ପୁରାଣ ବର୍ଣ୍ଣିତ ପ୍ରସିଦ୍ଧ ବ୍ୟାସସରୋବର ମେଳା ଆରମ୍ଭ l

ଯାଜପୁର (ବ୍ୟାସନଗର) :-- ତା. ୨୦/୦୨/୨୦୨୪ ରିଖ ମଙ୍ଗଳବାର ପବିତ୍ର ଭୈମୀ ଏକାଦଶୀ ତିଥିରେ ଆରମ୍ଭ ହେଉଛି “ବ୍ୟାସସରୋବର ମହୋତ୍ସବ-୨୦୨୪” । ଓଡିଶାର ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ତଥା କ୍ରୋମନଗରୀ ଭାବେ ବିଦିତ ବ୍ୟାସନଗର (ଯାଜପୁରରୋଡ଼) ସହରର ବ୍ୟାସ ସରୋବର ଅଂଚଳରେ ଏହା ପ୍ରତିବର୍ଷ ପରି ଅନୁଷ୍ଠିତ ହେବ ।ବହୁ ପୂରାତନ ଏହି ପୌରଣିକ ମେଳା ୧୧ ଦିନ ଧରି ଚାଲିବାକୁ ପରିଚାଳନା କମିଟି ବୈଠକ ନିଷ୍ପତ୍ତି ହୋଇଛି l ଏହି ଉପଲକ୍ଷେ ସକାଳେ ଆୟୋଜିତ ହେବ ‘ବ୍ୟାସ ମାରାଥନ୍‌-୨୦୨୪’ । ସକାଳ ୦୭ଟାରୁ ଏହା ସ୍ଥାନୀୟ ‘ରାଜୀବ ଗାନ୍ଧି’ ଷ୍ଟାଡିୟମରୁ ବାହାରି ସରୋବର ସ୍ଥଳରେ ସମାପ୍ତ ହେବ । ଏହି ଐତିହାସିକ ତଥା ପୁରାଣ ପ୍ରସିଦ୍ଧ ମେଳା ଓ ମାରାଥନ୍‌କୁ ସରସ ସୁନ୍ଦର ଓ ଶୃଙ୍ଖଳିତ କରିବା ପାଇଁ ବ୍ୟାସନଗର ପୈାର କର୍ତ୍ତୃପକ୍ଷ ଓ ପାରିଷଦମାନେ ଚଳଚଂଚଳ ହୋଇପଡିଥିବାର ପରିଲକ୍ଷିତ ହୋଇଛନ୍ତି । ୧୯ ତାରିଖ ପୂର୍ବାହ୍ନରେ ପୈାର ପରିଷଦ ସମ୍ମିଳନୀ କକ୍ଷରେ ଆହୁତ ସାମ୍ବାଦିକ ସମ୍ମିଳନୀରେ ପୈାର ପରିଷଦର ଅଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆ, ଉପାଧ୍ୟକ୍ଷ ସୁବାସ ଚନ୍ଦ୍ର ବଳ, ନିର୍ବାହୀ ଅଧିକାରୀ ତରୁଣ କୁମାର ମହାପାତ୍ର ପ୍ରମୁଖ ମହୋତ୍ସବର ରୂପରେଖ ଉପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ । ଏଥିରେ ପୈାର ପରିଷଦର ବରିଷ୍ଠ କର୍ମଚାରୀ କିଶୋର କୁମାର ରାଉତ, ଶଶିକାନ୍ତ ଘଡ଼ାଇ, ମାଣିକ ରଂଜନ ନାୟକ, ବିକାଶ କୁମାର ଆଇଚ, ପ୍ରଜ୍ଞା ଚକ୍ରବର୍ତୀ, କାଉନସିଲର ପାର୍ଥସାରଥି ନାୟକ, ଅଶୋକ କୁମାର ରାଉତ, ଶିବାନନ୍ଦ ନାୟକ, ସୁଦ୍ଧାର୍ଥ ଶଙ୍କର ସାମଲ, ଯୁବନେତା ନିରଞ୍ଜନ ରାଉତ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ପୈାର ପରିଷଦ ଆନୁକୂଲ୍ୟରେ ଏହି ମହୋତ୍ସବ ଅନୁଷ୍ଠିତ ହୋଇ ଆସୁଛି । ଉଦ୍‌ଘାଟନ ଓ ଉଦ୍‌ଯାପନ ସଂନ୍ଧ୍ୟାରେ ବିଭିନ୍ନ ନେତୃମଣ୍ଡଳୀ ଓ ପ୍ରଶାସନିକ ଅଧିକାରୀ ଆଦି ଯୋଗଦାନ କରି ମେଳାର ଶ୍ରୀବୃଦ୍ଧି କରିବାର କାର୍ଯ୍ୟକ୍ରମ ଥିବା ବେଳେ ପ୍ରତି ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷିତ ହେବ । ରାଘବ ଜୀଉଙ୍କ ମନ୍ଦିରରେ ଯଥା ରୀତି ମତେ ପୂଜାର୍ଚ୍ଚନା କରାଯିବା ସହ ଶ୍ରଦ୍ଧାଳୁମାନେ ଜୀଉଙ୍କ ଦର୍ଶନ, ଗୁପ୍ତ ଗଙ୍ଗା ଦର୍ଶନ ସହ ମେଳାର ଭରପୁର ମଜା ନେବାର ଯୋଜନା ରହିଛି ।

Comments

Popular posts from this blog

ଯାଜପୁର ଜିଲ୍ଲାରେ ବିଜେପି ର ନୂଆ ମୋଡ଼ l ନୂଆ ମୁହଁ କୁ ଜନସାଧାରଣଙ୍କ ପସନ୍ଦ !

ରାଜଧାନୀରେ ମହିଳାଙ୍କୁ ବିଭତ୍ସ ହତ୍ୟା l

ବିଗତ ବର୍ଷ ପରେ ଖୋଲିଲା ରତ୍ନ ଭଣ୍ଡାର, ଭିତରେ ଅଦ୍ଭୁତ ଓ ଅଲୌକିକ ଦୃଶ୍ୟ !