ଲୋକନାଥଶ୍ୱର ପୀଠରେ ଶୀତଳଷଷ୍ଠୀ ଯାତ୍ରା ପାଳନ ।

  ଯାଜପୁର (କଳିଙ୍ଗନଗର) :- ଶିବ ପାର୍ବତୀଙ୍କ ବିବାହ ଉତ୍ସବକୁ ଶୀତଳଷଷ୍ଠୀ ବୋଳି କୁହାଯାଏ। ଜେଷ୍ଠ ମାସର ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ଶିବ ପାର୍ବତୀଙ୍କ ବିବାହ ଉତ୍ସବ ଓ ତାର ପରଦିନ ପବିତ୍ର ଶୀତଳଷଷ୍ଠୀ ଉତ୍ସବ ଅନୁଷ୍ଠିତ ହୋଇଥାଏ। ଶୀତଳଷଷ୍ଠୀ ଯାତ୍ରା ପବିତ୍ର ଅକ୍ଷୟ ତୃତୀୟା ଦିନ ଠାରୁ ଏହି ଯାତ୍ରା ଶୁଭାରମ୍ଭ ହୋଇଥାଏ। ଏହି ଯାତ୍ରାରେ ଅନେକ ପ୍ରକାର ନୀତିକାନ୍ତି ସହ ବଡ ଧୁମଧାମରେ ଆୟୋଜନ କରାଯାଇଥାଏ। ଆମ ଦୈନଦିନ ଜୀବନରେ ଯେପରି ବିବାହ କାର୍ଯ୍ୟ ସମ୍ପାଦନ କରାଯାଏ ଠିକ୍ ସେହିପରି ବୈଦିକ ରୀତିନୀତିରେ ଶିବଙ୍କ ସହିତ ମାତା ପାର୍ବତୀଙ୍କ ବିବାହ ଅନୁଷ୍ଟିତ ହୋଇଥାଏ। ହିନ୍ଦୁଧର୍ମ ରୀତିନୀତି ଅନୁସାରେ କନ୍ୟା ଅନୁସଣ ନିର୍ବନ୍ଧ, ବିବାହ ପାଇଁ ନିମନ୍ତ୍ରଣ ପତ୍ର ବଣ୍ଟନ, ମହା ଆଡ଼ମ୍ବରରେ ବରଯାତ୍ରୀ ଆଗମନ, ବୈଦିକ ରୀତିରେ ବେଦୀରେ ଦେବ ଦମ୍ପତି ଙ୍କ ବିବାହ, କନ୍ୟା ପିତାମାତାଙ୍କ କନ୍ୟାଦାନ ଓ ଯୌତୁକ ସହିତ କନ୍ୟା ବିଦାୟ ଆଦି କାର୍ଯ୍ୟ ସମ୍ପର୍ଣ୍ଣ କରାଯାଏ। ସାଧାରଣ ବାହାଘର ପରି ପାରମ୍ପରିକ ରୀତିରେ ପ୍ରଭୁ ଶଙ୍କରଙ୍କୁ ବରଯାତ୍ରୀଙ୍କ ସହିତ ବଡ ଧୁମଧାମରେ ମାତା ପାର୍ବତୀଙ୍କ ଘରକୁ ନେଇ ବୈଦିକ ରୀତିରେ ବିବାହ କରାଯାଏ। ଏହି କ୍ରମରେ ଗୁରୁବାର ଦିନ ପହଙ୍ଗା ଗ୍ରାମପଞ୍ଚାୟତର ରାଉତରାପୁର ଗ୍ରାମର ଲୋକନାଥଶ୍ୱର ପୀଠରେ ଶିବ ପାର୍ବତୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି। ବଡ଼ଭୋଗରୁ ଦିଅଁଙ୍କ ନୀତିକାନ୍ତି କରାଯିବା ପରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି। ବର ପିତାମାତା ଭାବେ ରାଉତରାପୁର ଗ୍ରାମର ରଙ୍ଗାଧର ବ୍ରହ୍ମ ଓ ପଦ୍ମାବତୀ ବ୍ରହ୍ମ ସେହିପରି କନ୍ୟା ପିତାମାତା ଭାବେ ସେହି ଗ୍ରାମର ଗିରିଧାରୀ ପ୍ରଧାନ ଓ ସରୋଜିନୀ ପ୍ରଧାନ ନିଷ୍ଠାର ସହ ଉପବାସ ବ୍ରତ ରଖି ବିବାହ ପୁରୋଧା ଭାବେ ସମସ୍ତଙ୍କ ମଙ୍ଗଳ କାମନା କରିଥିଲେ। ଆଚାର୍ଯ୍ୟ ବ୍ରାହ୍ମଣ ପୁରୋହିତ ହୃଷୀକେଶ ମିଶ୍ର, ଶରତ ଚନ୍ଦ୍ର ମିଶ୍ର ଓ ପ୍ରଶାନ୍ତ ପଣ୍ଡା ବୈଦିକ ରୀତିରେ ସମସ୍ତ ନୀତିକାନ୍ତି ସହକାରେ ବିବାହ ଉତ୍ସବ ସମ୍ପର୍ଣ କରାଇଥିଲେ। ଆଖପାଖ ଗ୍ରାମରୁ ଶହଶହ ଶ୍ରଦ୍ଧାଳୁ ଏହି ବିବାହ ଉତ୍ସବରେ ସାମିଲ ହୋଇ ଆଶିଷ ଲାଭ କରିଥିଲେ। ଲୋକନାଥଶ୍ୱର କମିଟି ପକ୍ଷରୁ ସମସ୍ତ ଆୟୋଜନ କରାଯାଇଥିଲା।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !