Posts

Showing posts with the label ରାଜ୍ୟ ଖବର

ଦିନକୁ ଶହ ଶହ ଟ୍ରିପ ଚୋରାଚାଲାଣ ହେଉଛି ଲୁହାପଥର, ସରକାର ହରାଉଛନ୍ତି ରାଜସ୍ୱ l

Image
ଯୋଡା : ଲୁହାପଥରର ମୂଲ୍ୟ ବଢ଼ିବାରେ ଲାଗିଛି। ଗତ ଏକ ବର୍ଷ ମଧ୍ୟରେ ପ୍ରାୟ ୫ଗୁଣା ବୃଦ୍ଧି ଘଟି ଟନ୍‌ ପିଛା ସର୍ବନିମ୍ନ ୧୦ହଜାରରୁ ଊର୍ଦ୍ଧ୍ୱ ଟଙ୍କା ରହିଛି। ଲୁହାପଥର ମୂଲ୍ୟ ଅନ୍ତଃରାଷ୍ଟ୍ରୀୟ ବଜାରରେ ବୃଦ୍ଧି ପାଉଥିବାରୁ ଚୋରା କାରବାର ମଧ୍ୟ ବଢ଼ିବାରେ ଲାଗିଛି। ବିଶେଷକରି କେନ୍ଦୁଝର ଜିଲା ଯୋଡ଼ା ଖଣି ଅଞ୍ଚଳରେ ଖଣିଜ ଚୋରା କାରବାର ଏକ ଦୈନନ୍ଦିନ ଘଟଣାରେ ପରିଣତ ହେଲାଣି। ଚଳିତ ଜୁନ୍‌ ମାସରେ ଚୋରାଚାଲାଣ ହେଉଥିବା ୫୦ରୁ ଊର୍ଦ୍ଧ୍ୱ ବଡ଼ବଡ଼ ଟ୍ରକ୍‌କୁ ପୋଲିସ ଓ ବନବିଭାଗ ପକ୍ଷରୁ ଜବତ କରାଗଲାଣି। ଏହି ସମସ୍ତ ଚୋରା ଖଣିଜ ବୋଝେଇ ଟ୍ରକ୍‌ ପ୍ରାୟତଃ ଖଣି ଲିଜ୍‌ ସଂଲଗ୍ନ ଅଞ୍ଚଳରୁ ଧରାପଡ଼ିଛି। ଯାହାକି ଖଣି ନିର୍ଦ୍ଦେଶାଳୟର ବିନା ଅନୁମୋଦନରେ ଚାଲାଣ ହେଉଥିବା ଜଣାପଡ଼ିଛି। ବିଭିନ୍ନ ଉପାୟରେ ଖଣିଜ ପଦାର୍ଥ ଚୋରି ହେଉଥିବାରୁ ସରକାର ବହୁ ଲକ୍ଷ ଟଙ୍କା ରାଜସ୍ବ ହରାଉଛନ୍ତି। ଏନେଇ ଭୁବନେଶ୍ୱର ସ୍ଥିତ ଖଣି ନିର୍ଦ୍ଦେଶାଳୟର ବରିଷ୍ଠ ଯୁଗ୍ମ ନିର୍ଦ୍ଦେଶକ ଙ୍କୁ ପଚାରିବାରେ ସେ କହିଛନ୍ତି, ଖଣିଜ ଚୋରି ରୋକିବାପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆଇଥ୍ରିଏମ୍‌ଏସ୍‌, ଷ୍ଟେଟ୍‌ ଲେଭଲ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଭଳି ଅନେକ ପଦକ୍ଷେପ ନିଆଯାଇଛି। ଏବେ ଖଣିଜ ଚୋରା ଚାଲାଣକୁ ରୋକିବା ପାଇଁ ଆହୁରି କଠୋର ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପୁରୁଣା ଖଣି

ସାତକୋଶିଆ ପାଇଁ ଖୁସି ଖବର l

Image
ଅନୁଗୁଳ(ବ୍ୟୁରୋ ରିପୋର୍ଟ) : - ସାତକୋଶିଆ ପାଇଁ ଖୁସି ଖବର। ୩୦ ବର୍ଷ ପରେ ବିରଳ ଘଡିଆଳ କୁମ୍ଭୀର ହେଲା ମାଆ। ମହାନଦୀର ସାତକୋଶିଆ ଗଣ୍ଡର ପ୍ରାକୃତିକ ଆବାସ ସ୍ଥଳୀରେ ପୁଣି ଥରେ ବିରଳ ଘଡ଼ିଆଳ କୁମ୍ଭୀର ଜନ୍ମ ନେଇଛନ୍ତି । ଟିକରପଡା ବନାଞ୍ଚଳ ମହାନଦୀର ବଳଦମରା ପାଖରେ ଏକ ମାଆ ଘଡ଼ିଆଳ ସହ ୨୮ଟିି ନବଜାତକ ଘଡ଼ିଆଳ ଶାବକଙ୍କୁ ବନ ବିଭାଗ ଠାବ କରିଛି ।  ବନବିଭାଗ କହିବା କଥା ସାତକୋଶିଆ ପାଇଁ ଏହା ନିଶ୍ଚିତ ଶୁଭ ଖବର । ବହୁ ପୂର୍ବରୁ ପ୍ରାକୃତିକ ଭାବେ କେବଳ ସାତକୋଶିଆରେ ଘଡ଼ିଆଳ ପ୍ରଜନନ ହୋଇ ପାରୁଥିଲା । ପରିବେଶ ଅସନ୍ତୁଳନ ଯୋଗୁ ଏଥିରେ ବ୍ୟତିକ୍ରମ ଦେଖାଦେଇଥିଲା । ଏବେ ଏକାଥରେ ୨୮ ଘଡ଼ିଆଳ ଜନ୍ମ ହେବା କେବଳ ଓଡ଼ିଶା ନୁହେଁ, ସାରା ଭାରତ ପାଇଁ ଗୌରବର ବିଷୟ ବୋଲି ପରିବେଶପ୍ରେମୀ ମାନେ କହିଛନ୍ତି। Good news for Satkoshia.  Anugul(Beuro Report) : - Good news for Satkoshia. Thirty years later, the rare crocodile became a mother. A rare crocodile has been born again in the natural habitat of the Satkoshia Gander of the river. The forest department has identified 24 newborn baby squirrels, including a mother squirrel, near Baldamara in the Tikarpada forest river.  This is defi