‘ଦୁର୍ଲ୍ଲଭ କଳା ପରିଷଦ’ର ୧୦ମ ବାର୍ଷିକୋତ୍ସବ; ସୃଜନଶୀଳ ସମାଜ ଓ ମନୁଷ୍ୟର ସରସ ଜୀବନ ପାଇଁ କଳା ଓ ସଂଗୀତ ଅତୀବ ଜରୁରୀ-ଡ଼ଃ ପ୍ରଫୁଲ୍ଲ ଘଡାଇ l

RITA VISION NEWS By Umakanta Mohapatra

ଯାଜପୁର (ବ୍ୟାସନଗର) :- ‘ଉଦୟବଟ’ ପରିଚାଳିତ ‘ଦୁର୍ଲ୍ଲଭ କଳା ପରିଷଦ’ର ୧୦ମ ବାର୍ଷିକୋତ୍ସବ, ଦୁର୍ଲ୍ଲଭ କଳା ସମ୍ମାନ-୨୦୨୩ ପ୍ରଦାନ ସମାରୋହ, ମା’ ସରସ୍ୱତୀଙ୍କ ପୂଜା, ରାଜ୍ୟସ୍ତରୀୟ କଳାକାରମାନଙ୍କ ସମ୍ମିଳନୀ ଓ ସେମାନଙ୍କ କଳା ପ୍ରଦର୍ଶନ ଆଦି କାର୍ଯ୍ୟକ୍ରମ ସ୍ଥାନୀୟ ‘ଦୁର୍ଲ୍ଲଭ କଳା ପରିଷଦ ମଣ୍ଡପ’ ଠାରେ ଜାନୁଆରୀ ୨୬ ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି ।‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ଅର୍ଥ ମନ୍ତ୍ରୀ ଡ଼ଃ. ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ କଳା ବିନା ଜୀବନ କେବେ ସରସ ସୁନ୍ଦର ହୋଇପାରେନା, ସମାଜରେ ସୃଜନଶୀଳତା ସୃଷ୍ଟି ହୋଇପାରେନା, ତେଣୁ ‘ଉଦୟବଟ’ ପରିଚାଳିତ ‘ଦୁର୍ଲ୍ଲଭ କଳା ପରିଷଦ’ କଳାର ବିକାଶ କ୍ଷେତ୍ରରେ ଯେଉଁ ପ୍ରଚେଷ୍ଟା ଜାରୀ ରଖିଛି ସେଥିପାଇଁ ସେମାନେ ଧନ୍ୟବାଦର ପାତ୍ର । ସଂଗୀତ ମଣିଷ ଜୀବନକୁ ସରସ, ସୁନ୍ଦର କରିବା ସହ ଦୀର୍ଘାୟୁ କରେ । ସମାଜରେ ଭାଇଚାରା ବୃଦ୍ଧି, ଆଜିକାଲିର ଜଞ୍ଜାଳମୟ ତଥା ବିଷାକ୍ତ ସମାଜରେ ମଣିଷ ମନରୁ ଦୁଃଖହରଣ ପାଇଁ କଳା ଓ ସଂଗୀତର ଆବଶ୍ୟକତା ରହିଛି । କଳାର ଉନ୍ନତି ପାଇଁ ସବୁସ୍ତରରେ ଯତ୍ନଶୀଳ ଉଦ୍ୟମ ହେବା ଉଚିତ୍ । ଏବେ ରାଜନୀତି ବ୍ୟବସାୟିକ ତଥା ବସ୍ତୁ ସର୍ବସ୍ୱ ହୋଇ ଚାଲିଥିବା ବେଳେ ସୁସ୍ଥ ଓ ସୃଜନଶୀଳ ସମାଜ ଗଠନ ପାଇଁ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ । ଏଥିରେ ବିଶେଷ ଅତିଥି ଭାବେ ଯାଜପୁରର ଆରକ୍ଷୀ ଅଧିକ୍ଷକ ଭିନୀତ୍ କୁମାର ଅଗ୍ରୱାଲ ଯୋଗ ଦେଇ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ ।

ମୁଖ୍ୟ ବକ୍ତା ଭାବେ କଟକ ଦୁର୍ନିତୀ ନିବାରଣ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ ଡି.ଏଫ୍‌.ଓ ଭିଜିଲାନ୍ସ ରଜନୀକାନ୍ତ ମହାନ୍ତି ଯୋଗ ଦେଇ ‘ଉଦୟବଟ’ର ସଂପାଦକ ଶ୍ରୀ ରାଉତଙ୍କ ଉଦ୍ୟମରେ ବର୍ଷତମାମ ଚାଲିଥିବା ବିଭିନ୍ନ ଜନହିତକର ଓ ସଚେତନାଧର୍ମୀ କାର୍ଯ୍ୟକ୍ରମର ଭୂୟସୀ ପ୍ରଂଶସା କରିବା ସହ ଏହା ସ୍ଥାନୀୟ ଅଂଚଳ ଓ ସମଗ୍ର ରାଜ୍ୟରେ ସୁସ୍ଥ ପରିବେଶ ସୃଷ୍ଟି କରିବାରେ ବେଶ ସକ୍ଷମ ହେଉଛି ବୋଲି କହିଥିଲେ । ବ୍ୟାସନଗର ପୈାର ପରିଷଦର ପୂର୍ବତନ ନଗରପାଳ ରସାନନ୍ଦ ମହାନ୍ତି, ବରିଷ୍ଠ ନେତା ପ୍ରସନ୍ନ କୁମାର ସାମଲ, ଯାଜପୁରରୋଡ ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ, ଶିକ୍ଷାବିତ୍ ଅଶ୍ୱିନୀ କୁମାର ଦାସ, ବାଲିଚନ୍ଦ୍ରପୁର ବିଜୁଳି ବିଭାଗର ଅବସରପ୍ରାପ୍ତ ଅଧିକାରୀ ମକର ଚନ୍ଦ୍ର ସାହାଣୀ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ‘ଉଦୟବଟ’ର ବିଭିନ୍ନ କାର୍ଯ୍ୟକ୍ରମ ସ୍ଥାନୀୟ ଅଂଚଳରେ ଜନଜାଗରଣ ସୃଷ୍ଟି କରିବା ସହ ଲୋକଙ୍କ ଅସଲ ସମସ୍ୟାର ସମାଧାନ ଦିଗରେ ଯତ୍ନଶୀଳ ଉଦ୍ୟମ ଜାରୀ ରଖିଥିବାରୁ ଧନ୍ୟବାଦ ଦେଇଥିଲେ । କଳାକୁ ବଂଚାଇ ରଖିବାରେ ଓ କଳାର ବିକାଶ ପାଇଁ ‘ଦୁର୍ଲ୍ଲଭ କଳା ପରିଷଦ’ର ଭୂମିକା ପ୍ରଶଂସନୀୟ ବୋଲି ଅନ୍ୟ ଅତିଥିମାନେ କହିଥିଲେ ।   
ବିଶେଷକରି କୁନି କୁନି ପିଲାଙ୍କ ମଧ୍ୟରେ ଥିବା କଳା ପ୍ରତିଭାର ଅନ୍ୱେଷଣରେ ପରିଷଦର କାର୍ଯ୍ୟ ଉଲ୍ଲେଖନୀୟ । ସୁସାହିତ୍ୟିତ ଡ଼ଃ. ଅକ୍ଷୟ କୁମାର ପଣ୍ଡା ଅତିଥି ପରିଚୟ ଓ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ବରିଷ୍ଠ ଅଧିକାରୀ ରଜନୀକାନ୍ତ ମହାନ୍ତି, ବଳରାମ ସାହୁ, ଯୁବ ସମାଜସେବୀ ଟିକାୟତ ପାଲ, ବିଶିଷ୍ଟ ଚିତ୍ରଶିଳ୍ପୀ ସଦାଶିବ ଓଝା, ଜଂଗଲ ବିଭାଗର ପାରା ଷ୍ଟାଫ୍ ତ୍ରିଲୋଚନ ଦାଶ, ବରିଷ୍ଠ ନେତା ପ୍ରସନ୍ନ ସାମଲ, କଳା ପ୍ରଶିକ୍ଷକ ତଥା କଣ୍ଠ ଶିଳ୍ପୀ ବିକାଶ ଦାସ, ସାମ୍ବାଦିକ ଉମାକାନ୍ତ ମହାପାତ୍ର, ଚାନ୍ଦବାଲି ଅଂଚଳର ସମାଜସେବୀ ସୁଜିତ କୁମାର ନାୟକ, ଅଶ୍ୱଚାଳକ କାଳିଚରଣ ବାସ୍କେ ପ୍ରମୁଖଙ୍କୁ ମାନପତ୍ର, ଉପଢ଼ୈାକନ ଓ ପୁଷ୍ପଗୁଚ୍ଛ ଦେଇ ଅତିଥିମାନେ ‘ଦୁର୍ଲ୍ଲଭ କଳା ସମ୍ମାନ-୨୦୨୩’ରେ ସମ୍ବର୍ଦ୍ଧିତ କରିଥିଲେ । ‘ଉଦୟବଟ’ର ଜାନୁଆରୀ-୨୦୨୩ ସଂଖ୍ୟାକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଗୁରୁ ବିକାଶ ଦାସଙ୍କ ସଂଯୋଜନାରେ ଏଠାରେ “ଝୁମୁକା ଡ଼୍ୟାନ୍ସ ଗ୍ରୃପ”ର ୬୫ଜଣ କଳାକାର ବିଭିନ୍ନ ଚିତାକର୍ଷକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ମଂଚ ପରିଚାଳନାରେ ଦୀପକ ରଂଜନ ପାଣିଗ୍ରାହୀ ସହଯୋଗ କରିଥିଲେ । କିଛି ପ୍ରତିଯୋଗୀଙ୍କୁ ଏଠାରେ ପୁରସ୍କୃତ କରାଯାଇଥିଲା । ପୂର୍ବରୁ କୃତକାର୍ଯ୍ୟ ହୋଇଥିବା ‘୰ ଅଶୋକ ଦାସ ସ୍ମାରକୀ ଜାତୀୟ ସ୍ତରୀୟ ପ୍ରତିଯୋଗିତା-୨୦୨୨’ର କେତେକ କୃତି ପ୍ରତିଯୋଗୀ ଅତିଥିମାନଙ୍କ ଠାରୁ ପ୍ରମାଣପତ୍ର ହାସଲ କରିଥିଲେ । କାର୍ଯ୍ୟକାରୀ ସଂପାଦିକା ବିଦ୍ୟୁତ୍‌ପ୍ରଭା ରାୟ ଧନ୍ୟବାଦ ଅର୍ପଣ କରିଥିଲେ ।
ସକାଳେ ‘ଉଦୟବଟ’ କାର୍ଯ୍ୟାଳୟରେ ୭୪ତମ ଜନରାଜ୍ୟ ଦିବସ ମହାସମାରୋହରେ ପାଳିତ ହୋଇଥିଲା । ଏଠାରେ ଯାଜପୁରରୋଡ ବନାଂଚଳ ଅଧିକାରୀ ଜ୍ୟୋତିରଂଜନ ମହାପାତ୍ର ଜାତୀୟ ପତାକା ଉତୋଳନ କରିଥିଲେ । ଏଥିରେ ଅତିଥି ଭାବେ ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ, ଫେରୋକ୍ରୋମ କାରଖାନାର ଅବସରପ୍ରାପ୍ତ ଅଧିକାରୀ ଇଂ. ଅଶୋକ କୁମାର ସାହୁ, କୋରାଇ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବାରିକ, ଜି. ସୁରେନ୍ଦ୍ରନ ପିଲାଇ ପ୍ରମୁଖ ଯୋଗ ଦେଇ ଜନରାଜ୍ୟ ଦିବସର ତାତ୍ପର୍ଯ୍ୟତା ଉପରେ ଆଲୋକପାତ କରିଥିଲେ । ପୂର୍ବାହ୍ନରେ ମା’ ସରସ୍ୱତୀଙ୍କ ପୂଜା ଅନୁଷ୍ଠିତ ହୋଇଥିଲା । ଏସବୁ କାର୍ଯ୍ୟକ୍ରମ ପରିଚାଳନାରେ ସୁମନ ରାୟ, ପ୍ରଫୁଲ୍ଲ ବାରିକ, ସମର ମଣ୍ଡଳ, ଶରତ ବିଶ୍ୱାଳ, ଶ୍ରମିକ ନେତା ଅରୁଣ ଦାସ, ଅସିତ ଦାସ, ବସନ୍ତ ପାତ୍ର, ପ୍ରଦୀପ ବାରିକ, ମନୋଜ ସାମଲ, ଅମର ଦାସ, ସମୀର ମିଶ୍ର, ହରଦୟାଲ ସିଂ, ସୁମନ୍ତ ରାଉତ, ଗୈାରୀଶଙ୍କର ପତି, ଚକ୍ରଧର ମଲ୍ଲିକ, ପ୍ରିତିପାଲ ସିଂ, ସୁବାଷ ଜେନା, ଅଂଜନ କୁମାର ସାହୁ, ଭାରତୀ ବିଶ୍ୱାଳ, ଆନନ୍ଦ ମଲ୍ଲିକ, ରାଜେଶ ବିଶ୍ୱାଳ, ରମେଶ ଦାସ, ନରହରି ବେହେରା, ସଂଯୁକ୍ତା ସ୍ୱାଇଁ, ଶାନ୍ତିଲତା ରାଉତ, ଗୋଲାପ ମଲ୍ଲିକ, ସସ୍ମିତା ମଲ୍ଲିକ, ଦିଲୀପ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ । ସମସ୍ତ କାର୍ଯ୍ୟକ୍ରମରେ କିଶୋର ଉଦ୍ୟୋକ୍ତା ଭାବେ କଳିଙ୍ଗ କେଶରୀ ରାଉତଙ୍କ ଭୂମିକା ବେଶ ପ୍ରଶଂସନୀୟ ଥିଲା । ୦୧ ହଜାରରୁ ଉର୍ଦ୍ଧ ବ୍ୟକ୍ତି ପ୍ରସାଦ ସେବନ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମଗୁଡିକର ମଜା ଉଠାଇଥିଲେ ।




Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !