Posts

Showing posts from November 16, 2021

ଶହୀଦ ବିର୍ସା ମୁଣ୍ଡାଙ୍କ ୧୪୬ତମ ଜୟନ୍ତୀ ପାଳିତ ହୋଇଯାଇଛି l

Image
 ଯାଜପୁର (ସୁକିନ୍ଦା ):- ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଶହୀଦ ବିର୍ସା ମୁଣ୍ଡାଙ୍କ ୧୪୬ତମ ଜୟନ୍ତୀ ସୁକିନ୍ଦା ବ୍ଲକ ଅନ୍ତର୍ଗତ ସଂସାଇଲୋ ପଞ୍ଚାୟତର  ସୋରିଷିଆପଦା ଠାରେ ବି ବି ଏମ କ୍ଲବ ଆନୁକୂଲ୍ୟରର ଅନୁଷ୍ଠିତ ହୋଇଯାଇଛି l  ଗତ ୧୭ବର୍ଷ ଧରି ସ୍ଥାନୀୟ ବିର୍ସା ପଡିଆଠାରେ ଅନୁଷ୍ଠିତ ହେଉଥିବା ଏହି ଉତ୍ସବ ଗତ ୧୪ଓ ୧୫ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ଗ୍ରାମାଞ୍ଚଳର ୧୬ଟି ଟିମକୁ ନେଇ ଫୁଟବଲ ଟୁର୍ନାମେଣ୍ଟ ଓ ମହିଳାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l     ଉଦଯାପନୀ ଉତ୍ସବ ଉପଲକ୍ଷେ ୧୫ତାରିଖ ସନ୍ଧ୍ୟାରେ ଆୟୋଜିତ ଉତ୍ସବରେ ସତ୍ତାର ସ୍ମୃତି ସଂସଦ, ସୁକିନ୍ଦାର ଅଧ୍ୟକ୍ଷ ଡ. ମଞ୍ଜୁର ଅଲି ମୁଖ୍ୟ ଅତିଥି ଓ ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ର, ମଙ୍ଗଳ ସିଂ ହେମ୍ବ୍ରମ, କବିର ବଦରା, ବିଦ୍ୟାଧର ମହାନ୍ତ, ସିଙ୍ଗରାଇ ବାନରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଉ ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅବଦାନ ଓ ଜୀବନlଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ l  ଫୁଟବଲ ଟୁର୍ନାମେଣ୍ଟର ଚାମ୍ପିୟନ ଓ ରନର୍ସ ଅପ ଦଳ ସମେତ ମହିଳାମାନଙ୍କର ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l କୁଅଁର ହେମ୍ବ୍ରମ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସୁରସିଙ୍ଗ ହେମ୍ବ୍ରମ, ସୁବା