‘ଉଦୟବଟ’ ତରଫରୁ ନିଆରା ଢଙ୍ଗରେ ରକ୍ଷାବନ୍ଧନ ପର୍ବ ପାଳନ l

  ବ୍ୟାସନଗର ୧୯/୮(ବ୍ୟୁରୋ ରିପୋର୍ଟ ):- ସମ୍ବାଦଭିତିକ ପତ୍ରିକା ‘ଉଦୟବଟ’ ଏବଂ ଡିଜିଟାଲ ଚ୍ୟାନେଲ ‘ଉଦୟବଟ ଇ-ନ୍ୟୁଜ୍‌’ ତରଫରୁ ଆଜି ପବିତ୍ର ରକ୍ଷାବନ୍ଧନ ଅବସରରେ ପ୍ରତିବର୍ଷ ପରି ବୃକ୍ଷ ଦେବତାଙ୍କ ପୂଜାର୍ଚ୍ଚନା କରାଯାଇଛି । ଏଠାରେ ନିଆରେ ଢ଼ଙ୍ଗରେ ‘ରକ୍ଷାବନ୍ଧନ’ ଉତ୍ସବ ପାଳନ କରାଯାଇଥିଲା । ଆଜି ଅପରାହ୍ନରେ ‘ଉଦୟବଟ’ ପରିସରରେ ଥିବା ପବିତ୍ର ଓଲଟପଦ୍ମ, ରୁଦ୍ରାକ୍ଷ, ବେଲ, ବଉଳ, ଗଂଗଶିଉଳୀ ଆଦି ବୃକ୍ଷର ମୂଳସବୁକୁ ସଫା କରାଯିବା ପରେ ବୃକ୍ଷଗୁଡିକର ପୂଜାର୍ଚ୍ଚନା କରାଯାଇଥିଲା । ପରିବେଶବିଦ୍ ଦୁଷ୍ମନ୍ତ କୁମାର ରାଉତଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସମ୍ପାଦକ ଚନ୍ଦ୍ରମଣି ସାମଲ, ରାଜ୍ୟସ୍ତରୀୟ ମାନବାଧିକାର କର୍ମୀ ଓ ବରିଷ୍ଠ ସମାଜସେବୀ ଡ଼. ସୁରେଶ କୁମାର ହୋତା, ବିଶିଷ୍ଟ ଆଲବମ୍ କଣ୍ଠଶିଳ୍ପୀ ଉପେନ୍ଦ୍ର ପ୍ରସାଦ ପାତ୍ର, ସାମ୍ବାଦିକ ଓ ସମାଜସେବୀ ଅଭିରାମ ପରିଡା, ଶିକ୍ଷାବିତ୍ ଟୁକୁ ଭଂଜ, ଯୁବ ସମାଜସେବୀ ଚନ୍ଦ୍ରମଣି ବାରିକ, ଶ୍ରମିକ ନେତା ଅରୁଣ ଦାସ, ଶିକ୍ଷାବିତ୍ ଡ଼ଃ. ଅକ୍ଷୟ କୁମାର ପଣ୍ଡା, ବୃକ୍ଷପ୍ରେମୀ ପ୍ରକୃତିମିତ୍ର ପୁରସ୍କାରପ୍ରାପ୍ତ ଅକ୍ଷୟ କୁମାର ଜେନା, ହରଦୟାଲ ସିଂହ, ସମାଜସେବୀ ବିଦ୍ୟୁତ୍‌ପ୍ରଭା ରାୟ, ସୁମନ ରାୟ, ଭାରତ ଭୂଷଣ ରାଉତ, କଳିଙ୍ଗ କେଶରୀ ରାଉତ, ଭାରତୀ ବିଶ୍ୱାଳ ପ୍ରମୁଖ ବୃକ୍ଷକୁ ପୂଜାର୍ଚ୍ଚନା କରି ତହିଁରେ ଫୁଲ, ଚନ୍ଦନ, ଧୂପ, ଦୀପ, ସିନ୍ଦୁର ଆଦି ଦେଇ ସେଥିରେ ରାକ୍ଷୀ ବାନ୍ଧିଥିଲେ ।ବୃକ୍ଷର ଉପକାରିତା ଉପରେ ମଧ୍ୟ ଏଠାରେ ଆଲୋଚନା କରାଯାଇଥିଲା ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !