ସମ୍ବାଦ ସାହିତ୍ୟ ଘର ଟମକା ଶାଖା ପକ୍ଷରୁ ରକ୍ଷାବନ୍ଧନ ଓ ନିଶା ନିବାରଣ ବ୍ରତ ପାଳନ l

 ଯାଜପୁର :- ସମ୍ବାଦ ଆମ ଓଡ଼ିଶାର ଆହ୍ବାନ କ୍ରମେ ସମ୍ବାଦ ସାହିତ୍ୟ ଘର ଟମକା ଶାଖା ପକ୍ଷରୁ ଆଜି ଏହି ମହୋତ୍ସବ ପାଳନ କରାଯାଇଛି । ଆମ ଓଡିଶା ପକ୍ଷରୁ ପଠା ଯାଇଥିବା ମାର୍ଗଦର୍ଶିକା ଅନୁଯାୟୀ ଏହି କାର୍ଯ୍ୟକ୍ରମକୁ ପାଳନ କରାଯାଇଛି । କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀ , ଶିକ୍ଷକ, ଶିକ୍ଷୟତ୍ରୀ , କର୍ମଚାରୀ ,ବିଭିନ୍ନ ସ୍ଵେଚ୍ଛାସେବୀ ସଂଗଠନର ସଦସ୍ୟ, ସାହିତ୍ୟିକ ଲେଖକ, ଜନପ୍ରତିନିଧି, ସମ୍ବାଦର ଶୁଭେଚ୍ଛୁ ,ପାଠକ ସମାଜ, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି 'ଗୋବର୍ଦ୍ଧନ ପୁର ମହିଳା ମହାସଂଘର ସଦସ୍ୟା, ଏବଂ ସମାଜର ବିଭିନ୍ନ ବର୍ଗର ଲୋକମାନେ ଯୋଗ ଦେଇ ସମ୍ବାଦର ଏହି ଅଭିନବ ପ୍ରୟାସକୁ ପ୍ରସଂଶା କରିଥିଲେ । ବ୍ଲକ୍ ଅଧିନ ମାନପୁର ସରକାରୀ ଉଚ୍ଚ ବିଦ୍ୟାଳୟ ସ୍ଥିତ ଅଡିଟୋରିୟମ ପ୍ରେକ୍ଷାଳୟରେ ପୂର୍ବାହ୍ନ ୧୦ ଟା ସମୟରେ ଏହି ଉତ୍ସବ ପାଳନ କରାଯାଇ ଥିଲା । ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକ ପ୍ରଭାକର ସାହୁ ଏହି ଉତ୍ସବକୁ ଉଦଘାଟନ କରିଥିଲେ ।
 ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ । ପ୍ରଦିପ ପ୍ରଜୂଳନ , ଶଂଖ ନାଦ , ଏବଂ ଅକ୍ଷୟ କୁମାର ହେତାଙ୍କ ଶ୍ଳୋକ ପାଠରେ ପ୍ରେକ୍ଷାଳୟଟି ପ୍ରକମ୍ପିତ ହୋଇ ଉଠିଥିଲା । ଉଦଘାଟନ ପରେ ପରେ ସମୂହ ଦେଶାତ୍ମ ବୋଧକ ସଂଗୀତ ଗାନ କରାଯିବା ପରେ କାର୍ଯ୍ୟକ୍ରମକୁ ଆରମ୍ଭ ପଜରାଯାଇଥିଲା ।
ସମ୍ବାଦ ସାହିତ୍ୟଘର ଟମକା ଶାଖାର ସଭାପତି ଅକ୍ଷୟ କୁମାର ରାଉତ ସଭାକାର୍ଯ୍ୟ ପରିଚାଳନା କରିଥିଲେ ।
 ସମ୍ବାଦର ଶୁଭେଚ୍ଛୁ ,ଯୁବ ସମାଜସେବୀ ବାବାଜୀ ଚରଣ ଜେନା ପ୍ରାରମ୍ଭିକ ସୂଚନା ଦେବାପରେ ' ଉପସ୍ଥିତ , ଛାତ୍ର ଛାତ୍ରୀ , ଭାଇ ଭଉଣୀ ,ସାହିତ୍ୟ ଘରର ସଦସ୍ୟ , ସଦସ୍ୟା , ଆମ ଓଡିଶା ପକ୍ଷରୁ ଆସିଥିବା ରାକ୍ଷୀ ବାନ୍ଧିଥିଲେ । ସାହିତ୍ୟ ଘରର ବରିଷ୍ଠ ଉପଦେଷ୍ଟା ଗୋକୁଳ ବିହାରୀ ପୃଷ୍ଟି ସମୂହ ସପଥ ପାଠ କରାଇଥିଲେ । ସାହିତ୍ୟ ଘରର ସଂଯୋଜକ ତଥା ସମ୍ବାଦ ପ୍ରତିନିଧି ହରିହର ବାରିକ୍ ,ସମ୍ବାଦ ଆମ ଓଡ଼ିଶା ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥିତ ଜନତାଙ୍କୁ ସୂଚନା ପ୍ରଦାନ କରିଥିଲେ ।
