Posts

Showing posts from November 29, 2022

ପୌରପରିଷଦ ତରଫରୁ ସ୍ଵଂୟ ସହାୟକ ଗୋଷ୍ଠୀ କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l

Image
ଯାଜପୁର :- ବ୍ୟାସନଗର ପୌରପରିଷଦ ଆନୁକୂଲ୍ୟରେ ପୌରପରିଷଦର ସମସ୍ତ ସ୍ଵଂୟସହାୟକ ଗୋଷ୍ଠୀ ର ମହିଳା ମାନଙ୍କୁ ନେଇ ଏକ ତାଲିମ ଯୁକ୍ତ କର୍ମଶାଳା ଅନୁଷ୍ଠିତ ହୀଯାଇଛି I ଏହି କର୍ମଶାଳା କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେଉରିଆ, ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ, ଅଧ୍ୟକ୍ଷ ସୁବାସ ଚନ୍ଦ୍ର ବଳ ଓ ନିର୍ବାହୀ ଅଧିକାରୀ ବିକ୍ରମ କୁମାର ମଲିକ ପ୍ରମୁଖ ଯୋଗଦେଇ କର୍ମଶାଳା ବିଷୟରେ ପୁଙ୍ଖାନୁପୁଙ୍କ ଅବଗତ କରାଇଥିଲେ l ପ୍ରତ୍ୟେକ ସ୍ଵଂୟ ସହାୟକ ଗୋଷ୍ଠୀ ର ସଦସ୍ୟମାନେ ନିଜ ନିଜର ଉତ୍ପାଦିତ ହସ୍ତ ଶିଳ୍ପ ତଥା ବିଶେଷ କରି ଧଳା ଫିନାଇଲ ଓ କପଡା ନିର୍ମିତ ବ୍ୟାଗ ଗୁଡିକୁ ପ୍ରଦର୍ଶନ କରିଥିଲେ l ଏନେଇ ଶ୍ରୀଯୁକ୍ତ ବେଉରିଆ ଉକ୍ତ ସାମଗ୍ରୀ ଗୁଡିକୁ ଉପଯୁକ୍ତ ମୂଲ୍ୟ ଓ ମହିଳାମାନଙ୍କୁ କର୍ମନିଯୁକ୍ତି ନିମନ୍ତେ ଏହାକୁ ଉପଯୁକ୍ତ ପ୍ରଣାଳୀରେ ବିକ୍ରୟ ଉଦେଶ୍ୟରେ ଏକ ବଜାର ସୃଷ୍ଟି କରିବାପାଇଁ ପ୍ରତିଶୃତି ଦେଇଥିଲେ l ବ୍ୟାସନଗର ପୌରପରିଷଦ ଦ୍ୱାରା ସ୍ୱତନ୍ତ୍ର ଭାବେ ବିକ୍ରୟ କେନ୍ଦ୍ର ଯୋଗାଇ ଦେବାକୁ ଅଧ୍ୟକ୍ଷାଙ୍କୁ କହିଥିଲେ l ଏଭଳି ଏକ ସ୍ୱାଗତଯୋଗ୍ୟ କାର୍ଯ୍ୟକ୍ରମକୁ ପୌରାଧ୍ୟକ୍ଷା ଶ୍ରୀମତୀ ପିଙ୍ଗୁଆ ପୂର୍ଣ୍ଣ ସମର୍ଥନ କରିଥିଲେ l ଅନୁଷ୍ଠିତ ଏହି କର୍ମଶାଳାରେ ସମସ୍ତ କାଉନସିଲର ଓ ସ୍ୱୟଂସହାୟକ ଗୋଷ୍ଠୀର ପ୍ରାୟ ୧୫୦ ରୁ ଉର୍ଦ୍ଧ ସଦସ୍ୟମାନେ ଉପସ୍ଥିତ ରହିଥିଲେ l