ଡୁବୁରୀ ଛକ ଠାରେ ନିର୍ମାଣ ହେବ ମାର୍କେଟ କମ୍ପ୍ଲେକ୍ସ l

ଯାଜପୁର :- ଜିଲ୍ଲା ର ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ଡୁବୁରୀ ଛକ ଠାରେ ବହୁ ବର୍ଷ ଧରି ବେପାର କରିଆସୁଛନ୍ତି ବହୁ ଛୋଟବଡ଼ ବ୍ୟବସାୟୀ l ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ରେ ଅଧିକାଂଶ ବେପାରୀ ସେମାନଙ୍କର ରୋଜଗାର ହରାଇ ବସିଥିଲେ ଲ ସେମାନଂକୁ ବେପାର ବଣିଜ କରିବା ନିମନ୍ତେ ଏକ ନିର୍ଦ୍ଦିଷ୍ଟ ଜାଗା ସରକାରଙ୍କ ତରଫରୁ ପ୍ରଦାନ କରିବାକୁ କରୁଥିଲେ ଆନ୍ଦୋଳନ I ଏହାକୁ ନଜରରେ ରଖି ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ ପ୍ରଶାସନିକ କ୍ଷେତ୍ରରେ ଆଲୋଚନା କରିବା ସହିତ ଡୁବୁରୀ ଛକ ଠାରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ପାଇଁ DMF ପାଣ୍ଠି ରୁ ଦୁଇ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇ ମଞ୍ଜୁର କରାଯାଇଛି l ଏହି ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ଦ୍ଵାରା ଅନେକ ବ୍ୟବସାୟୀ ଉପକୃତ ହେବେ ବୋଲି କହିଥିଲେ ବିଧାୟକ ପ୍ରୀତିରଞ୍ଜନ l ଏହାକୁ ସ୍ଥାନୀୟ ବ୍ୟବସାୟୀ ସଂଘ ପକ୍ଷରୁ ସ୍ଵାଗତ କରାଯାଇ, ବିଧାୟକ ଙ୍କୁ ଧନ୍ୟବାଦ ଦେଇଥିଲେ I ଏହି ସଭାରେ ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ଓ ବ୍ୟବସାୟୀ ଗୋଷ୍ଠୀ ଉପସ୍ଥିତ ଥିଲେ l