ସାହିତ୍ୟ ଘରର ସଂପାଦକ ଦିଲ୍ଲୀପ କୁମାର ନାୟକ , କୋଷାଧ୍ୟକ୍ଷ ଗିରିଧାରୀ ଚାନ୍ଦ, ଡ. ଯୁଗଳ କିଶୋର ହୋତା , ବଟକୃଷ୍ଣ ବେହେରା, ଚିତ୍ତ ରଂଜନ ମହାପାତ୍ର , ହୃଷିକେଶ ବେହେରା , ଶିଶିର କୁମାର ଚୌଧୁରୀ , ବୋଧିରାମ ଦତ୍ତ , ଅକ୍ଷୟ କୁମାର ହୋତା, ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ପ୍ରଭାକର ସାହୁ ପ୍ରମୁଖ ଆଜିର ନିଶା ନିବାରଣ ବ୍ରତ ପାଳନ ସମ୍ପର୍କରେ ଭିନ୍ନ ଭିନ୍ନ ମତ ରଖିଥିଲେ 
 ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ପ୍ରଦୀପ କୁମାର ଜେନା, କପିଳେନ୍ଦ୍ର ମହାନ୍ତ ,ନରୋତ୍ତମ ବେହେରା, ଅଜୟ କୁମାର ଦେହୁରୀ , ଗୋବର୍ଦ୍ଧନ ପୁର ପଞ୍ଚାୟତ ସରପଞ୍ଚ ଶୁକଦେବ ମହାନ୍ତି ,ପୂର୍ବତନ ସରପଞ୍ଚ ପ୍ରଭାତିବଳ , ଧନେଶ୍ୱର କେଶୀ, ବେଣୁଧର ବଳ, ୱାର୍ଡ ମେମ୍ବର ପିତାମ୍ବର ପୁହାଣ , ନରେନ୍ଦ୍ର କୁମାର ସାହୁ, ପ୍ରଫୁଲ୍ଲ କୁମାର ସାହୁ , ବିଦ୍ୟାଧର ପୁହାଣ, ରାମଚନ୍ଦ୍ର ମୁଖି, ବଳରାମ ନାୟକ, କାଳନ୍ଦୀ ଚ଼ରଣ ରଣା, ବଳରାମ ନାୟକ, ଗୋବର୍ଦ୍ଧନପୁର ମହିଳା ମହାସଂଘର ସଦସ୍ୟା ପାରମଣୀ ସାହୁ, କନକଲତା ବାରିକ୍ , ରିତାରାଣୀ ରାଉତ, କନକ ଲତା ସାହୁ,କବିତା ପୁହାଣ ,ସରୋଜିନୀ ବଳ, କଲ୍ୟାଣୀ ଗୁଇଁ , ରୁଦ୍ର ପ୍ରସାଦ ଦାସ, ସରୋଜିନୀ ସାହୁ, ସୁମିତ୍ରା ସାହୁ ଉପସ୍ଥିତ ଥିଲେ। ସ୍କୃତି ରଂଜନ ବଳ, ନିତ୍ୟ ଜ୍ୟୋତି ଦେଓ, ଭଗବାନ ନାୟକ, ଅନ୍ତର୍ଯ୍ୟାମୀ ପୃଷ୍ଟି, ରଂଜିତ କୁମାର ରାଉତ ପ୍ରମୂଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହାୟକ ହୋଇଥିଲେ ।
    ଆଜିର ଏହି ନିଶା ନିବାରଣ ବ୍ରତ ପାଳନ ରେ , ଦୁଇ ଶହରୁ ଉର୍ଦ୍ଧ୍ବ ଜନସାଧାରଣ ଙ୍କର ସମାଗମ ହୋଇଥିବା ବେଳେ , ସମସ୍ତେ ସମ୍ବାଦର ଏହି ଅଭିନବ ପ୍ରୟାସକୁ ପ୍ରସଂଶା କରିଥିଲେ । ଆମ ଓଡ଼ିଶା ଆହ୍ବାନ କ୍ରମେ , ସମ୍ବାଦ ସାହିତ୍ୟଘର ଟମକା ଶାଖା ଦ୍ୱାରା ଆୟୋଜିତ ରକ୍ଷାବନ୍ଧନ ଓ ନିଶା ନିବାରଣ ବ୍ରତ କାର୍ଯ୍ୟକ୍ରମଟି ଏହି କେନ୍ଦ୍ରରେ ସଫଳ ହୋଇଥିବା ଦେଖି ବାକୁ ମିଳିଛି ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !