‘ଦୁର୍ଲ୍ଲଭ କଳା ପରିଷଦ’ର ୧୦ମ ବାର୍ଷିକୋତ୍ସବ; ସୃଜନଶୀଳ ସମାଜ ଓ ମନୁଷ୍ୟର ସରସ ଜୀବନ ପାଇଁ କଳା ଓ ସଂଗୀତ ଅତୀବ ଜରୁରୀ-ଡ଼ଃ ପ୍ରଫୁଲ୍ଲ ଘଡାଇ l

RITA VISION NEWS By Umakanta Mohapatra ଯାଜପୁର (ବ୍ୟାସନଗର) :- ‘ଉଦୟବଟ’ ପରିଚାଳିତ ‘ଦୁର୍ଲ୍ଲଭ କଳା ପରିଷଦ’ର ୧୦ମ ବାର୍ଷିକୋତ୍ସବ, ଦୁର୍ଲ୍ଲଭ କଳା ସମ୍ମାନ-୨୦୨୩ ପ୍ରଦାନ ସମାରୋହ, ମା’ ସରସ୍ୱତୀଙ୍କ ପୂଜା, ରାଜ୍ୟସ୍ତରୀୟ କଳାକାରମାନଙ୍କ ସମ୍ମିଳନୀ ଓ ସେମାନଙ୍କ କଳା ପ୍ରଦର୍ଶନ ଆଦି କାର୍ଯ୍ୟକ୍ରମ ସ୍ଥାନୀୟ ‘ଦୁର୍ଲ୍ଲଭ କଳା ପରିଷଦ ମଣ୍ଡପ’ ଠାରେ ଜାନୁଆରୀ ୨୬ ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ଅର୍ଥ ମନ୍ତ୍ରୀ ଡ଼ଃ. ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ କଳା ବିନା ଜୀବନ କେବେ ସରସ ସୁନ୍ଦର ହୋଇପାରେନା, ସମାଜରେ ସୃଜନଶୀଳତା ସୃଷ୍ଟି ହୋଇପାରେନା, ତେଣୁ ‘ଉଦୟବଟ’ ପରିଚାଳିତ ‘ଦୁର୍ଲ୍ଲଭ କଳା ପରିଷଦ’ କଳାର ବିକାଶ କ୍ଷେତ୍ରରେ ଯେଉଁ ପ୍ରଚେଷ୍ଟା ଜାରୀ ରଖିଛି ସେଥିପାଇଁ ସେମାନେ ଧନ୍ୟବାଦର ପାତ୍ର । ସଂଗୀତ ମଣିଷ ଜୀବନକୁ ସରସ, ସୁନ୍ଦର କରିବା ସହ ଦୀର୍ଘାୟୁ କରେ । ସମାଜରେ ଭାଇଚାରା ବୃଦ୍ଧି, ଆଜିକାଲିର ଜଞ୍ଜାଳମୟ ତଥା ବିଷାକ୍ତ ସମାଜରେ ମଣିଷ ମନରୁ ଦୁଃଖହରଣ ପାଇଁ କଳା ଓ ସଂଗୀତର ଆବଶ୍ୟକତା ରହିଛି । କଳାର ଉନ୍ନତି ପାଇଁ ସବୁସ୍ତରରେ ଯତ୍ନଶୀଳ ଉଦ୍ୟମ ହେବା ଉଚିତ୍ । ଏବେ ରାଜନୀତି ବ୍ୟବସାୟିକ ତଥା ବସ୍ତୁ ସର୍ବସ୍ୱ ହୋଇ ଚାଲିଥିବା ବେଳେ ସୁସ...