Posts

Showing posts from November 20, 2022

ବିଜେଡି ଗଡ଼ ରେ ବନ୍ଧୁ ମିଳନ କରି ଶକ୍ତି ଦେଖାଇଲା ବିଜେପି । (ସୁକିନ୍ଦା ରାଜନୀତି ସରଗରମ ରହିଛି)

Image
    (ସୁକିନ୍ଦା ରାଜନୀତି ସରଗରମ ରହିଛି)  ଯାଜପୁର (ବ୍ୟୁରୋ ରିପୋର୍ଟ ) :- ଯାଜପୁର ଜିଲ୍ଲାର ସୁକିନ୍ଦା ନିର୍ବାଚନ ମଣ୍ତଳୀ ରାଜ୍ୟର ଏକ ଚର୍ଚ୍ଚିତ ନିର୍ବାଚନ ମଣ୍ତଳୀ ଭାବରେ ପରିଚିତ । ଏହି ନିର୍ବାଚନ ମଣ୍ତଳିର ଗୋଟିଏ ପାଶ୍ବରେ ବଡ଼ ବଡ଼ ଶିଳ୍ପ ପୁଞ୍ଜି ନିଵେଶ କରୁଥିବା ବେଳେ ଅନ୍ୟ ପାଶ୍ବରେ ୯ ଉର୍ଦ୍ଧ୍ବ କ୍ରୋମାଟି ଖଣି ରହିଛି । ଯାହାକୁ ନେଇ ସର୍ବଦା ଚର୍ଚ୍ଚା ରେ ରହିଥିବା ଏହି ନିର୍ବାଚନ ମଣ୍ତଳି ରେ ଦିର୍ଘ ୯୦ ଦଶକରୁ ବିଜେଡି ଗଡ଼ ବା ଘଡେଇ ଗଡ଼ ଭାବରେ ପରିଚିତ ହୋଇ ଆସୁଥିବା ବେଳେ ୧୯୮୧ ମସିହାରୁ ଏଠାରେ ପ୍ରଥମେ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନ ର ବିଧାୟକ ବା ମନ୍ତ୍ରୀ ପ୍ରୀତିରଂଜନ ଘଡାଇଙ୍କ ବାପା ବିଧାୟକ ହୋଇ ଆସୁଥିଲେ ବର୍ତ୍ତମାନ ତାଙ୍କ ପୁତ୍ର ପ୍ରୀତିରଂଜ ଘଡାଇ ଏଠାରେ ବିଧାୟକ ରହିଛନ୍ତି । କୁହା ଯାଏ ଘଡେଇ ପରିବାର ର ଲଗାତର ବିଜୟ ବାନା ଉଡିବାର ମୂଳ କାରଣ ଖଣି ଅଂଚଳର ଶ୍ରମିକ ସଂଘ ଓ ଖଣି ଅଂଚଳ ର ୪ ଟି ପଂଚୟତର ଏକତଫା ଭୋଟ କୁ ନେଇ । କିନ୍ତୁ ଏବେ ଏହାର ଜବାବ ଦେଇଛି ବିଜେପି ଆଜି ସେଇ ୪ ପଂଚୟତର ଶହ ଶହ ବିଜେପି କର୍ମକର୍ତ୍ତା ଙ୍କୁ ନେଇ ଘଡେଇ ଙ୍କ ଗଡ଼ କୁହା ଯାଉଥିବା କଳିଆପଣି ର ଚିଗୁଡ଼ିପାଳ ପଂଚାୟତରେ ଏକ ବିଶାଳ ବନ୍ଧୁ ମିଳନ କରି ଘଡେଇ ଗଡ଼ ରେ ପଦ୍ମର ଛାଟ ଲେଇଛନ୍ତି ସୁକିନ୍ଦାର ବିଜେପି ବିଧାୟକ ପ୍ରାର୍ଥୀ ନେତା ପ୍ରଦିପ ବଳ ସାମ