ନାଟକର ଅନ୍ତ ଘଟାଇ କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ l

ଭୁବନେଶ୍ୱର (ବ୍ୟୁରୋ ରିପୋର୍ଟ ):- ଆଗରୁ ଜଣା ଥିଲେବି '' ମୁଁ କଂଗ୍ରେସ ଦଳ ରେ ଅଛି ଏବଂ ଆଗକୁ ରହିବି '' ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ ସାଂସଦ ପ୍ରଦୀପ ମାଝୀ, ଆଶଙ୍କା ଶେଷ ହେଲା। ଶେଷରେ କଂଗ୍ରେସରୁ ଇସ୍ତଫା ଦେଲେ ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝୀ। ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇ ଦେଇଛନ୍ତି। ଅତି ଦୁଃଖ ଓ କଷ୍ଟର ସହ ସେ ଏହି ନିଷ୍ପତ୍ତି ନେଇଥିବା ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି। ଦଳରେ ଏବେ ଜନସେବାର ସୁଯୋଗ ନଥିବାରୁ ସେ ଇସ୍ତଫା ଦେଇଥିବା କହିଛନ୍ତି। ପ୍ରଦୀପ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ ଗରିବ ଲୋକଙ୍କ ସେବା କରିବା ପାଇଁ ଅତି ଉତ୍ସାହର ସହିତ ସେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ। ଦଳ ମଧ୍ୟ ଏଥିପାଇଁ ତାଙ୍କୁ ପ୍ରଚୁର ସୁଯୋଗ ଦେଇଥିଲା। ସେ ଦାବି ନ କରିଥିବା ସତ୍ତ୍ୱେ ତାଙ୍କୁ ଦଳ ଅନ୍ୟମାନଙ୍କ ଠାରୁ ଉଚ୍ଚ ପଦପଦବୀରେ ଅବସ୍ଥାପିତ କରିଥିଲା। ସଂପୃକ୍ତ ପଦପଦବୀରେ ରହି ସେ ସାଧାରଣ ଲୋକଙ୍କ ଭଲ ପାଇବା ଓ ସମର୍ଥନ ପାଇଛନ୍ତି। ସୋନିଆ ଗାନ୍ଧିଙ୍କ ଉଦ୍ଦେଶ୍ୟରେ ପ୍ରଦୀପ ଲେଖିଛନ୍ତି ଯେ ଆପଣଙ୍କ ବଳିଷ୍ଠ ନେତୃତ୍ୱରେ ଦଳର ସାଂଗଠନିକ କାର୍ଯ୍ୟ ବହୁତ ଭଲ ଭାବେ ପରିଚାଳିତ ହେଉଥିଲା। କିନ୍ତୁ ଦଳରେ ବିଭିନ୍ନ ସ୍ତରରେ ବିଶୃଙ୍ଖଳିତ ବ୍ୟକ୍ତିମାନେ...