ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ ତମ ବାର୍ଷିକ ଉତ୍ସବ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ l
ପୁରୀ (ବ୍ୟୁରୋ ରିପୋର୍ଟ) ୪ଡିସେମ୍ବର ୨୦୨୪:- "ସର୍ବପ୍ରଥମେ ଏହି ପବିତ୍ର ମାଟିରୁ ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ପାଦପଦ୍ମରେ ପ୍ରଣିପାତ କରୁଛି।" ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ତମ ପ୍ରତିଷ୍ଠା ଦିବସ ସମାରୋହରେ ଦେଶର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, ମାନ୍ୟବର ରାଜ୍ଯପାଳ ଶ୍ରୀ ରଘୁବୀର ଦାସ, ମାନ୍ୟବର କେନ୍ଦ୍ରମନ୍ତ୍ରୀ ଙ୍କୁ ସ୍ୱାଗତ କରୁଛି । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟାପକ, ଛାତ୍ରଛାତ୍ରୀ ଏବଂ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। "ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ତମ ବାର୍ଷିକ ଉତ୍ସବ ଅବସରରେ ଆପଣମାନଙ୍କୁ ମୋର ଆନ୍ତରିକ ଶୁଭେଛା ଓ ଅଭିନନ୍ଦନ ଜଣାଉଛି।" "ଏହି ଅବସରରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ପ୍ରତିଷ୍ଠାତା ପଣ୍ଡିତ ଲିଙ୍ଗରାଜ ମିଶ୍ରଙ୍କୁ ପ୍ରଣାମ ଜଣାଉଛି।" " ବିଶେଷ କରି, କଲେଜର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏହା ଏକ ଅତ୍ୟନ୍ତ ଆନନ୍ଦ ଓ ଖୁସିର ମୁହୂର୍ତ୍ତ। ଦେଶର ପ୍ରଥମ ନାଗରିକ ମହାମହିମ ରାଷ୍ଟ୍ରପତି ତଥା ଆମ ରାଜ୍ୟର ପ୍ରଥମ ନାଗରିକ ମାନ୍ୟବର ରାଜ୍ୟପାଳଙ୍କ ଉପସ୍ଥିତି ଆପଣମାନଙ୍କ ଏବଂ ଆମ ସମସ୍ତଙ୍କର ଗହଣରେ ଉପସ୍ଥିତ ରହି ଏହି ଉତ୍ସବର ଶୋଭା ଏବଂ ବିଭବତାକୁ ଦ୍ଵି-ଗୁଣିତ କରିଛି। ଯେ କୌଣସି ଶିକ୍ଷାନୁଷ୍ଠାନ ପାଇଁ ଏହା ନିଶ୍ଚିତ ଭାବେ ଏକ ଅପୂର...