଜ୍ଞା ଅନୁପ୍ରବେଶକାରୀଙ୍କୁ ସାମ୍ବିଧାନିକ ଅଧିନିୟମ ଅନୁସାରେ ଦେଶାନ୍ତର କରିବା ସହିତ ଯଥାଶୀଘ୍ର ରାଜ୍ୟରେ CAA, NRC ଲାଗୁ କରାଯାଉ।
୨. ଓଡିଶାରେ ଭାରତୀୟ ଗୌବଂଶର ଅବାଧ ଏବଂ ଅବୈଧ ଚୋରାଚାଲାଣକାରୀଙ୍କୁ ସାମ୍ବିଧାନିକ ଅପରାଧୀ ଘୋଷଣା ସହିତ ସର୍ବନିମ୍ନ ଜେଲଦଣ୍ଡ ଅବଧି ୭ବର୍ଷ ଓ ଜୋରିମାନା ପରିମାଣକୁ ୪ଲକ୍ଷ ଟଙ୍କା କରିବାକୁ ଦାବୀ କରୁଛୁ।
୩.ରାଜ୍ୟର ବିଭିନ୍ନ ପ୍ରଭାବଶାଳୀ ଧନୀ ତଥା ଶାସକ ଦଳ ସହିତ ସମ୍ପୃକ୍ତ ଗର୍ହିତ ଅପରାଧରେ ଦୋଷୀମାନଙ୍କୁ ବିନା ଚାପର ବଶବର୍ତ୍ତୀ ହୋଇ ଆବଶ୍ୟକସ୍ଥଳେ କେନ୍ଦ୍ରୀୟ ଯାଞ୍ଚ ବିଭାଗ ଯଥା CBI, ED, NCST ଇତ୍ୟାଦିଙ୍କ ସହାୟତାରେ ନିର୍ମମ ଦଣ୍ଡବିଧାନ କରାଯାଇ ପ୍ରତ୍ୟେକ ଅପରାଧର ସମୁପଯୁକ୍ତ ସମାଧାନ କରାଯାଉ।
୪. ହିନ୍ଦୁ ସଂସ୍କୃତି ମଠ ମନ୍ଦିରଗୁଡିକ ଉପରୁ ରାଜ୍ୟ ସରକାର ଅଧିନସ୍ଥ ଦେବୋତ୍ତର ତଥା ପ୍ରତ୍ନତତ୍ତ୍ଵ ବିଭାଗର ଅଧିକାରକୁ ତୁରନ୍ତ କୋହଳ କରାଯାଇ ସମ୍ବନ୍ଧିତ ଟ୍ରଷ୍ଟ ବା ପରିଚାଳନା ସମିତିକୁ ଦାୟିତ୍ତ୍ୱ ହସ୍ତାନ୍ତର କରାଯାଉ ଓ ଦେଵ ରୀତିନୀତିରେ ସରକାରୀ ଏବଂ ବାହ୍ୟ ପ୍ରଭାବକୁ ତୁରନ୍ତ ବନ୍ଦ କରାଯାଉ।
୫. ଉପରୋକ୍ତ ସମସ୍ୟାସମୂହ ତଥା ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଓ ସେଗୁଡିକର ସମାଧାନରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ରାଜ୍ୟ ସରକାରକୁ ତୁରନ୍ତ ବରଖାସ୍ତ କରି ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଉ ଯଦ୍ୱାରା ଭବିଷ୍ୟତରେ ବଡ଼ ଦଙ୍ଗା ଭଳି ସୁନିଶ୍ଚିତ ବିଧର୍ମୀ ଯୋଜନାକୁ ପଣ୍ଡ କରାଯାଇପାରିବ।
ଏହି ସବୁ ଦାବୀକୁ ଯଥାର୍ଥ ବୋଲି ପ୍ରତିପାଦିତ କରି ତୁରନ୍ତ ସରକାରୀ ସ୍ତରରେ ନିଷ୍ପତ୍ତି ଗ୍ରହଣ କରିବାକୁ 
ହିନ୍ଦୁ ମହାସଂଘ ଓଡିଶା, ସୁଦର୍ଶନ ରାଷ୍ଟ୍ରନିର୍ମାଣ ଓଡିଶା, ଓଡିଶା ମନ୍ଦିର ସେବାୟତ ସଂଘ, ବିଶ୍ୱ ଗୌସୁରକ୍ଷା ବାହିନୀ, ଓଡିଶା, ରାଷ୍ଟ୍ରୀୟ ଦଳିତ ଆଦିବାସୀ ଅଧିକାର ମଞ୍ଚ, ରାଷ୍ଟ୍ରୀୟ ଜନଜାଗରଣ ମହାସଂଘ, ଧର୍ମଯୋଦ୍ଧା ହିନ୍ଦୁ ସଂଗଠନ, ଶ୍ରୀରାମ ସଂସ୍କୃତି ସୁରକ୍ଷା ପରିଷଦ ଓ ଶ୍ରୀମଦଭାଗବତ ଗୀତା ବିଦ୍ୟାଳୟ ଦାବି କରିଛନ୍ତି l 

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !