Posts

Showing posts from August 20, 2024

ମମତା ମହନ୍ତ ବିଜେପିର ରାଜ୍ୟସଭା ପ୍ରାର୍ଥୀ ।

Image
ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ଆଜି ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ଯେଉଁଥିରେ ମମତାଙ୍କ ନାଁ ମଧ୍ୟ ସାମିଲ ରହିଛି । ନିକଟରେ ସେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ଏପିରିକି ରାଜ୍ୟସଭା ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ । ରାଜ୍ୟସଭା ଉପ-ନିର୍ବାଚନ ୨୦୨୪ ପାଇଁ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ୮ ଟି ରାଜ୍ୟରେ ୯ଟି ରାଜ୍ୟସଭା ଆସନ ପାଇଁ ବିଜେପି ଏହି ତାଲିକା ପ୍ରକାଶ କରିଛି। କିରଣ ଚୌଧୁରୀଙ୍କୁ ହରିୟାଣାରୁ ପ୍ରାର୍ଥୀ କରାଯାଇଛି ଏବଂ ରବନିତ ସିଂହଙ୍କୁ ରାଜସ୍ଥାନରୁ ପ୍ରାର୍ଥୀ କରାଯାଇଛି । ସେହିପରି ଓଡ଼ିଶାରୁ ମମତାଙ୍କ ନାଁରେ ମୋହର ମାରିଛି ବିଜେପିର କେନ୍ଦ୍ରୀୟ ନେତୃତ୍ୱ। ସଂଖ୍ୟା ଦୃଷ୍ଟିରୁ ବିଜେପି ଆବଶ୍ୟକ ସଦସ୍ୟ ଥିବାରୁ ମମତା ମହନ୍ତ ରାଜ୍ୟସଭାକୁ ଯିବା ଏକପ୍ରକାର ନିଶ୍ଚିତ ହୋଇସାରିଛି ।

‘ଉଦୟବଟ’ ତରଫରୁ ନିଆରା ଢଙ୍ଗରେ ରକ୍ଷାବନ୍ଧନ ପର୍ବ ପାଳନ l

Image
  ବ୍ୟାସନଗର ୧୯/୮(ବ୍ୟୁରୋ ରିପୋର୍ଟ ):- ସମ୍ବାଦଭିତିକ ପତ୍ରିକା ‘ଉଦୟବଟ’ ଏବଂ ଡିଜିଟାଲ ଚ୍ୟାନେଲ ‘ଉଦୟବଟ ଇ-ନ୍ୟୁଜ୍‌’ ତରଫରୁ ଆଜି ପବିତ୍ର ରକ୍ଷାବନ୍ଧନ ଅବସରରେ ପ୍ରତିବର୍ଷ ପରି ବୃକ୍ଷ ଦେବତାଙ୍କ ପୂଜାର୍ଚ୍ଚନା କରାଯାଇଛି । ଏଠାରେ ନିଆରେ ଢ଼ଙ୍ଗରେ ‘ରକ୍ଷାବନ୍ଧନ’ ଉତ୍ସବ ପାଳନ କରାଯାଇଥିଲା । ଆଜି ଅପରାହ୍ନରେ ‘ଉଦୟବଟ’ ପରିସରରେ ଥିବା ପବିତ୍ର ଓଲଟପଦ୍ମ, ରୁଦ୍ରାକ୍ଷ, ବେଲ, ବଉଳ, ଗଂଗଶିଉଳୀ ଆଦି ବୃକ୍ଷର ମୂଳସବୁକୁ ସଫା କରାଯିବା ପରେ ବୃକ୍ଷଗୁଡିକର ପୂଜାର୍ଚ୍ଚନା କରାଯାଇଥିଲା । ପରିବେଶବିଦ୍ ଦୁଷ୍ମନ୍ତ କୁମାର ରାଉତଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସମ୍ପାଦକ ଚନ୍ଦ୍ରମଣି ସାମଲ, ରାଜ୍ୟସ୍ତରୀୟ ମାନବାଧିକାର କର୍ମୀ ଓ ବରିଷ୍ଠ ସମାଜସେବୀ ଡ଼. ସୁରେଶ କୁମାର ହୋତା, ବିଶିଷ୍ଟ ଆଲବମ୍ କଣ୍ଠଶିଳ୍ପୀ ଉପେନ୍ଦ୍ର ପ୍ରସାଦ ପାତ୍ର, ସାମ୍ବାଦିକ ଓ ସମାଜସେବୀ ଅଭିରାମ ପରିଡା, ଶିକ୍ଷାବିତ୍ ଟୁକୁ ଭଂଜ, ଯୁବ ସମାଜସେବୀ ଚନ୍ଦ୍ରମଣି ବାରିକ, ଶ୍ରମିକ ନେତା ଅରୁଣ ଦାସ, ଶିକ୍ଷାବିତ୍ ଡ଼ଃ. ଅକ୍ଷୟ କୁମାର ପଣ୍ଡା, ବୃକ୍ଷପ୍ରେମୀ ପ୍ରକୃତିମିତ୍ର ପୁରସ୍କାରପ୍ରାପ୍ତ ଅକ୍ଷୟ କୁମାର ଜେନା, ହରଦୟାଲ ସିଂହ, ସମାଜସେବୀ ବିଦ୍ୟୁତ୍‌ପ୍ରଭା ରାୟ, ସୁମନ ରାୟ, ଭାରତ ଭୂଷଣ ରାଉତ, କଳିଙ୍ଗ କେଶରୀ ରାଉତ, ଭାରତୀ ବିଶ୍ୱାଳ ପ୍ରମୁଖ ବୃକ୍ଷକୁ ପୂଜାର୍ଚ୍ଚନା କରି ତହି

ସମ୍ବାଦ ସାହିତ୍ୟ ଘର ଟମକା ଶାଖା ପକ୍ଷରୁ ରକ୍ଷାବନ୍ଧନ ଓ ନିଶା ନିବାରଣ ବ୍ରତ ପାଳନ l

Image
  ଯାଜପୁର :- ସମ୍ବାଦ ଆମ ଓଡ଼ିଶାର ଆହ୍ବାନ କ୍ରମେ ସମ୍ବାଦ ସାହିତ୍ୟ ଘର ଟମକା ଶାଖା ପକ୍ଷରୁ ଆଜି ଏହି ମହୋତ୍ସବ ପାଳନ କରାଯାଇଛି । ଆମ ଓଡିଶା ପକ୍ଷରୁ ପଠା ଯାଇଥିବା ମାର୍ଗଦର୍ଶିକା ଅନୁଯାୟୀ ଏହି କାର୍ଯ୍ୟକ୍ରମକୁ ପାଳନ କରାଯାଇଛି । କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀ , ଶିକ୍ଷକ, ଶିକ୍ଷୟତ୍ରୀ , କର୍ମଚାରୀ ,ବିଭିନ୍ନ ସ୍ଵେଚ୍ଛାସେବୀ ସଂଗଠନର ସଦସ୍ୟ, ସାହିତ୍ୟିକ ଲେଖକ, ଜନପ୍ରତିନିଧି, ସମ୍ବାଦର ଶୁଭେଚ୍ଛୁ ,ପାଠକ ସମାଜ, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି 'ଗୋବର୍ଦ୍ଧନ ପୁର ମହିଳା ମହାସଂଘର ସଦସ୍ୟା, ଏବଂ ସମାଜର ବିଭିନ୍ନ ବର୍ଗର ଲୋକମାନେ ଯୋଗ ଦେଇ ସମ୍ବାଦର ଏହି ଅଭିନବ ପ୍ରୟାସକୁ ପ୍ରସଂଶା କରିଥିଲେ । ବ୍ଲକ୍ ଅଧିନ ମାନପୁର ସରକାରୀ ଉଚ୍ଚ ବିଦ୍ୟାଳୟ ସ୍ଥିତ ଅଡିଟୋରିୟମ ପ୍ରେକ୍ଷାଳୟରେ ପୂର୍ବାହ୍ନ ୧୦ ଟା ସମୟରେ ଏହି ଉତ୍ସବ ପାଳନ କରାଯାଇ ଥିଲା । ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକ ପ୍ରଭାକର ସାହୁ ଏହି ଉତ୍ସବକୁ ଉଦଘାଟନ କରିଥିଲେ ।  ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ । ପ୍ରଦିପ ପ୍ରଜୂଳନ , ଶଂଖ ନାଦ , ଏବଂ ଅକ୍ଷୟ କୁମାର ହେତାଙ୍କ ଶ୍ଳୋକ ପାଠରେ ପ୍ରେକ୍ଷାଳୟଟି ପ୍ରକମ୍ପିତ ହୋଇ ଉଠିଥିଲା । ଉଦଘାଟନ ପରେ ପରେ ସମୂହ ଦେଶାତ୍ମ ବୋଧକ ସଂଗୀତ ଗାନ କରାଯିବା ପରେ କାର୍ଯ୍ୟକ୍ରମକୁ ଆରମ୍ଭ ପଜରାଯାଇଥିଲା । ସମ୍ବାଦ ସାହିତ୍ୟଘର ଟମକା ଶାଖାର ସଭାପତି ଅକ୍ଷୟ କୁମାର ରାଉତ ସଭାକାର୍