ଇମ୍ଫା ଏବଂ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ତରଫରୁ ସ୍ୱାସ୍ଥ୍ୟ ଶିବିର l
ଯାଜପୁର /ଦାନଗଦୀ ତା. ୨୨/୦୩ :- ଇମ୍ଫା ଶିଳ୍ପ ଗୋଷ୍ଠୀର ସାମାଜିକ ଦାୟିତ୍ଵ ବୋଧ ଶାଖା ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ତରଫରୁ ଏକ ସ୍ୱାସ୍ଥ୍ୟସେବା ଶିବିର ଦାନଗଦୀ ବ୍ଲକ ର ଚାନ୍ଦିଆ ପଞ୍ଚାୟତ୍ତର ଗୋଲାଗାଁ ଉଚ୍ଚ ବିଦ୍ୟାଳୟ ପରିସରରେ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଶିବିରକୁ ସ୍ଥାନୀୟ ଯୁବନେତା ତଥା ବୁଦ୍ଧିଜୀବୀ ଶ୍ରୀ ସବ୍ୟସାଚୀ ବଳସାମନ୍ତ (ଭିକି) ଉଦଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବରେ ଅଞ୍ଚଳର ଦାନଗଦୀ ମଣ୍ଡଳ ସଭାପତି ଶ୍ରୀ କୃପାସିନ୍ଧୁ ସାମନ୍ତରାୟ, ଶ୍ରୀ ଦିଲୀପ ନାୟକ, ଶ୍ରୀ ରାଜୁ କାଲୁଣ୍ଡିଆ, ଶ୍ରୀ ସଞ୍ଜୟ କୁମାର ମହାନ୍ତି, ବିଜେପି ଯୁବନେତା ରବୀନ୍ଦ୍ର ସାମଲ,ଶ୍ରୀ ଜିତେନ୍ଦ୍ର ବେହେରା ଯୋଗ ଦେଇ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ଓ ଇମ୍ଫାର ଏତାଦୃଶ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ଅଞ୍ଚଳରେ ଏହିଭଳି କାର୍ଯ୍ୟକ୍ରମ ପାଇଁ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ । ଇମ୍ଫା ତରଫରୁ ଜିଏମ ଶ୍ରୀ ନିହାର ରଞ୍ଜନ ବଳ, ଜିଏମ ଶ୍ରୀ ସଞ୍ଜୟ ଗୁଲାଟି, ଡି.ଜି.ଏମ. ଶ୍ରୀ ମାନସ ରଞ୍ଜନ କର, ଓ ଫାଉଣ୍ଡେସନର ମ୍ୟାନେଜର ଶ୍ରୀ ସୁଦର୍ଶନ ଦାସ ଯୋଗଦେଇ ଥିଲେ। ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ସ୍ତ୍ରୀ ରୋଗ, ଶିଶୁରୋଗ ଓ ଭେଷଜ ବିଭାଗର ବରିଷ୍ଠ ବିଶେଷଜ୍ଞ ଡାକ୍ତର ଜ୍ୟୋତି ମହାପାତ୍ର, ଡାକ୍ତର ପ୍ରୟାଗଜିତ ରାଉତରାୟ, ଡାକ୍ତର ସାଇ ସିକନ ଜେନା...