Posts

Showing posts from December 13, 2021

ରାଜ୍ୟ ସ୍ତରୀୟ ସ୍ୱାଧୀନତା ସଂଗ୍ରାମୀ ରେଣ୍ଡୋ ମାଝି ଙ୍କ ୧୬୬ତମ ସହିଦ ଦିବସ ପାଳିତ ହୋଇଯାଇଛି l

Image
କଳାହାଣ୍ଡି :-ଜ଼ିଲ୍ଲା ର ସଦର ମହକୁମା ଭବାନୀପାଟଣା ଠାରେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଯୁଗଜନ୍ମା ପୁରୁଷ ମହାନ ବିପ୍ଲବୀ କଳାହାଣ୍ଡି ର ବରପୁତ୍ର ରେଣ୍ଡୋ ମାଝି ଙ୍କ ରାଜ୍ୟସ୍ତରୀୟ ୧୬୬ତମ ସହିଦ ଦିବସ ମହାସମାରୋହ ରେ ପାଳିତ ହୋଇଯାଇଛି। ନକଟିଗୁଡା ଠାରୁ ଆଦିବାସୀ ମାନେ ପାରମ୍ପରିକ ବେସଭୂଷା ସହିତ ଡକା, ଢ଼ାପ ବାଦ୍ୟ ର ତାଳେ ତାଳେ ନାଚି ନାଚି ଏକ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ରେ ଆସି ରେଣ୍ଡୋ ମାଝି ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ I   ନୁଆ ବସଷ୍ଟାଣ୍ଡ ସ୍ଥିତ ସହିଦ ରେଣ୍ଡୋ ମାଝି ଙ୍କ ସ୍ମୃତି ପୀଠ ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ I ପରେ ସହିଦ ଦିବସ ମହୋତ୍ସବ ଉପଲକ୍ଷେ ଅନୁଷ୍ଠିତ ସଭାରେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ର ମହାସଚିବ ନିରଞ୍ଜନ ବିଶି,ନବରଙ୍ଗପୁର ର ଆଦିବାସୀ ନେତା ବୁଡୁ ଜାନି,ସମ୍ବଲପୁର ର ଆଦିବାସୀ ନେତା ଶ୍ୟାମସୁନ୍ଦର ମୁଣ୍ଡା,ବଲାଙ୍ଗିର ର ଆଦିବାସୀ ନେତା ପୁରୁଷୋତ୍ତମ ଧରୁଆ,ପଦ୍ମନ ପ୍ରଧାନୀ,ଚୈତନ୍ୟ ମାଝି, ଆଦି କନ୍ଧ ସମାଜ ସଭାପତି ସୁରେଶ ଭୋଇ,ବିଶ୍ୱାବସୁ ଶବର ସମାଜ ସଭାପତି ଚନ୍ଦ୍ରଶେଖର ଶବର,ପବିତ୍ର ଶବର,ପରମାନନ୍ଦ ମାଝି,ଥବିର ପୂଝlରୀ,ପ୍ରମୁଖ ମଞ୍ଚାସିନ ଥିଲେ I ଜମି ଜଳ ଜଙ୍ଗଲ ର ମାଲିକ ଆଦିବାସୀ, ପ୍ରକୃତି ଏବଂ ଆଦିବାସୀ ପରସ୍ପର ପରିପୂରକ.ଇଂରେଜ ସରକାର ଆଦିବାସୀ ମାନଙ୍କ ଜମି ରେ କରଧର୍ଯ୍ୟ କଲେ ଏବଂ