ବଦଳିଲେ ୨୦ ଜିଲ୍ଲାର ଜିଲ୍ଲାପାଳ l

ଭୁବନେଶ୍ଵର (ବ୍ୟୁରୋ ରିପୋର୍ଟ) :- ଆଇଏଏସ୍ ଅଫିସରସ୍ତରରେ ବଡ଼ଧରଣର ଅଦଳ ବଦଳ । ରାଜ୍ୟରେ ମୋହନ ମାଝୀଙ୍କ ନେତୃତ୍ୱାଧୀନ ସରକାର ଗତକାଲି ପ୍ରଥମଥର ପାଇଁ ଆଇଏଏସ୍ ସ୍ତରରେ ଅଦଳ ବଦଳ କରିଛି । ୨୦ଟି ଜିଲ୍ଲାରେ ନୂଆ ଜିଲ୍ଲାପାଳଙ୍କୁ ନିଯୁକ୍ତି ଦେବା ସହ ଦୀର୍ଘଦିନ ଧରି କୋଣଠେସା ହୋଇ ବୋର୍ଡ ଅଫ ରେଭନ୍ୟୁର ସଚିବ ପଦରେ ଅବସ୍ଥାପିତ ଓଡ଼ିଆ ଆଇଏଏସ୍ ବିଜୟ କୁମାର ଉପାଧ୍ୟାୟଙ୍କୁ ରାଜ୍ୟ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଭାବେ ବଦଳି କରିଛନ୍ତି । ସେହିପରି ନବୀନ ପଟ୍ଟନାୟକ ସରକାରରେ ପାୱାରଫୁଲ ଜିଲ୍ଲାପାଳ ଆଶୀଷ ଠାକରେଙ୍କୁ ବୋର୍ଡ ଅଫ ରେଭନ୍ୟୁର ସଚିବ ଭାବେ ବଦଳି କରାଯାଇଛି ।୨୨ଜଣ ଆଇଏଏସ ଅଫିସର ଓ ୩ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି । ସେମାନଙ୍କ ମଧ୍ୟରୁ ୧୭ଜଣ ଆଇଏଏସଙ୍କୁ ବିଭିନ୍ନ ଜିଲ୍ଲାପାଳ ଓ ଅନ୍ୟ ୩ଜଣ ବରିଷ୍ଠ ଓଏଏସ୍ ଅଫିସର କବିନ୍ଦ୍ର କୁମାର ସାହୁଙ୍କୁ ଦେବଗଡ଼, ମଧୁସୂଦନ ଦାଶଙ୍କୁ ନୂଆପଡ଼ା ଓ ସୁବ୍ରତ କୁମାର ପଣ୍ଡାଙ୍କୁ ବୌଦ୍ଧ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗତକାଲି ବିଳମ୍ବିତ ରାତ୍ରିରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ମୋହନ ସରକାର କ୍ଷମତାକୁ ଆସିବା ପରେ ଜିଲ୍ଲାପାଳସ୍ତରରେ ଏହା ପ୍ରଥମ ବଦଳି ।ଦେବଗଡ଼ ଜିଲ୍ଲାପାଳ-ସୋମେଶ କୁମାର ଉପାଧ୍ୟାୟ ନୂତନ ଦାୟିତ୍ୱ - ଜିଲ୍ଲାପାଳ, ଢେଙ୍କାନାଳ
ନିର୍ଦ୍ଦେଶକ,ଗ୍ରାମ୍ୟ ଉନ୍ନୟନ- ଶୁଭଙ୍କର ମହାପାତ୍ର ନୂତନ ଦାୟିତ୍ୱ - ଜିଲ୍ଲାପାଳ, ନବରଙ୍ଗପୁର
କେନ୍ଦ୍ରାପଡ଼ା ଜିଲ୍ଲାପାଳ- ସୂର୍ଯ୍ୟବଂଶୀ ମୟୂର ବିକାଶ ନୂତନ ଦାୟିତ୍ୱ - ଜିଲ୍ଲାପାଳ, ବାଲେଶ୍ୱର
ବୌଦ୍ଧ ଜିଲ୍ଲାପାଳ- ଜେ.ସୋନାଲ ନୂତନ ଦାୟିତ୍ୱ - ଜିଲ୍ଲାପାଳ, ଜଗତସିଂହପୁର
ମାଲକାନଗିରି ଜିଲ୍ଲାପାଳ- ପାୱାର ସଚ୍ଚିନ ପ୍ରକାଶ ନୂତନ ଦାୟିତ୍ୱ - ଜିଲ୍ଲାପାଳ, କଳାହାଣ୍ଡି
ସମ୍ବଲପୁର ଜିଲ୍ଲାପାଳ-ଅକ୍ଷୟ ସୁନୀଲ ଅଗ୍ରୱାଲ ନୂତନ ଦାୟିତ୍ୱ - ଜିଲ୍ଲାପାଳ, ନୟାଗଡ଼
ରାୟଗଡ଼ା ଜିଲ୍ଲାପାଳ- ମନୋଜ ସତ୍ୟାୟନ ମହାଜନ ନୂତନ ଦାୟିତ୍ୱ - ଜିଲ୍ଲାପାଳ, ସୁନ୍ଦରଗଡ଼
କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ,ଓଏମସି-କବିନ୍ଦ୍ର କୁମାର ସାହୁ ନୂତନ ଦାୟିତ୍ୱ- ଜିଲ୍ଲାପାଳ, ଦେବଗଡ଼
ସ୍ୱତନ୍ତ୍ର ସଚିବ,ସଂସ୍କୃତି ବିଭାଗ-ମଧୁସୂଦନ ଦାଶ ନୂତନ ଦାୟିତ୍ୱ- ଜିଲ୍ଲାପାଳ, ନୂଆପଡ଼ା
ସ୍ୱତନ୍ତ୍ର ସଚିବ,ଗ୍ରାମ୍ୟ ଉନ୍ନୟନ-ସୁବ୍ରତ କୁମାର ପଣ୍ଡା ନୂତନ ଦାୟିତ୍ୱ- ଜିଲ୍ଲାପାଳ , ବୌଦ୍ଧ
ବୋର୍ଡ ଅଫ ରେଭନ୍ୟୁ ସଚିବ- ବିଜୟ ଉପାଧ୍ୟାୟ ନୂତନ ଦାୟିତ୍ୱ- ନିର୍ଦ୍ଦେଶକ, ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ
ମୟୂରଭଞ୍ଜ ଜିଲ୍ଲାପାଳ -ଆଶୀଷ ଠାକରେ ନୂତନ ଦାୟିତ୍ୱ- ସଚିବ, ବୋର୍ଡ ଅଫ ରେଭନ୍ୟୁ,କଟକ
ନବରଙ୍ଗପୁର ଜିଲ୍ଲାପାଳ-କମଳଲୋଚନ ମିଶ୍ର ନୂତନ ଦାୟିତ୍ୱ- କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ,ଓସଡମା
ଯାଜପୁର ଜିଲ୍ଲାପାଳ- ନିଖିଳପୱନ କଲ୍ୟାଣ ନୂତନ ଦାୟିତ୍ୱ - ନିର୍ଦ୍ଦେଶକ,ରାଜ୍ୟ ମୃତ୍ତିକା ସଂରକ୍ଷଣ
ନୟାଗଡ଼ ଜିଲ୍ଲାପାଳ- ସ୍ୱଧାଦେବ ସିଂ ନୂତନ ଦାୟିତ୍ୱ- ଅତିରିକ୍ତ ସଚିବ,ପଂଚାୟତିରାଜ ବିଭାଗ
ନିର୍ଦ୍ଦେଶକ,ଭାଷା,ସାହିତ୍ୟ ଓ ସଂସ୍କୃତି-ଦିଲ୍ଲୀପ ରାଉତରାଏ ନୂତନ ଦାୟିତ୍ୱ- ଜିଲ୍ଲାପାଳ, ଭଦ୍ରକ
କଟକ ମ୍ୟୁନିସପାଲଟି କମିଶନର- ବିଜୟ କୁମାର ଦାଶ ନୂତନ ଦାୟିତ୍ୱ- ଜିଲ୍ଲାପାଳ, ଗଜପତି
ଗଜପତି ଜିଲ୍ଲାପାଳ- ସ୍ମୃତିରଞ୍ଜନ ପ୍ରଧାନ ନୂତନ ଦାୟିତ୍ୱ- ଜିଲ୍ଲାପାଳ, କେନ୍ଦ୍ରାପଡ଼ା
ଓସେପା ପ୍ରକଳ୍ପ ନିର୍ଦ୍ଦେଶକ-ପାରୁଲ ପଟୱାରୀ ନୂତନ ଦାୟିତ୍ୱ- ଜିଲ୍ଲାପାଳ, ରାୟଗଡ଼ା
ଢେଙ୍କାନାଳ ଜିଲ୍ଲାପାଳ- ଅମ୍ରିତ ଋତୁରାଜ ନୂତନ ଦାୟିତ୍ୱ - ଜିଲ୍ଲାପାଳ, କନ୍ଧମାଳ
ଭଦ୍ରକ ଜିଲ୍ଲାପାଳ- ସିଦ୍ଧେଶ୍ୱର ବଳିରାମ ବୋନ୍ଦର ନୂତନ ଦାୟିତ୍ୱ- ଜିଲ୍ଲାପାଳ, ସମ୍ବଲପୁର
ମୟୂରଭଞ୍ଜ ଜିଲ୍ଲାପାଳ- ଦତ୍ତାତ୍ରେୟ ବି. ସିନ୍ଧେ ନୂତନ ଦାୟିତ୍ୱ- ଜିଲ୍ଲାପାଳ, କଟକ
ନୂଆପଡ଼ା ଜିଲ୍ଲାପାଳ- ହେମକାନ୍ତ ସଏ ନୂତନ ଦାୟିତ୍ୱ- ଜିଲ୍ଲାପାଳ, ମୟୂରଭଞ୍ଜ
କଳାହାଣ୍ଡି ଜିଲ୍ଲାପାଳ- ପି. ଅନ୍ୱେଷା ରେଡ୍ଡୀ ନୂତନ ଦାୟିତ୍ୱ - ଜିଲ୍ଲାପାଳ, ଯାଜପୁର
କନ୍ଧମାଳ ଜିଲ୍ଲାପାଳ- ଆଶୀଷ ଈଶ୍ୱର ପାଟିଲ ନୂତନ ଦାୟିତ୍ୱ - ଜିଲ୍ଲାପାଳ, ମାଲକାନଗିରି l


Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !