ମହାଗୀରି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ +୨ ପ୍ରଥମ ବର୍ଷରେ ନାମଲେଖା ପାଇଁ ସଚେତନତା କାର୍ଯ୍ୟକ୍ରମ l

କାଳିଆପାଣି : - ସୁକିନ୍ଦା ବ୍ଲକ କୁହିକା ପଞ୍ଚାୟତ କୁହିକା ମହାଗୀରି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ +୨ ପ୍ରଥମ ବର୍ଷରେ ନାମଲେଖା ପାଇଁ ସଚେତନତା ବୈଠକ ଉକ୍ତ ବିଦ୍ୟାଳୟରେ ଅନୂଷ୍ଠିତ ହୋଇଛି l ବିଦ୍ୟାଳୟ ର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଶତପଥୀ ଙ୍କ ପୌରୋହିତରେ ଅନୂଷ୍ଠିତଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ରାଜେଶ କୁମାର ସ୍ୱାଇଁ ଓ କୃତିବାସ ବାରିକ, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଗୟାଧର ପରିଡା, କୁହିକା ସରପଞ୍ଚ ଅଶ୍ୱିନୀ ପରିଡା, ସମିତିସଭ୍ୟ ରଞ୍ଜନ କୁମାର ନାୟକ ପ୍ରମୁଖ ଅତିଥିଭାବେ ଯୋଗଦେଇ ସତ ପ୍ରତିଶତ ସିଟରେ ନାମଲେଖା ପାଇଁ ଆବେଦନ କରିବାକୁ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ସଚେତନତା ସୃଷ୍ଟିପାଇଁ ଆହ୍ୱାନ ଦେଇଥିଲେ l ଉକ୍ତ ବିଦ୍ୟାଳୟ ନିକଟବର୍ତ୍ତୀ ୯ ଗୋଟି ଉଚ୍ଚ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ସଚେତନ କରାଇବା ପାଇଁ ସମ୍ପୃକ୍ତ ବିଦ୍ୟାଳୟ ଗୁଡିକର ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇ ସମ୍ମତି ପ୍ରକାଶ କରିଥିଲେ l ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ରାଜ୍ୟର ୩୪ ଟି ଉଚ୍ଚ ବିଦ୍ୟାଳୟକୁ ରୂପାନ୍ତରୀକରଣ କରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ପରିଣତ କରିବା ପାଇଁ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଥିଲା l ତନ୍ମଧ୍ୟରୁ ଯାଜପୁର ଜିଲ୍ଲାର ଏକମାତ୍ର ବିଦ୍ୟାଳୟ ଭାବେ ମହାଗୀରି ସରକାରୀ ଉଚ୍ଚ ବିଦ୍ୟାଳୟ ସ୍ଥାନ ପାଇବା ସହ ଚଳିତ ଶିକ୍ଷାବର୍ଷରେ ପ୍ରଥମଥର ପାଇ...