ପୁରାଣ ବର୍ଣ୍ଣିତ ପ୍ରସିଦ୍ଧ ବ୍ୟାସସରୋବର ମେଳା ଆରମ୍ଭ l
ଯାଜପୁର (ବ୍ୟାସନଗର) :-- ତା. ୨୦/୦୨/୨୦୨୪ ରିଖ ମଙ୍ଗଳବାର ପବିତ୍ର ଭୈମୀ ଏକାଦଶୀ ତିଥିରେ ଆରମ୍ଭ ହେଉଛି “ବ୍ୟାସସରୋବର ମହୋତ୍ସବ-୨୦୨୪” । ଓଡିଶାର ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ତଥା କ୍ରୋମନଗରୀ ଭାବେ ବିଦିତ ବ୍ୟାସନଗର (ଯାଜପୁରରୋଡ଼) ସହରର ବ୍ୟାସ ସରୋବର ଅଂଚଳରେ ଏହା ପ୍ରତିବର୍ଷ ପରି ଅନୁଷ୍ଠିତ ହେବ ।ବହୁ ପୂରାତନ ଏହି ପୌରଣିକ ମେଳା ୧୧ ଦିନ ଧରି ଚାଲିବାକୁ ପରିଚାଳନା କମିଟି ବୈଠକ ନିଷ୍ପତ୍ତି ହୋଇଛି l ଏହି ଉପଲକ୍ଷେ ସକାଳେ ଆୟୋଜିତ ହେବ ‘ବ୍ୟାସ ମାରାଥନ୍-୨୦୨୪’ । ସକାଳ ୦୭ଟାରୁ ଏହା ସ୍ଥାନୀୟ ‘ରାଜୀବ ଗାନ୍ଧି’ ଷ୍ଟାଡିୟମରୁ ବାହାରି ସରୋବର ସ୍ଥଳରେ ସମାପ୍ତ ହେବ । ଏହି ଐତିହାସିକ ତଥା ପୁରାଣ ପ୍ରସିଦ୍ଧ ମେଳା ଓ ମାରାଥନ୍କୁ ସରସ ସୁନ୍ଦର ଓ ଶୃଙ୍ଖଳିତ କରିବା ପାଇଁ ବ୍ୟାସନଗର ପୈାର କର୍ତ୍ତୃପକ୍ଷ ଓ ପାରିଷଦମାନେ ଚଳଚଂଚଳ ହୋଇପଡିଥିବାର ପରିଲକ୍ଷିତ ହୋଇଛନ୍ତି । ୧୯ ତାରିଖ ପୂର୍ବାହ୍ନରେ ପୈାର ପରିଷଦ ସମ୍ମିଳନୀ କକ୍ଷରେ ଆହୁତ ସାମ୍ବାଦିକ ସମ୍ମିଳନୀରେ ପୈାର ପରିଷଦର ଅଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ, ଉପାଧ୍ୟକ୍ଷ ସୁବାସ ଚନ୍ଦ୍ର ବଳ, ନିର୍ବାହୀ ଅଧିକାରୀ ତରୁଣ କୁମାର ମହାପାତ୍ର ପ୍ରମୁଖ ମହୋତ୍ସବର ରୂପରେଖ ଉପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ । ଏଥିରେ ପୈାର ପରିଷଦର ବରିଷ୍ଠ କର୍ମଚାରୀ କିଶୋର କୁମାର ରାଉତ, ଶଶିକାନ୍ତ ଘଡ଼ାଇ, ମାଣିକ ରଂଜନ ନାୟକ...