Posts

Showing posts from October 19, 2022

ଜନସମ୍ପର୍କ ପଦଯାତ୍ରା ରେ ଚାରା ବାଣ୍ଟିଲେ ବିଜେଡି କର୍ମୀ l

Image
ଯାଜପୁର (ଦାନଗଦୀ) ୧୯।୧୦: - ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ବିଜେଡି ପଦଯାତ୍ରା ଏବେ ଓଡ଼ିଶା ରେ ବିଭିନ୍ନ ପଂଚାୟତରେ ସଫଳତାର ସହିତ ଆୟୋଜିତ ହେଉଛି । ଯାଜପୁର ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଦଳ ପକ୍ଷରୁ ଏହା ଆୟୋଜିତ ହେଉଥିଲା ବେଳେ, ଆଜି ସୁକିନ୍ଦା   ନିର୍ବାଚନ ମଣ୍ଡଳୀର ଚିତ୍ରି ଗ୍ରାମପଞ୍ଚାୟତରେ ଏହା ଆୟୋଜିତ ହୋଇ ସଫଳତାର ସହ ଶେଷ ହୋଇ ଯାଇଛି । ସୁକିନ୍ଦା ବିଧାୟକ ତଥା ମନ୍ତ୍ରୀଙ୍କ ପ୍ରତିନିଧି ପ୍ରଦୀପ କୁମାର ମହାନ୍ତି ଓ ୯ ନଂ ଜୋନ୍ ର ଜିଲ୍ଲାପରିଷଦ ସଦସ୍ୟା ଟିନା ହଇବୁରୁ ଚିତ୍ରି ପଞ୍ଚାୟତର ବିଭିନ୍ନ ଗ୍ରାମ ବୁଲି ନବୀନ ସରକାରଙ୍କ ଲୋକପ୍ରିୟତା ଓ ଉନ୍ନତି ମୂଳକ କାର୍ଯ୍ୟକ୍ରମ କୁ ଲୋକମାନଙ୍କ ପାଖରେ ପହଞ୍ଚାଇ ଥିଲେ l ଏହି କର୍ଯ୍ୟକ୍ରମ ଜନସାଧାରଣ ଙ୍କ ନିକଟତର ହେବା ପାଇଁ ଗଛ ଚାରା ଦେଇ ସଚେତନତା ବାର୍ତ୍ତା ଦେଇଥିଲେ l ଏହି ଅବସରରେ ବହୁ ବିଜେଡି କର୍ମୀ ଓ କାର୍ଯ୍ୟକର୍ତ୍ତା ଯୋଗଦେଇ ଥିଲେ l