ମମତା ମହନ୍ତ ବିଜେପିର ରାଜ୍ୟସଭା ପ୍ରାର୍ଥୀ ।


ଭୁବନେଶ୍ବର (ବ୍ୟୁରୋ ରିପୋର୍ଟ) :- ଆଜି ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ଯେଉଁଥିରେ ମମତାଙ୍କ ନାଁ ମଧ୍ୟ ସାମିଲ ରହିଛି । ନିକଟରେ ସେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ଏପିରିକି ରାଜ୍ୟସଭା ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ । ରାଜ୍ୟସଭା ଉପ-ନିର୍ବାଚନ ୨୦୨୪ ପାଇଁ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ୮ ଟି ରାଜ୍ୟରେ ୯ଟି ରାଜ୍ୟସଭା ଆସନ ପାଇଁ ବିଜେପି ଏହି ତାଲିକା ପ୍ରକାଶ କରିଛି। କିରଣ ଚୌଧୁରୀଙ୍କୁ ହରିୟାଣାରୁ ପ୍ରାର୍ଥୀ କରାଯାଇଛି ଏବଂ ରବନିତ ସିଂହଙ୍କୁ ରାଜସ୍ଥାନରୁ ପ୍ରାର୍ଥୀ କରାଯାଇଛି । ସେହିପରି ଓଡ଼ିଶାରୁ ମମତାଙ୍କ ନାଁରେ ମୋହର ମାରିଛି ବିଜେପିର କେନ୍ଦ୍ରୀୟ ନେତୃତ୍ୱ। ସଂଖ୍ୟା ଦୃଷ୍ଟିରୁ ବିଜେପି ଆବଶ୍ୟକ ସଦସ୍ୟ ଥିବାରୁ ମମତା ମହନ୍ତ ରାଜ୍ୟସଭାକୁ ଯିବା ଏକପ୍ରକାର ନିଶ୍ଚିତ ହୋଇସାରିଛି ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !