ଲୋକନାଥଶ୍ୱର ପୀଠରେ ଶୀତଳଷଷ୍ଠୀ ଯାତ୍ରା ପାଳନ ।
ଯାଜପୁର (କଳିଙ୍ଗନଗର) :- ଶିବ ପାର୍ବତୀଙ୍କ ବିବାହ ଉତ୍ସବକୁ ଶୀତଳଷଷ୍ଠୀ ବୋଳି କୁହାଯାଏ। ଜେଷ୍ଠ ମାସର ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ଶିବ ପାର୍ବତୀଙ୍କ ବିବାହ ଉତ୍ସବ ଓ ତାର ପରଦିନ ପବିତ୍ର ଶୀତଳଷଷ୍ଠୀ ଉତ୍ସବ ଅନୁଷ୍ଠିତ ହୋଇଥାଏ। ଶୀତଳଷଷ୍ଠୀ ଯାତ୍ରା ପବିତ୍ର ଅକ୍ଷୟ ତୃତୀୟା ଦିନ ଠାରୁ ଏହି ଯାତ୍ରା ଶୁଭାରମ୍ଭ ହୋଇଥାଏ। ଏହି ଯାତ୍ରାରେ ଅନେକ ପ୍ରକାର ନୀତିକାନ୍ତି ସହ ବଡ ଧୁମଧାମରେ ଆୟୋଜନ କରାଯାଇଥାଏ। ଆମ ଦୈନଦିନ ଜୀବନରେ ଯେପରି ବିବାହ କାର୍ଯ୍ୟ ସମ୍ପାଦନ କରାଯାଏ ଠିକ୍ ସେହିପରି ବୈଦିକ ରୀତିନୀତିରେ ଶିବଙ୍କ ସହିତ ମାତା ପାର୍ବତୀଙ୍କ ବିବାହ ଅନୁଷ୍ଟିତ ହୋଇଥାଏ। ହିନ୍ଦୁଧର୍ମ ରୀତିନୀତି ଅନୁସାରେ କନ୍ୟା ଅନୁସଣ ନିର୍ବନ୍ଧ, ବିବାହ ପାଇଁ ନିମନ୍ତ୍ରଣ ପତ୍ର ବଣ୍ଟନ, ମହା ଆଡ଼ମ୍ବରରେ ବରଯାତ୍ରୀ ଆଗମନ, ବୈଦିକ ରୀତିରେ ବେଦୀରେ ଦେବ ଦମ୍ପତି ଙ୍କ ବିବାହ, କନ୍ୟା ପିତାମାତାଙ୍କ କନ୍ୟାଦାନ ଓ ଯୌତୁକ ସହିତ କନ୍ୟା ବିଦାୟ ଆଦି କାର୍ଯ୍ୟ ସମ୍ପର୍ଣ୍ଣ କରାଯାଏ। ସାଧାରଣ ବାହାଘର ପରି ପାରମ୍ପରିକ ରୀତିରେ ପ୍ରଭୁ ଶଙ୍କରଙ୍କୁ ବରଯାତ୍ରୀଙ୍କ ସହିତ ବଡ ଧୁମଧାମରେ ମାତା ପାର୍ବତୀଙ୍କ ଘରକୁ ନେଇ ବୈଦିକ ରୀତିରେ ବିବାହ କରାଯାଏ। ଏହି କ୍ରମରେ ଗୁରୁବାର ଦିନ ପହଙ୍ଗା ଗ୍ରାମପଞ୍ଚାୟତର ରାଉତରାପୁର ଗ୍ରାମର ଲୋକନାଥଶ୍ୱର ପୀଠରେ ଶିବ ପାର୍ବତୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି। ବଡ...