Posts

Showing posts from August 8, 2024

ବଡ ଖବର ମଧ୍ୟାହ୍ନ ଭୋଜନ ଖାଇ ୪୦ ଛାତ୍ରଛାତ୍ରୀ ଅସୁସ୍ଥ ।

Image
  ବାଲେଶ୍ୱର(ବ୍ୟୁରୋ ରିପୋର୍ଟ) :- ଜିଲ୍ଲା ର ସାଜନପୁର ପଞ୍ଚାୟତ ଉଦୟନାରାୟଣ ବିଦ୍ୟାପୀଠରେ ଆଜି ଏକ ଅଘଟଣ ଘଟିଛି। ବିଦ୍ୟାଳୟରେ ଦିଆଯାଇଥିବା ମଧ୍ୟାହ୍ନ ଭୋଜନ ଖାଇବା ପରେ ୪୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରୀ ଅସୁସ୍ଥ ହୋଇ ପଡିଛନ୍ତି। ସେମାନଙ୍କୁ ସୋର ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି। ଅନ୍ୟପକ୍ଷେ ଛାତ୍ରୀଛାତ୍ରୀଙ୍କୁ ଦିଆଯାଇଥିବା ମଧ୍ୟାହ୍ନ ଭୋଜନରୁ ୨ଟି ଝିଟିପିଟି ବାହାରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ ଛାତ୍ରଛାତ୍ରଙ୍କୁ ଗୁରୁବାର ମଧ୍ୟାହ୍ନ ଭୋଜନ ଦିଆଯାଇଥିଲା। ଖାଇବାର କିଛି ସମୟ ପରେ ଛାତ୍ରୀଛାତ୍ରଙ୍କ ପେଟ ବ୍ୟଥା ହେବା ସହ ଅସୁସ୍ଥ ହୋଇପଡିଥିଲେ। ତୁରନ୍ତ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ୍‌ ଥିବା ଜଣାପଡିଛି। ସରକାର ଏବଂ ଉପରିସ୍ଥ ଅଧିକାରୀ ଏହାର ସଠିକ୍ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି l 

ବଦଳିଲେ ୨୦ ଜିଲ୍ଲାର ଜିଲ୍ଲାପାଳ l

Image
ଭୁବନେଶ୍ଵର (ବ୍ୟୁରୋ ରିପୋର୍ଟ) :- ଆଇଏଏସ୍ ଅଫିସରସ୍ତରରେ ବଡ଼ଧରଣର ଅଦଳ ବଦଳ । ରାଜ୍ୟରେ ମୋହନ ମାଝୀଙ୍କ ନେତୃତ୍ୱାଧୀନ ସରକାର ଗତକାଲି ପ୍ରଥମଥର ପାଇଁ ଆଇଏଏସ୍ ସ୍ତରରେ ଅଦଳ ବଦଳ କରିଛି । ୨୦ଟି ଜିଲ୍ଲାରେ ନୂଆ ଜିଲ୍ଲାପାଳଙ୍କୁ ନିଯୁକ୍ତି ଦେବା ସହ ଦୀର୍ଘଦିନ ଧରି କୋଣଠେସା ହୋଇ ବୋର୍ଡ ଅଫ ରେଭନ୍ୟୁର ସଚିବ ପଦରେ ଅବସ୍ଥାପିତ ଓଡ଼ିଆ ଆଇଏଏସ୍ ବିଜୟ କୁମାର ଉପାଧ୍ୟାୟଙ୍କୁ ରାଜ୍ୟ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଭାବେ ବଦଳି କରିଛନ୍ତି । ସେହିପରି ନବୀନ ପଟ୍ଟନାୟକ ସରକାରରେ ପାୱାରଫୁଲ ଜିଲ୍ଲାପାଳ ଆଶୀଷ ଠାକରେଙ୍କୁ ବୋର୍ଡ ଅଫ ରେଭନ୍ୟୁର ସଚିବ ଭାବେ ବଦଳି କରାଯାଇଛି ।୨୨ଜଣ ଆଇଏଏସ ଅଫିସର ଓ ୩ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି । ସେମାନଙ୍କ ମଧ୍ୟରୁ ୧୭ଜଣ ଆଇଏଏସଙ୍କୁ ବିଭିନ୍ନ ଜିଲ୍ଲାପାଳ ଓ ଅନ୍ୟ ୩ଜଣ ବରିଷ୍ଠ ଓଏଏସ୍ ଅଫିସର କବିନ୍ଦ୍ର କୁମାର ସାହୁଙ୍କୁ ଦେବଗଡ଼, ମଧୁସୂଦନ ଦାଶଙ୍କୁ ନୂଆପଡ଼ା ଓ ସୁବ୍ରତ କୁମାର ପଣ୍ଡାଙ୍କୁ ବୌଦ୍ଧ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗତକାଲି ବିଳମ୍ବିତ ରାତ୍ରିରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ମୋହନ ସରକାର କ୍ଷମତାକୁ ଆସିବା ପରେ ଜିଲ୍ଲାପାଳସ୍ତରରେ ଏହା ପ୍ରଥମ ବଦଳି ।ଦେବଗଡ଼ ଜିଲ୍ଲାପାଳ-ସୋମେଶ କୁମାର ଉପାଧ୍ୟାୟ ନୂତନ ଦାୟିତ୍ୱ - ଜିଲ୍ଲାପାଳ, ଢେଙ୍କାନାଳ ନିର୍ଦ୍ଦେଶକ,ଗ୍ରାମ୍ୟ ଉନ୍ନୟନ- ଶ